ETV Bharat / state

କୋରାପୁଟରେ ଖୁବଶୀଘ୍ର ସ୍ଥାପନ ହେବ ଦ୍ଵିତୀୟ ମେନ୍ଥା ତେଲ ପ୍ରକ୍ରିୟାକରଣ ୟୁନିଟ - Mint Oil processing unit

Mint Oil processing unit: କୋରାପୁଟରେ ଦ୍ୱିତୀୟ ମେନ୍ଥା ତେଲ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ ହେବାକୁ ଯାଉଛି । ଏହି ଜାପାନୀ ମିଣ୍ଟ ଅଏଲର ବଜାର ଦର ଲିଟର ପିଛା ଦୁଇ ହଜାର ଟଙ୍କା ଥିବାବେଳେ ଏଥିରେ ଅନେକ ଔଷଧୀୟ ଗୁଣ ଭରପୂର ରହିଛି । ଅଧିକ ପଢନ୍ତୁ

Mint Oil processing unit
Mint Oil processing unit
author img

By ETV Bharat Odisha Team

Published : Apr 24, 2024, 12:13 PM IST

Mint Oil processing unit

କୋରାପୁଟ: ଜିଲ୍ଲାର ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ତଳଗଲୁର ଠାରେ ଦ୍ଵିତୀୟ ମେନ୍ଥା ତେଲ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ ହେବାକୁ ଯାଉଛି । ଏନେଇ ଲକ୍ଷ୍ନୌର କେନ୍ଦ୍ରୀୟ ଔଷଧୀୟ ଏବଂ ସୁଗନ୍ଧ ଉଦ୍ଭିଦ ସଂସ୍ଥାନର ବୈଜ୍ଞାନିକ ଜଣାଇଛନ୍ତି । କୋଟିଆ ସମେତ ପଟ୍ଟାଙ୍ଗିର ଗାଙ୍ଗରାଜପୁର ଓ ସିପେଇପୁଟ ଏବଂ ନାରାୟଣପାଟଣା ବ୍ଲକର କିଛି ଅଞ୍ଚଳରେ ଏହି ମେନ୍ଥା ଘାସ ଚାଷ କରାଯାଉଥିବା ବେଳେ ସେଥିରୁ ଜାପାନୀ ମିଣ୍ଟ ଅଏଲ ମଧ୍ୟ ଉତ୍ପାଦନ କରାଯାଉଛି ।

ଜାପାନୀ ମିଣ୍ଟ ଅଏଲର ବଜାର ଦର ଲିଟର ପିଛା ଦୁଇ ହଜାର ଟଙ୍କା ଥିବାବେଳେ ଏଥିରେ ଅନେକ ଔଷଧୀୟ ଗୁଣ ଭରପୂର ରହିଛି ବୋଲି ଓରମାସର ଜିଲ୍ଲା ଅଧିକାରୀ ରୋଶନ କାର୍ତ୍ତିକ ଜଣାଇଛନ୍ତି । ସେ କହିଛନ୍ତି, "ଏହି ଚାରା ବଢି ଗଛ ହେବାରୁ ଏହାକୁ ପ୍ଲାଣ୍ଟରେ ପକାଇ ତେଲ ବାହାର କରାଯାଉଛି । ଏହା ଅଧିକ ସଫଳ ହେଲେ ଉପଯୁକ୍ତ ଅଞ୍ଚଳରେ ଚାଷ କରାଯାଇ ଅମଳ କରାଯିବ ।"

ଏହାମଧ୍ୟ ପଢନ୍ତୁ.. ରୋଜଗାରର ବାଟ ଦେଖାଇଛି ଛତୁ ଚାଷ, ସ୍ବାବଲମ୍ବୀ ହେଉଛନ୍ତି ଗାଁ ମହିଳା - MUSHROOM FARMING

