ETV Bharat / state

କଟକ SCB ମେଡିକାଲରେ ଦ୍ବିତୀୟ ଲିଭର ଟ୍ରାନ୍ସପ୍ଲାଣ୍ଟ, ସ୍ବାମୀ ଦେହରେ ସ୍ତ୍ରୀ ଯକୃତ - Liver Transplant In SCB

author img

By ETV Bharat Odisha Team

Published : Sep 10, 2024, 10:41 AM IST

Second Liver Transplant in SCB: କଟକ ବଡ ମେଡିକାଲରେ ଦ୍ବିତୀୟ ଯକୃତ ପ୍ରତିରୋପଣ ସଫଳ । ୩୯ ବର୍ଷୀୟ ମାନସ ମୁଦୁଲିଙ୍କ ଶରୀରରେ ଟ୍ରାନ୍ସପ୍ଲାଣ୍ଟ କଲେ ହାଇଦ୍ରାବାଦର ୪ ଜଣିଆ AIG ଟିମ୍ ।

Second Liver Transplant in SCB
Second Liver Transplant in SCB (ETV BHARAT ODISHA)

କଟକ: କଟକ ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜ ଏବଂ ହସପିଟାଲ ଏସସିବି(SCB) ମେଡିକାଲରେ ଦ୍ବିତୀୟ ଲିଭର ପ୍ରତିରୋପଣ । ସ୍ବାମୀଙ୍କ ଶରୀରରେ ପ୍ରତିରୋପଣ ହେଲା ସ୍ତ୍ରୀର ଲିଭର । ଦୀର୍ଘ 9 ଘଣ୍ଟା ଧରି ଚାଲିଲା ଜଟିଳ ଅପରେସନ । ପ୍ରତିରୋପଣ ସଫଳ ହୋଇଥିବା ସୂଚନା ଦେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।

Liver Transplant (ETV BHARAT ODISHA)

ସ୍ବାମୀ ଶରୀରରେ ସ୍ତ୍ରୀ ଲିଭର:

ନୟାଗଡର ମାନସ ମୁଦୁଲୀଙ୍କୁ ଲିଭର ଦେଇଛନ୍ତି ତାଙ୍କ ପତ୍ନୀ ଛବି ମଲ୍ଲିକ । ହାଇଦ୍ରାବାଦର ୪ ଜଣିଆ AIG ଟିମ୍ ଏବଂ ଏସସିବିର ବିଭିନ୍ନ ବିଭାଗ ଡାକ୍ତରଙ୍କ ଦ୍ବାରା ଲିଭର ପ୍ରତିରୋପଣ କରାଯାଇଛି । ଅପରେସନ ପରେ ସ୍ବାମୀ ଓ ସ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଉଭୟ ବର୍ତ୍ତମାନ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି । ଦୀର୍ଘ 9 ଘଣ୍ଟା ଧରି ଜଟିଳ ଅପରେସନ ହୋଇଥିଲା । ଏନେଇ ମେଡିକାଲ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମେଡିକାଲ ଅଧିକ୍ଷକ ଲୁସି ଦାସ।

SCB MEDICAL COLLEGE
SCB MEDICAL COLLEGE (ETV BHARAT ODISHA)

ସ୍ବାମୀଙ୍କ ଶରୀରରେ ସ୍ତ୍ରୀର ଯକୃତ ପ୍ରତିରୋପଣ:

ମେଡିକାଲ ଅଧିକ୍ଷକଙ୍କ କହିବା ଅନୁଯାୟୀ, ''ଏସସିବି ମେଡିକାଲ କଲେଜ ହସ୍ପିଟାଲରେ ଦ୍ଵିତୀୟ ଯକୃତ ପ୍ରତିରୋପଣ ସଫଳ ହୋଇଛି। ନୟାଗଡର ୩୯ ବର୍ଷୀୟ ମାନସ ମୁଦୁଲିଙ୍କ ଶରୀରରେ ଅସ୍ତ୍ରୋପଚାର କରାଯାଇ ଯକୃତ ପ୍ରତିରୋପଣ କରାଯାଇଛି । ତାଙ୍କ ପତ୍ନୀ ଛବି ମଲ୍ଲିକ ସ୍ବାମୀଙ୍କୁ ଯକୃତ ଦାନ କରିଛନ୍ତି । ଏସସିବି ମେଡିକାଲର ଯକୃତ ପ୍ରତିରୋପଣ ବିଭାଗ ଅସ୍ତ୍ରୋପଚାର କକ୍ଷରେ ଏହି ଅସ୍ତ୍ରୋପଚାର ସମ୍ପନ୍ନ ହୋଇଛି। ''

Liver Transplant in SCB
Liver Transplant in SCB (ETV BHARAT ODISHA)

