ETV Bharat / state

ରାଜରାସ୍ତାକୁ ଓହ୍ଲାଇଲା ଓଷ୍ଟା, ଦାବି ପୂରଣ ନହେଲେ ପରୀକ୍ଷା ବର୍ଜନ ଚେତାବନୀ - ଓଷ୍ଟାର ଆନ୍ଦୋଳନ

Teachers Protest: ବିଭିିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲା ଓଷ୍ଟା । ଦାବି ପୂରଣ ନହେଲେ ପରୀକ୍ଷା ବର୍ଜନ କରାଯିବ ବୋଲି ଚେତାବନୀ ଦେଇଛି ସଂଘ । ଅଧିକ ପଢନ୍ତୁ

School Teachers Protest
School Teachers Protest
author img

By ETV Bharat Odisha Team

Published : Feb 9, 2024, 4:43 PM IST

School Teachers Protest

ଭୁବନେଶ୍ବର: ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଲା ଓଷ୍ଟା। ଦାବି ପୂରଣ ନହେଲେ ପରୀକ୍ଷା ବର୍ଜନ କରାଯିବା ନେଇ ଚେତାବନୀ ଦିଆଯାଇଛି । "୩୦ ବର୍ଷରୁ ଉର୍ଦ୍ଧ୍ବ ନିରବଚ୍ଛିନ୍ନ ଭାବରେ ଚାକିରି କଲାପରେ ଶୂନ୍ୟହସ୍ତରେ ଅବସର ନେବା ଓ ୨୦ ରୁ ୨୫ ବର୍ଷ ବିନା ଅନୁଦାନରେ ଚାକିରି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ" ବୋଲି କହିଛି ସଂଘ । ଆଜି ପର୍ଯ୍ୟନ୍ତ ଅନୁଦାନ ପାଇନଥିବା ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ଅବସର ନେଉଥିବା ଶିକ୍ଷକ ଓ କର୍ମଚାରୀମାନଙ୍କୁ ଚାକିରି ସହ ଅବସରକାଳୀନ ସୁବିଧା ସୁଯୋଗ ନେଇ ଦାବି ରହିଛି । ସେହିପରି ୨୨୬ ଓ ୩୯୯ ବିଦ୍ୟାଳୟକୁ ସପ୍ତମ ବେତନ ପ୍ରଦାନ କ୍ଷେତ୍ରରେ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ପାଳନ କରୁନଥିବା ଅଭିଯୋଗ ଆଣିଛି ସଂଘ।

ଏନେଇ ଓଷ୍ଟା ସଭାପତି ପୂର୍ଣ୍ଣଚନ୍ଦ୍ର ରାୟ କହିଛନ୍ତି, "୨୦୧୩ ମସିହାରେ ସରକାର ୫୬୬ ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ ଦେବା କଥା । ହେଲେ ୨୦୧୫ ମସିହାରେ ୩୯୯ ଟି ବିଦ୍ୟାଳୟକୁ ଅନୁଦାନ ପରିସରଭୁକ୍ତ କରାଗଲା। ତେଣୁ ୧୬୭ଟି ବିଦ୍ୟାଳୟ ଅନୁଦାନ ପାଇବାରୁ ବଞ୍ଚିତ ହେଲେ। ୨୦୧୫ ମସିହାରେ ଆଉ କୌଣସି ବିଦ୍ୟାଳୟକୁ ଅନୁଦାନ ନଦେବା ପାଇଁ ସରକାର ଆମେଣ୍ଟମେଣ୍ଟ କଲେ । ୨୦୧୭ ଅନୁଦାନ ଆଇନରେ ସରକାର ଐତିହାସିକ ଗ୍ରାଣ୍ଟ-ଇନ୍-ଏଡ଼ ପ୍ରଦାନ କରାଗଲା ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କଲେ। ଏହାରି ଭିତରେ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ କର୍ମଚାରୀମାନଙ୍କ ମଧ୍ୟରୁ ପ୍ରାୟ ୫ହଜାରରୁ ଊର୍ଦ୍ଧ୍ବ ଅବସର ନେଇଗଲେଣି । ସେମାନେ ୩୦ ବର୍ଷରୁ ଊର୍ଦ୍ଧ୍ବ କାଳ ସେବା ଯୋଗାଇଥିଲେ ମଧ୍ୟ ଶୂନ୍ୟ ହସ୍ତରେ ଅବସର ନେଉଛନ୍ତି। ଅବସର ନେବା ପରଦିନ ଟଙ୍କାଟିଏ ମଧ୍ୟ ଔଷଧ କିଣିବା ପାଇଁ ନପାଇବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ।"

