ETV Bharat / state

ମହିଳା ଓ ମତ୍ସ୍ୟଜୀବୀଙ୍କୁ ଗୁରୁତ୍ୱ; ସଂଶୋଧିତ ହୋଇଛି ପାଣି ପଞ୍ଚାୟତ ଆଇନ

author img

By ETV Bharat Odisha Team

Published : Feb 1, 2024, 9:07 AM IST

Pani Panchyat Pakhya 2024: ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ-୨୦୨୪ ପାଳିତ । ମହିଳା ଓ ମତ୍ସ୍ୟଜୀବୀଙ୍କୁ ପାଣି ପଞ୍ଚାୟତର ସଦସ୍ୟ ଭାବେ ସାମିଲ କରିବାକୁ ପଦକ୍ଷେପ ନିଆଯାଇଥିବା କହିଲେ ଉନ୍ନୟନ କମିଶନର । ଅଧିକ ପଢନ୍ତୁ

ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ-୨୦୨୪
Pani Panchyat Pakhya 2024
ମହିଳା ଓ ମତ୍ସ୍ୟଜୀବୀଙ୍କୁ ଗୁରୁତ୍ୱ

ଭୁବନେଶ୍ୱର: ମହିଳା ଓ ମତ୍ସ୍ୟଜୀବୀଙ୍କୁ ପାଣି ପଞ୍ଚାୟତର ସଦସ୍ୟ ଭାବେ ସାମିଲ କରିବାକୁ ନିଆଯାଇଛି ପଦକ୍ଷେପ । ମେଗା ଉଠା ଜଳସେଚନ ପ୍ରକଳ୍ପ ଅଧୀନରେ ପାଣି ପଞ୍ଚାୟତ ଗଠନ ପାଇଁ ପାଣି ପଞ୍ଚାୟତ ଆଇନ ୨୦୦୨କୁ ଏକାଧିକ ଥର ସଂଶୋଧନ କରାଯାଇଛି । ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ପକ୍ଷରୁ 'ପାଣି ପଞ୍ଚାୟତରେ ଅନ୍ତର୍ଭୁକ୍ତିକରଣ ଓ ସମାନତା ସୁନିଶ୍ଚିତ’ କରିବା ଶୀର୍ଷକ ଉପରେ ଆୟୋଜିତ ଏକ ଆଲୋଚନା ଚକ୍ରରେ ଏହା କହିଛନ୍ତି ଉନ୍ନୟନ କମିଶନର ଅନୁ ଗର୍ଗ ।

ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ-୨୦୨୪ର ପାଳନ ଅବସରରେ ଲୋକସେବା ଭବନ କନଭେନସନ ସେଣ୍ଟରରେ ଅନୁଷ୍ଠିତ ହୋଇଛି ଏହି କାର୍ଯ୍ୟକ୍ରମ । ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି । ଏଥିରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠଙ୍କ ସମେତ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ, ରାଜ୍ୟ ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ, ଅଧ୍ୟାପକ, ଶିକ୍ଷାବିତ, ସିଜିଆଇଏଆର, ଆଇସିଏଆର ଅନୁଷ୍ଠାନର ଗବେଷକ, ମିଳିତ ଜାତିସଂଘର ସହଯୋଗୀ ସଂସ୍ଥା, ରାଜ୍ୟର ବିଭିନ୍ନ ପାଣିପଞ୍ଚାୟତର କର୍ମକର୍ତ୍ତାଙ୍କ ମଧ୍ୟରେ କୃଷକ ଓ ମହିଳା କୃଷକ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ: ଢେଙ୍କାନାଳରେ ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ

ଉନ୍ନୟନ କମିଶନର ଅନୁ ଗର୍ଗ କହିଛନ୍ତି ଯେ, ମହିଳା ଓ ମତ୍ସ୍ୟଜୀବୀଙ୍କୁ ପାଣି ପଞ୍ଚାୟତର ସଦସ୍ୟ ଭାବେ ଅନ୍ତର୍ଭୁକ୍ତ ଏବଂ ମେଗା ଉଠା ଜଳସେଚନ ପ୍ରକଳ୍ପ ଅଧୀନରେ ପାଣି ପଞ୍ଚାୟତ ଗଠନ ପାଇଁ ପାଣି ପଞ୍ଚାୟତ ଆଇନ ୨୦୦୨କୁ ଏକାଧିକ ଥର ସଂଶୋଧନ କରାଯାଇଛି । ପାଣିକୁ ଦକ୍ଷତା ପୂର୍ବକ ଉପଯୁକ୍ତ ଭାବେ ବ୍ୟବହାର, ବୈଷୟିକ ଜ୍ଞାନକୌଶଳର ବ୍ୟବହାର, ଫସଲ ବିବିଧିକରଣ ଅଭ୍ୟାସ ଏବଂ ଜଳ ବଣ୍ଟନରେ ରହୁଥିବା ବିବାଦର ସମାଧାନ ପାରସ୍ପରିକ ଆଲୋଚନା ମାଧ୍ୟମରେ କରିବାକୁ ସେ ପାଣି ପଞ୍ଚାୟତ କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଛନ୍ତି ।

ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ମତ୍ସ୍ୟଚାଷ ଏବଂ ବାଜରା ଓ ଡାଲି ଜାତୀୟ ଜଳବାୟୁ ସହନଶୀଳ ଫସଲ କିପରି କମ ପାଣି ବ୍ୟବହାର କରି ଜୀବିକା ସୁଯୋଗ ସୃଷ୍ଟି ପୂର୍ବକ ଅଧିକ ଲାଭଦାୟକ ହୋଇପାରୁଛି, ସେ ସଂପର୍କରେ ଆଲୋକପାତ କରିଛନ୍ତି । ପାଣି ପଞ୍ଚାୟତମାନେ ସେମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା କାର୍ଯ୍ୟକଳାପ ଏବଂ ସ୍ୱେଚ୍ଛାକୃତ ଭାବେ ଏହି ଅନୁଷ୍ଠାନଗୁଡିକୁ ସକ୍ରିୟ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଛନ୍ତି । ଜଳ ପରିଚାଳନା ସଂପର୍କିତ ଉତ୍ତମ ଅଭ୍ୟାସ ଏବଂ ଅଭିନବ ଚିନ୍ତାଧାରାର ଉଦାହରଣ ଦେଇଛନ୍ତି । ଭାଗିଦାରୀ ଜଳସେଚନ ପରିଚାଳନାରେ ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ୱାନ ଏବଂ ପ୍ରତ୍ୟେକର ସମ୍ଭାବ୍ୟ ସମାଧାନ, ଜଳ କ୍ଷେତ୍ରରେ ନିଜ ନିଜର ଆକାଂକ୍ଷା ସମ୍ପର୍କରେ ପ୍ରକାଶ କରିଛନ୍ତି ।

ବିଭିନ୍ନ ଅନୁଷ୍ଠାନରୁ ପ୍ରତିନିଧିତ୍ୱ କରିଥିବା ଅଂଶ ଗ୍ରହଣକାରୀ, ନିଜ ନିଜର ଅଭିନବ ଚିନ୍ତାଧାରା ଏବଂ ପୋଷଣୀୟ ଅଭ୍ୟାସଗୁଡ଼ିକୁ ଉପସ୍ଥାପନ କରିଛନ୍ତି । ଯାହା ଆଗାମୀ ଦିନରେ ଜଳ ପରିଚାଳନା କ୍ଷେତ୍ରରେ ରୂପାନ୍ତରଣରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିବ । ପାଣି ପଞ୍ଚାୟତ ପକ୍ଷର ରାଜ୍ୟସ୍ତରୀୟ ଉଦଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଂଶଗ୍ରହଣକାରୀଙ୍କୁ ସେ ସମ୍ବୋଧିତ କରିଥିଲେ । ଏହାସହ ଶ୍ରେଷ୍ଠ ପାଣି ପଞ୍ଚାୟତ, ଶ୍ରେଷ୍ଠ କୃଷକ, ଶ୍ରେଷ୍ଠ ପ୍ରକଳ୍ପ ଓ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.