ଏହା ମଦ୍ୟ ପଢନ୍ତୁ-ଶେଷ ହେଲା ୧୧ ବର୍ଷର ପ୍ରତୀକ୍ଷା, ଏସସିବି ମେଡିକାଲରେ ଆରମ୍ଭ ହେଲା ଲିଭର ଟ୍ରାନସପ୍ଲାଣ୍ଟ - Liver Transplant Process In SCB MCH

9 ଘଣ୍ଟାରେ ଲିଭର ପ୍ରତିରୋପଣ ସଫଳ:

ପ୍ରଫେସର ଡାକ୍ତର ବାଲକ୍ରିଷ୍ଣନ ମେନନଙ୍କ ନେତୃତ୍ୱରେ ହାଇଦ୍ରାବାଦରୁ ଆସିଥିବା ଏଆଇଜି 4 ଜଣିଆ ଡାକ୍ତରୀ ଦଳ ଦ୍ବାରା ଲିଭର ପ୍ରତିରୋପଣ ସଫଳ ହୋଇଛି । ଏହି ଟିମ୍‌ ସହ କଟକ ଏସସିବି ମେଡିକାଲ କଲେଜ ହସ୍ପିଟାଲର ଯକୃତ ପ୍ରତିରୋପଣ ବିଭାଗର ନୋଡାଲ ଅଧିକାରୀ ପ୍ରଫେସର ରାଜେଶ କୁମାର ଦୋରା, ନିଶ୍ଚେତକ ବିଭାଗ ପ୍ରଫେସର ଡା ପ୍ରମୋଦ କୁମାର ପଲାଇ, ସର୍ଜରୀ ବିଭାଗ ଆସୋସିଏଟ ପ୍ରଫେସର ଡା ଲକ୍ଷ୍ମୀ ନାରାୟଣ ମହାନ୍ତି ଓ ନିଦାନ ବିଭାଗର ପ୍ରଫେସର ଡା କୌମୁଦୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଅସ୍ତ୍ରୋପଚାର କରିଥିଲେ । ଅସ୍ତ୍ରୋପଚାର ପରେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ସେମାନଙ୍କୁ ଉକ୍ତ ବିଭାଗର ଆଇସିୟୁରେ ରଖାଯାଇଛି । ଅଧିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଛି । ଯକୃତ ପ୍ରତିରୋପଣ କାର୍ଯ୍ୟରେ ସମସ୍ତ ବିଭାଗୀୟ ମୁଖ୍ୟ ହେପାଟୋଲୋଜି, ହେମାଟୋଲୋଜି, ରେଡ଼ିଓଲୋଜି, ଟ୍ରାନ୍ସଫ୍ୟୁଜନ ମେଡ଼ିସିନ, ନିଶ୍ଚେତକ ବିଭାଗ ଏବଂ ସର୍ଜରୀ ବିଭାଗ ପକ୍ଷରୁ ସହଯୋଗ କରାଯାଇଥିଲା।

Liver Transplant
Liver Transplant (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ରାଜ୍ୟର ପ୍ରଥମ କ୍ୟାଡେଭେରିକ ଲିଭର ଟ୍ରାନ୍ସପ୍ଲାଣ୍ଟ ସଫଳ - CADAVERIC LIVER TRANSPLANT

ଏପ୍ରିଲରେ ପ୍ରଥମ ଯକୃତ ପ୍ରତିରୋପଣ ହୋଇଥିଲା: ମାନସ ଗତ ୩ ମାସ ହେବ ଏସସିବି ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତକାଲି ସଫଳ ଯକୃତ ପ୍ରତିରୋପଣ କରାଯାଇଛି । ଗତ ଏପ୍ରିଲ ୩ ତାରିଖରେ କଟକର ପ୍ରଥମ ରୋଗୀଙ୍କର ସଫଳ ଯକୃତ ପ୍ରତିରୋପଣ କରାଯାଇଥିଲା। ତେବେ ଖୁବଶୀଘ୍ର ତୃତୀୟ ଯକୃତ ପ୍ରତିରୋପଣ କରାଯିବ ବୋଲି ଆଶା ରଖିଛନ୍ତି ଏଏସିବି କର୍ତ୍ତୃପକ୍ଷ ।

ଏହା ମଧ୍ୟ ପଢନ୍ତୁ-ଏମ୍ସରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ, ଖୁବଶୀଘ୍ର ଆରମ୍ଭ ହେବ ଯକୃତ ପ୍ରତିରୋପଣ କେନ୍ଦ୍ର

ଏହା ମଧ୍ୟ ପଢନ୍ତୁ-National Heart Transplantation Day: ନାଟକ ବୁଝାଇଲା ଅଙ୍ଗଦାନର ମହତ ଉଦ୍ଦେଶ୍ୟ
ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.