ETV Bharat / state

ପ୍ରଚାର ପାଇଁ ଆସୁଛନ୍ତି ପ୍ରଧାନମନ୍ତ୍ରୀ, କମିଶନରେଟ ପୋଲିସର ସୁରକ୍ଷା କସରତ - Security Arrangements For PM

Security Arrangements For PM Visit: ରବିବାର ରାତିରେ ଭୁବନେଶ୍ୱର ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବ୍ୟାପକ ପ୍ରସ୍ତୁତି କରିଛି କମିଶନରେଟ ପୋଲିସ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : May 4, 2024, 5:09 PM IST

Security Arrangements
Security Arrangements (Etv Bharat Odisha)

ଭୁବନେଶ୍ବର: ନିର୍ବାଚନ ପାଇଁ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ରବିବାର ରାତିରେ ଭୁବନେଶ୍ୱର ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୋମବାର ବ୍ରହ୍ମପୁର ଓ ନବରଙ୍ଗପୁର ଗସ୍ତର କାର୍ଯ୍ୟକ୍ରମ ରହିଛି । ଏନେଇ ରାଜଧାନୀରେ ରାତ୍ରି ରହଣୀକୁ ଦୃଷ୍ଟିରେ ରଖି ସୁରକ୍ଷା ବନ୍ଦୋବସ୍ତ କରିଛି କମିଶନରେଟ ପୋଲିସ। ବିମାନବନ୍ଦରରୁ ଆରମ୍ଭ କରି ରାଜଭବନ ପର୍ଯ୍ୟନ୍ତ ପୋଲିସ ସ୍କାନରରେ ରହିଛି । ଏନେଇ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା SPG ସହ ଆଲୋଚନା କରି ପ୍ରସ୍ତୁତି କରିଛି କମିଶନରେଟ ପୋଲିସ। ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି, "ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ବିମାନ୍ଦବନ୍ଦରରେ ପହଞ୍ଚି ରାତ୍ରି ରହଣୀ କରିବେ । ରାଜଭବନରେ ଏନେଇ SPG ସହ ସୁରକ୍ଷା ନେଇ ଆଲୋଚନା କରାଯାଇଛି । ଏହି ଗସ୍ତ ପରେ ପୁନର୍ବାର ପ୍ରଧାନମନ୍ତ୍ରୀ ଆସନ୍ତା ୧୦ ଏବଂ ୧୧ ତାରିଖରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ରୋଡ୍ ସୋ କରିବାର କାର୍ଯ୍ୟକ୍ରମ ରହିଛି ।

"CISF ,ଏୟାରପୋର୍ଟ ,ଟ୍ରାଫିକ ,ରାଜଭବନ ଅଫିସର ସମସ୍ତଙ୍କ ସହ ଆଲୋଚନା ହୋଇଛି। ଏୟାରପୋର୍ଟରେ ସିଆଇଏସଫ ଓ କମିଶନରେଟ ପୋଲିସର ମିଳିତ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏୟାରପୋର୍ଟ ସମସ୍ତ ସୁରଷା ତଦାରଖ ଦାୟିତ୍ବ ସିଆଇଏସଫ ହାତରେ ରହିବ । ଯେଉଁ ସବୁ ଗାଡି ଭିତରକୁ ଯିବା ଆସିବା କରିବ ତାହାକୁ ଭଲ ଭାବେ ଚେକ୍ ଓ ଭେରିଫିକେସନ କରାଯିବ" ବୋଲି କହିଛନ୍ତି ଡିସିପି । ଟ୍ରାଫିକ ପରିଚାଳନାର ରୁଟ୍ ଲାଇନ ପାଇଁ ଡିସିପିଙ୍କୁ ଟ୍ରାଫିକ ଦାୟିତ୍ବ ଦିଆଯାଇଛି। ରାଜଭବନରେ ମଧ୍ୟ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର ପୋଲିସ , ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ ଓ ସ୍ପେଶାଲ ସିକ୍ୟୁରିଟି ଓ୍ବିଙ୍ଗ ମଧ୍ୟ ମୁତୟନ ରହିବ। ଯେତେବି ସୁଉଚ୍ଚ କୋଠା ରହିଛି ବା ସମ୍ବେଦନଶୀଳ ଅଞ୍ଚଳ ରହିଛି ସେହି ଅଞ୍ଚଳରେ ପୋଲିସ ମୁତୟନ ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ଏହା ବି ପଢନ୍ତୁ...ମୋଦିଙ୍କ ଫୋକସରେ ଓଡିଶା: ଗୋଟିଏ ସପ୍ତାହରେ 2 ଥର ଗସ୍ତ, ରୋଡ ସୋ’ ଓ ପ୍ରଚାର କରିବେ - PM MODI ODISHA VISIT

କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ମୁକାବିଲା ପାଇଁ ସ୍ପେଶାଲ ଟାକ୍ଟିକାଲ ୟୁନିଟ ମଧ୍ୟ ନିୟୋଜିତ ରହିବେ। ରାଜଭବନ, ଏୟାରପୋର୍ଟ, ରୁଟ ଲାଇନକୁ ନୋ ଡ୍ରୋନ ଫ୍ଲାଇଂ ଜୋନ ଘୋଷଣା କରାଯାଇଛି। ରାଜଭବନ ଓ ଏୟାରପୋର୍ଟ ଚାରିପଟେ ଶନିବାରଠାରୁ ପୋଲିସ ପଇଁତରା ମାରିବ । ଯେପରି କୌଣସି ସନ୍ଦିଗ୍ଧଙ୍କ ଗତିବିଧି ନରହିବ ତାହା ଉପରେ ନଜର ରଖିବ ପୋଲିସ । ଏନେଇ ୩ ଜଣ ଡିସିପି ର୍ୟାଙ୍କ ଅଫିସର ୬ ଅତିରିକ୍ତ ଡିସିପି ନେତୃତ୍ବରେ ୧୦ ଜଣ ଏସିପି , ୧୭ ଜଣ ଇନସ୍ପେକ୍ଟରଙ୍କ ସମେତ 90 ଜଣ SI/ASI ଓ ପାଖାପାଖି 20 ପ୍ଲାଟୁନ ଫୋର୍ସ ମୁତୟନ କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି । ଟ୍ରାଫିକ କଣ୍ଟ୍ରୋଲ ପାଇଁ ଏୟାରପୋର୍ଟଠାରୁ ରାଜଭବନ ପର୍ଯନ୍ତ ପିଡବ୍ଲୁଡି ପାଇଁ ରାସ୍ତାର କଡ଼ରେ ବ୍ୟାରିକେଡ଼ ଲାଗିବ।ଯାହା କାର୍ଯ୍ୟକ୍ରମ ରହିଛି ସେହି ଅନୁସାରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ଡିସିପି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.