ଏହା ବି ପଢନ୍ତୁ...ଗାନ୍ଧୀ ମାର୍ଗରେ ଓଷ୍ଟାର ଆନ୍ଦୋଳନ, ଦାବି ପୂରଣ ପାଇଁ ଅହୋରାତ୍ର ଗଣଧାରଣା

ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ସମଗ୍ର ରାଜ୍ୟରେ ଅନୁଦାନରୁ ବଞ୍ଚିତ ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ସପ୍ତମ ବେତନରୁ ବଞ୍ଚିତ ବିଦ୍ୟାଳୟକୁ ସପ୍ତମ ବେତନ ପ୍ରଦାନ, ଅବସର ପରେ ପେନସନ୍ ପାଉନଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପେନସନ୍, ସରକାରୀକରଣ ହୋଇନଥିବା ବିଦ୍ୟାଳୟକୁ ସରକାରୀକରଣ, ଚୁକ୍ତିଭିଭିକ ଶିକ୍ଷକମାନଙ୍କୁ ନ୍ୟାସନାଲ୍ ଇନ୍‌କ୍ରିମେଣ୍ଟ ଦେଇ ବରିଷ୍ଠତା ପ୍ରଦାନ, ୨୮ଶହ, ୨୨ଶହ, ୧୯ଶହ ଗ୍ରେଡପେ ଥିବା ଅସଙ୍ଗତି ଦୂରୀକରଣ ଆଦି ଦାବି ରହିଛି । ସେହିପରି ହିନ୍ଦୀ, ସଂସ୍କୃତ ଶିକ୍ଷକମାନଙ୍କର ଯୋଗ୍ୟତା ଅନୁଯାୟୀ ଉପଯୁକ୍ତ ହାରରେ ଦରମା ପ୍ରଦାନ, ୪୮ ବର୍ଷରେ ପଦାର୍ପଣ କରି କୋର୍ଟର ନିର୍ଦ୍ଦେଶ ପାଇଥିବା ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କୁ ଟି.ଜି. ସ୍କେଲ ପ୍ରଦାନ ଭଳି ଦାବି ମଧ୍ୟ ରହିଛି । ଆଲେକେଡ଼ ଓ ସେକ୍ସନ ଶିକ୍ଷକମାନଙ୍କୁ ରେଗୁଲାର କରିବା, ଆର.ଏ. ସ୍କିମ୍‌ର ପୁନଃ ପ୍ରଚଳନ କରିବା, ନୂତନ ପେନସନ୍ ପରିବର୍ତ୍ତେ ପୁରାତନ ପେନସନ୍ ଲାଗୁ କରିବା, ଅବସର ବୟସ ସୀମା ୬୦ରୁ ୬୨ ବର୍ଷ ବୃଦ୍ଧି କରିବା, ଅଫିସ୍ ସହାୟକମାନଙ୍କର ଯୋଗ୍ୟତା ଭିଭିକ ପଦୋନ୍ନତି ସହ ଉର୍ଦ୍ଦୁ ଶିକ୍ଷକମାନଙ୍କୁ ଅନୁଦାନ ପ୍ରଦାନ, ସହ ନୂତନ ପେନସନ୍ ସ୍କିମ୍ (NPS) ପରିବର୍ତ୍ତେ ପୁରାତନ ପେନସନ୍ ସ୍କିମ୍ (OPS) ଲାଗୁ କରିବା ପାଇଁ ଦାବି କରିଛି ସଂଘ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.