ETV Bharat / state

ବୀରମିତ୍ରପୁର ବିଜେଡି ଟିକଟ ବିବାଦ: ପ୍ରାର୍ଥୀ ଚୟନକୁ ବିରୋଧ, ସାମୁହିକ ଇସ୍ତଫା ଦେଲେ ଶତାଧିକ କର୍ମୀ ଏବଂ ନେତା - BJD TICKET CONFLICT

Sundargarh BJD Ticket Conflict: ରୋହିତ ଜୋସେଫ ତିର୍କୀଙ୍କୁ ବିଜେଡି ବୀରମିତ୍ରପୁର ଟିକେଟ ଦେବା ପରେ ବଢ଼ିଲା ବିରୋଧ । ବିରୋଧ ପ୍ରଦର୍ଶନ କରି ସାମୂହିକ ଇସ୍ତଫା ଦେଲେ ଶତାଧିକ କର୍ମୀ ଏବଂ ନେତା ।

author img

By ETV Bharat Odisha Team

Published : Apr 9, 2024, 4:24 PM IST

Sundargarh BJD Ticket Conflict
Sundargarh BJD Ticket Conflict
Sundargarh BJD Ticket Conflict

ରାଉରକେଲା: ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ବିଭିନ୍ନ ଦଳର ଗୋଷ୍ଠୀ କନ୍ଦଳ ସେତେ ସାମ୍ନାକୁ ଆସୁଛି । କେତେକ କ୍ଷେତ୍ରରେ ଦଳୀୟ ପ୍ରାର୍ଥୀ ଚୟନକୁ ନେଇ ଦଳରେ ବିଦ୍ରୋହ ଦେଖିବାକୁ ମିଳୁଛି । ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଚୟନକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ପ୍ରାର୍ଥୀକୁ ବିରୋଧ କରି ଶତାଧିକ ନେତା ଓ କର୍ମୀ ସାମୁହିକ ଇସ୍ତଫା ଦେଇଛନ୍ତି ।

ବିଜେଡି ଛାଡିଲେ ସୁନ୍ଦରଗଡ ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀର ଶତାଧିକ କର୍ମୀ ଓ ନେତା । ବିଜେଡି ପ୍ରାର୍ଥୀ ଚୟନକୁ ନେଇ ଅସନ୍ତୋଷ ବ୍ୟକ୍ତ କରି କୁଆଁରମୁଣ୍ଡା ବ୍ଳକ ବିଜେଡି ସଭାପତି ରାଜେଶ ହାଁସଦାଙ୍କ ନେତୃତ୍ୱରେ ଦଳର ବରିଷ୍ଠ ସଦସ୍ୟ ତଥା ପୂର୍ବତନ ବିଧାୟକ ନିହାର ସୁରିନ, ବିଜେଡି ଦଳର ପୂର୍ବତନ ବିଧାୟକ ପ୍ରାର୍ଥୀ ମଖଲୁ ଏକ୍କା, ବରିଷ୍ଠ କର୍ମୀ ନିମନ୍ତି ଲୁଗୁନ ଦଳରୁ ଇସ୍ତଫା ଦେଇଛନ୍ତି । ଆଉମଧ୍ୟ ବ୍ଳକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଶତାଧ‌ିକ ଦଳୀୟ କର୍ମୀ ଏକତ୍ରିତ ହୋଇ ବୀରମିତ୍ରପୁର ବିଧାୟକ ପ୍ରାର୍ଥୀ ଚୟନକୁ ତୀବ୍ର ବିରୋଧ କରି ଦଳରୁ ସାମୂହିକ ଇସ୍ତଫା ପ୍ରଦାନ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ରାଉରକେଲାରେ ଏକାଠି ହେଲେ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ, ନିର୍ବାଚନୀ ରଣନୀତି ନେଇ ଆଲୋଚନା - GENERAL ELECTION 2024

ଦଳ ପାଇଁ ଦୀର୍ଘ 20 ବର୍ଷ ଧରି ନିଷ୍ଠାପର ଭାବେ କାମ କରିଥିଲେ ମଧ୍ୟ ଦଳ ଅଣଦେଖା କରିଥିବା ଅଭିଯୋଗ କରିଛନ୍ତି ଇସ୍ତଫା ଦେଇଥିବା ସମସ୍ତ ଦଳୀୟ ନେତା । ଯେଉଁମାନେ ଗତ କିଛି ଦିନ ତଳେ ଦଳକୁ ବଦନାମ କରିଥିଲେ ସେହି ଲୋକକୁ ଦଳୀୟ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିବା ଦଳ ପାଇଁ ଆଦୌ ଶୁଭଙ୍କର ନୁହଁ ବୋଲି କହି ରୋହିତ ଜସେଫ ତିର୍କୀ ଙ୍କୁ କଟାକ୍ଷ କରିଛନ୍ତି ଇସ୍ତଫା ଦେଇଥିବା ନେତା ।

ପୂର୍ବତନ ବିଧାୟକ ନିହାର ସୁରିନ ନିଜ କହିଛନ୍ତି ଏଠାରେ ଦୁଇଟି ଦଳ ଅଛି। ଗୋଟିଏ ନବୀନ ବିଜେଡି ଏବଂ ଅନ୍ୟଟି ସାରଦା ବିଜେଡି । ସାରଦା ନାୟକ ଯାହାକୁ ଟିକଟ ଦେବାକୁ କହିବେ ସେ ହିଁ ଟିକଟ ପାଇବ ବୋଲି କହି ବିଜେଡି ଦଳ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ସଭାରେ ଦଳର ବରିଷ୍ଠ ସଭ୍ୟ ମଖଲୁ ଏକ୍କା ଦଳୀୟ ଟିକଟ ବଣ୍ଟନକୁ ତୀବ୍ର ବିରୋଧ କରିଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ବର୍ତ୍ତମାନ ବୀରମିତ୍ରପୁର ବିଜେଡିରେ ଜର୍ଜ ତିର୍କୀଙ୍କ ପୁଅକୁ ଟିକେଟ ମିଳିବାକୁ ନେଇ ବ୍ୟାପକ ବିରୋଧ ପ୍ରଦର୍ଶନ କରାଯାଉଛି । ତେବେ ଏ ମାମଲାରେ ରୋହିତ ଜୋସେଫ ତିର୍କୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.