ସେ ଆଉମଧ୍ୟ କହିଛନ୍ତି ଯେ, ଏହା ଏକ ଔଷଧୀୟ ଉଦ୍ଭିଦ । ଏଥିରୁ ତେଲ ବାହାର କରାଯାଏ ଯାହା ଔଷଧ ତିଆରିରେ ବ୍ୟବହୃତ ହୁଏ । ସାଧାରଣ ଥଣ୍ଡା, କାଶ, ବ୍ରୋଙ୍କାଇଟିସ୍, ପାଟି ଏବଂ ଗଳା ଯନ୍ତ୍ରଣା ସହିତ ଶ୍ଵାସକ୍ରିୟା ସମସ୍ୟା ପାଇଁ ମଧ୍ୟ ଉତ୍ତମ ଔଷଧ । ଜ୍ବର, ଯନ୍ତ୍ରଣା, ସ୍କାମ୍ , ମୁଣ୍ଡବିନ୍ଧା, ଦାନ୍ତ ଯନ୍ତ୍ରଣା, କଷ୍ଟ, କାନ ଯନ୍ତ୍ରଣା, ଘା', ଶ୍ଵାସକ୍ରିୟାରେ ଅସୁବିଧା ଦୂର କରିବାକୁ ମଧ୍ୟ ଉପାଦେୟ । ଏଥିରେ ୯୫% ମିଣ୍ଟ ରହିଥିବାରୁ ଏହା ଶରୀରକୁ ଆରାମ ଦେଇଥାଏ । ଟୁଥପେଷ୍ଟ, ମାଉଥ ୱାଶ, ଗାର୍ଗଲ, ସାବୁନ, ଡିଟରଜେଣ୍ଟ, କ୍ରିମ୍, ଲୋସନ ପ୍ରସ୍ତୁତରେ ମଧ୍ୟ ବ୍ୟବହାର କରାଯାଏ । ଏହାର କେବଳ ୨ରୁ ୩ ବୁନ୍ଦାରେ ପ୍ରଭାବ ଅନୁଭବ ହୋଇଥାଏ l"

ଜିଲ୍ଲାର ସିପେଇପୁଟରେ ଏହି ତୈଳ ଉତ୍ପାଦନ ପ୍ଲାଣ୍ଟ ସ୍ଥାପନ କରାଯାଇଥିବା ବେଳେ ଖୁବଶୀଘ୍ର ତଳଗଲୁରଠାରେ ମଧ୍ୟ ଆଉ ଏକ ପ୍ଲାଣ୍ଟ ସ୍ଥାପନ କରାଯିବ । ଜିଲ୍ଲା ଖଣିଜ ପାଣ୍ଠି, ଲକ୍ଷ୍ନୌର କେନ୍ଦ୍ରୀୟ ଔଷଧୀୟ ଏବଂ ସୁଗନ୍ଧ ଉଦ୍ଭିଦ ସଂସ୍ଥାନ, କୋରାପୁଟର ଓରମାସ ଏବଂ କାପକୋର ମିଳିତ ସହଯୋଗରେ ଏହି ତୈଳ ଉତ୍ପାଦନ ପ୍ଲାଣ୍ଟ ସ୍ଥାପନ କରାଯାଇଛି ।

ତେଲ ବାହାରିବାର ପ୍ରକ୍ରିୟାକରଣ:

ମିଣ୍ଟ ଗଛକୁ ପ୍ଲାଣ୍ଟରେ ଭର୍ତ୍ତି କରିବା ପରେ ସେଥିରେ ସମ ପରିମାଣର ପାଣି ଦିଆଯାଇଥାଏ l ତଳେ ନିଆଁ ଜାଳିଲେ ଜଳ ସହିତ ବାଷ୍ପ ମାଧ୍ୟମରେ ଉପରେ ରହିଥିବା ଗୋଟେ ମେସିନକୁ ଯାଇଥାଏ l ଉପରେ ରହିଥିବା ମେସିନ ଜଳ ଓ ମିଣ୍ଟ ଅଏଲକୁ ଅଲଗା କରିଥାଏ l ମିଣ୍ଟ ଅଏଲକୁ ସଂଗ୍ରହ କରିବା ପରେ ଜଳକୁ ଅନ୍ୟତ୍ର ଛଡା ଯାଇଥାଏ l ଏକ ଟନ ମେନ୍ଥା ଘାସରୁ 10 ଲିଟର ମିଣ୍ଟ ଅଏଲ ବାହାରୁ ଥିବା ଓରମାସର ବ୍ଲକ କୋର୍ଡିନେଟର ଜିତାଲୀ ହନ୍ତାଳ ଜଣାଇଛନ୍ତି l ଏହି ଚାଷ ବର୍ଷକୁ ଦୁଇ ଥର ଚାଷ କରାଯାଏ l ଜମିରେ ଅନ୍ୟ ଚାଷ କରିବା ଅପେକ୍ଷା ଏହି ଚାଷ କଲେ ଭଲ ଦି ପଇସା ରୋଜଗାର ହେଉଛି ବୋଲି ଚାଷୀ ପ୍ରକାଶ କରିଛନ୍ତି l ଏହି ଚାଷ ଓ ତେଲ ଉତ୍ପାଦନ ପ୍ରଣାଳୀକୁ ଦେଖି ଗଲୁର ପଂଚାୟତର ଚାଷୀମାନେ ବ୍ୟାପକ ପରିମାଣରେ ଏହି ଚାଷ କରୁଥିବାରୁ ଜିଲ୍ଲାରେ ଦ୍ଵିତୀୟ ମେନ୍ଥା ତେଲ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନା କରାଯିବ ବୋଲି ପ୍ରଶାନ୍ତ କୁମାର ରାଉତ ଜଣାଇଛନ୍ତି l

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.