ETV Bharat / state

ରଥଯାତ୍ରା ଓ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା, ରଥଯାତ୍ରା ଆପ୍ ବ୍ୟବହାର ପାଇଁ ଏସପିଙ୍କ ଅପିଲ୍ - Security Arrangement For Rath Yatra

author img

By ETV Bharat Odisha Team

Published : Jul 7, 2024, 3:52 PM IST

Security Arrangement In Puri: ମହାବାହୁଙ୍କ ମହା ନବଦିନାତ୍ମକ ଯାତ୍ରା ପାଇଁ ପୁରୀକୁ ଛୁଟିଛି ଭକ୍ତଙ୍କ ଗହଳି । ଏହାରି ମଧ୍ୟରେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅଧିକ ପଢନ୍ତୁ

Security Arrangement In Puri
Security Arrangement In Puri (ETV Bharat Odisha)

ପୁରୀ: ଆଜି ହେଉଛି ଜଗତର ନାଥ ଶ୍ରୀଜଗନ୍ନାଥଙ୍କର ପବିତ୍ର ନବଦିନାତ୍ମକ ଯାତ୍ରା । ଘଣ୍ଟଘଣ୍ଟା ହୁଳହୁଳିରେ ପ୍ରକମ୍ପିତ ହେଉଛି ଗଗନ ପବନ । ଲୋକାରଣ୍ୟ ହୋଇଛି ବଡ ଠାକୁରଙ୍କ ବଡଦାଣ୍ଡ । ଆଜି ମହାପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ମା ସୁଭଦ୍ରାଙ୍କ ସହ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରୁଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପାଇଁ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ମଧ୍ୟ ଅପେକ୍ଷାରତ ଅଛନ୍ତି । ମହାପ୍ରଭୁଙ୍କ ରଥଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହେବ ସେ ନେଇ ପୋଲିସ୍ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ପୁରୀ ଏସପି ପିନାକ ମିଶ୍ରଙ୍କ ସୁଚନା ଅନୁଯାୟୀ ପୁରୀ ସହରରେ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା, ଭିଭିଆଇପିଙ୍କ ସୁରକ୍ଷା, ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଅଲଗା ଅଲଗା ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା ହୋଇଛି । ଟ୍ରାଫିକ ନିୟନ୍ତ୍ରଣ ପାଇଁ ଉଚ୍ଚ ପଦସ୍ଥ ଅଧିକାରୀ ଦାୟିତ୍ବରେ ଅଛନ୍ତି । ଟ୍ରାଫିକ ପ୍ଲାନ ବିଷୟରେ ପୂର୍ବରୁ ମିତିଆରେ ଜଣାଇଥିବା ନେଇ ଏସପି ସୂଚନା ଦେଇଛନ୍ତି । ଗୁରୁତ୍ବପୂର୍ଣ୍ଣ ଜଙ୍କସନ, ଗଳି ସ୍ଥାନରେ ବ୍ୟାରିକେଡ଼ ହୋଇଛି । ବ୍ଲୁବୁକ ଅନୁସାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ... ଆଜି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ଶ୍ରୀକ୍ଷେତ୍ରରୁ ଦେଖନ୍ତୁ LIVE - Ratha Yatra 2024

ପ୍ରଥମ ଥର ପାଇଁ ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ପରିଚାଳନା ପାଇଁ ଅତ୍ୟାଧୁନିକ ଏ ଆଇ ଡ୍ରୋନ ବ୍ୟବହାର କରାଯାଇଛି । କେଉଁ ସ୍ଥାନରେ ଭକ୍ତ, ଯାତ୍ରୀ ପାର୍କିଂ କରିବେ, କେଉଁ ରୁଟରେ ଗଲେ ଯାତାୟାତରେ ଅସୁବିଧା ହେବ ନାହିଁ ସେ ନେଇ ଡ୍ରୋନ ମାଧ୍ୟମ ସ୍ପିକର ଲଗାଯାଇ ଲୋକଙ୍କୁ ସଚେତନ କରାଯାଉଛି । ରଥଯାତ୍ରାରେ ସବୁ ବ୍ୟବସ୍ଥାବଳୀର ସୂଚନା ଲୋକଙ୍କୁ ଦେବା ପାଇଁ ଚଳିତ ବର୍ଷ ସ୍ଵତନ୍ତ୍ର ରଥଯାତ୍ରା ଆପ ଲଞ୍ଚ କରାଯାଇଥିବା ବେଳେ ହ୍ବାଟସଆପ ଚାଟବଟ୍‌ ରେ ଲୋକଙ୍କୁ ସୁଚନା ପ୍ରଦାନ କରାଯାଉଛି। ଏଣୁ ପୁରୀ କୁ ଆସୁଥିବା ଯାତ୍ରୀ ଓ ଭକ୍ତ ମାନେ ରଥଯାତ୍ରା ଆପ ଓ ହ୍ବାଟସଆପ ଚାଟବଟ୍‌ ବ୍ୟବହାର କରି ସମସ୍ତ ସୂଚନା ଓ ସୁବିଧା ନେବାକୁ ପୁରୀ ଏସପି ପିନାକ ମିଶ୍ର ଭକ୍ତଙ୍କୁ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ ଯେ ଆଜି ପୁରୀ ରଥଯାତ୍ରାରେ ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥା ଅନ୍ୟାନ୍ୟ ମନ୍ତ୍ରୀ, ବିଧାୟକ ଓ ସାଂସଦ ଉପସ୍ଥିତ ରହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.