ETV Bharat / state

ସାଧାରଣତନ୍ତ୍ର ଦିବସ ପାଇଁ କଟକ ପ୍ରସ୍ତୁତ, ସୁରକ୍ଷା ଉପରେ ପୋଲିସର କଡା ନଜର

author img

By ETV Bharat Odisha Team

Published : Jan 25, 2024, 7:49 PM IST

Repuplic Day 2024 Preparation in Cuttack : ଆସନ୍ତାକାଲି କଟକ ବାରବାଟୀ ଷ୍ଟାଡିୟମରେ ପାଳନ ହେବ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସୁଦାମ ମାରାଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବେ । ଅଧିକ ପଢନ୍ତୁ

ସାଧାରଣତନ୍ତ୍ର ଦିବସ ପାଇଁ କଟକ ପ୍ରସ୍ତୁତ , ସୁରକ୍ଷା ଉପରେ ପୋଲିସର କଡା ନଜର

କଟକ: ଆସନ୍ତାକାଲି କଟକ ବାରବାଟୀ ଷ୍ଟାଡିୟମରେ ପାଳନ ହେବ ଚଳିତ ବର୍ଷର କଟକ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ । ସକାଳ ୮.୩୫ ମିନିଟ ସମୟରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ଏହି ଜାତୀୟ ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସୁଦାମ ମାରାଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବେ । ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଏହି ସାଧାରଣତନ୍ତ୍ର ଦିବସ ସମାରୋହ ପାଇଁ କଟକ କମିସନରେଟ ପୋଲିସ ପକ୍ଷରୁ କଡାକଡି ସୁରକ୍ଷା ବ୍ୟବସ୍ଥା କରାଯିବ । ମୁଖ୍ୟ ଅତିଥିଙ୍କ ସହ ଅନ୍ୟ ଅତିଥିଙ୍କୁ ସ୍ବତନ୍ତ୍ର ସୁରକ୍ଷା ପ୍ରଦାନ କରାଯିବ । ପୋଲିସ କର୍ମଚାରୀ ଓ ଅଧିକାରୀଙ୍କୁ ସେମାନଙ୍କ ଭିନ୍ନ ଭିନ୍ନ ଦାୟିତ୍ଵ ପ୍ରଦାନ କରାଯାଇଛି । ସୁରୁଖୁରରେ କାର୍ଯ୍ୟ ସମାପନ ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି କଟକ ଡିସିପି ।

ଆସନ୍ତାକାଲି ପାଳିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ 75 ତମ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନ ପାଇଁ କଟକ ବାରବାଟୀ ଷ୍ଟାଡିୟମରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି ଅବସରରେ ହେବାକୁ ଥିବା ପ୍ୟାରେଡ ଅଭ୍ୟାସ ଶେଷ ହୋଇଛି । ଏହି ସମ୍ମିଳିତ ପ୍ୟାରେଡ ରେ କମିଶନରେଟ ପୋଲିସ,ବାଟାଲିୟନ, ସିନିୟର ଓ ଜୁନିୟର ଏନସିସି, ସ୍କାଉଟ-ଗାଇଡ୍ସ ଓ ସ୍କୁଲ କଲେଜ ର ସିଭିଲିଆନ ଟିମକୁ ମିଶାଇ ମୋଟ 50 ଟ୍ରୁପ ଯୋଗ ଦେଉଛନ୍ତି । ଏଥର ସାଧାରଣତନ୍ତ୍ର ଦିବସରେ ରାଜସ୍ବ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ ଜାତୀୟ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି । ଏଥି ସହିତ ମୁଖ୍ଯ ଅତିଥି ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବେ ।

ଏହା ମଧ୍ୟ ପଢନ୍ତୁ ... ଜାତୀୟ ମତଦାତା ଦିବସରେ ପଦଯାତ୍ରା, ଯୁବ ଭୋଟରଙ୍କୁ ସଚେତନ କଲେ ମୁଖ୍ୟ ନିର୍ବାଚନ କମିଶନର

ତେବେ ବାରବାଟୀ ଷ୍ଟାଡିଅମରେ ଆୟୋଜିତ ହେଉ ଥିବା ଏହି ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସହରର ସମସ୍ତ ସ୍ଥାନରେ ପୋଲିସର କଡା ନଜର ରଖାଯିବ । ଏନେଇ ସମସ୍ତ ଥାନାଧିକାରୀ ଙ୍କୁ ନିର୍ଦେଶ ଦିଆଯାଇଛି । ସେହିପରି ସମସ୍ତ ହୋଟେଲ ରେଷ୍ଟୁରାଣ୍ଟ ଆଦିରେ ଚେକିଂ ମଧ୍ୟ କଡାକଡି କରାଯିବ ବୋଲି କଟକ ଡିସିପି ପିନାକ ମିଶ୍ର କହିଛନ୍ତି । କେବଳ ସେତିକି ନୁହେଁ ସହରର ମୁଖ୍ୟ ରାସ୍ତା ଗୁଡିକରେ ନକାବନ୍ଦୀ କରାଯିବ ବୋଲି ଡିସିପି କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.