ETV Bharat / state

SCB ଦୁଷ୍କର୍ମ ଘଟଣାରେ ରିପୋର୍ଟ ପ୍ରସ୍ତୁତ, ଖୁବଶୀଘ୍ର ଆସିବ ରିପୋର୍ଟ: DMET ନିର୍ଦ୍ଦେଶକ - SCB Medical Rape Case - SCB MEDICAL RAPE CASE

SCB Medical Rape Case Report: ଏସସିବିରେ ୨ ମହିଳାଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ଘଟଣା । ରିପୋର୍ଟ ପ୍ରସ୍ତୁତ ଶେଷ । ଅଧିକ ପଢ଼ନ୍ତୁ

SCB Medical Rape Case Report
SCB Medical Rape Case Report (ETV Bharat Odisha)
author img

By ETV Bharat Odisha Team

Published : Aug 16, 2024, 5:52 PM IST

କଟକ: SCB ମେଡ଼ିକାଲରେ 2 ମହିଳା ରୋଗୀଙ୍କୁ ଦୁଷ୍କର୍ମ ମାମଲା । ରିପୋର୍ଟ ପ୍ରସ୍ତୁତ କେଲେ ସ୍ବାସ୍ଥ୍ୟ ବିଭାଗ ଟିମ । ସ୍ବାସ୍ଥ୍ୟ ବିଭାଗର 3 ଜଣିଆ ଟିମ ତଦନ୍ତ କରି ରିପୋର୍ଟ ପ୍ରସ୍ତୁତ କରିଛି । ରିପୋର୍ଟକୁ ଏସସିବି ପ୍ରିନ୍ସପାଲଙ୍କ ପାଖକୁ ଦସ୍ତଖତ ପାଇଁ ପଠାଯିବ । ଏସସିବି ପ୍ରିନ୍ସିପାଲ ମଧ୍ୟ ତଦନ୍ତକାରୀ କମିଟିର ସଦସ୍ୟ ଥିଲେ । ତେବେ ଏହି ରିପୋର୍ଟ ଖୁବଶୀଘ୍ର ସାମ୍ନାକୁ ଆସିବ ।

SCB Medical Rape Case Report (ETV Bharat Odisha)

ରିପୋର୍ଟ ପ୍ରସ୍ତୁତ:

ଏନେଇ DMET ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ ମିଶ୍ର କହିଛନ୍ତି," ରିପୋର୍ଟ ପ୍ରସ୍ତୁତ ହୋଇ ସାରିଛି । ଏସସିବି ପ୍ରିନ୍ସପାଲଙ୍କ ପାଥକୁ ଦସ୍ତଖତ ପାଇଁ ପଠାଯିବ । ଏସସିବି ପ୍ରିନ୍ସପାଲ ମଧ୍ୟ ତଦନ୍ତକାରୀ କମିଟିର ସଦସ୍ୟ ଥିଲେ । ରିପୋର୍ଟରେ ଯାହା ଅଛି, ତାହା ରାଜ୍ୟ ସରକାର ହିଁ ଜଣାଇବେ ।"

ତଦନ୍ତ ଜାରି ରଖିଛି ପୋଲିସ:

ଅନ୍ୟପଟେ ଏହି ସଙ୍ଗିନ ଘଟଣାର ତଦନ୍ତ ଜାରି ରଖିଛି କମିଶନରେଟ ପୋଲିସ । ସମସ୍ତ ସାକ୍ଷୀଙ୍କୁ ପଚରାଉଚରା ଜାରି ରଖିଛି । ମେଡିକାଲ ରିପୋର୍ଟରୁ ମଧ୍ୟ ପୋଲିସକୁ ଅନେକ ପ୍ରମାଣ ହସ୍ତଗତ ହେବ । ଏହାବ୍ୟତୀତ ଉଭୟ ପକ୍ଷରୁ ମାମଲା ହୋଇଥିବା ବେଳେ ମଙ୍ଗଳାବାଗ ଥାନା ପୋଲିସ ଏହି ଘଟଣାକୁ ଗୁରୁତର ସହ ତଦନ୍ତ ଜାରି ରଖିଛି । ଏନେଇ କଟକ ଅତରିକ୍ତ ଡିସିପି ଅନୀଲ ମିଶ୍ର କହିଛନ୍ତି, "ଆମେ ତଦନ୍ତ କରିବା ପରେ ଡାକ୍ତରଙ୍କୁ ଗିରଫ କରିଛୁ । ତାଙ୍କୁ କୋର୍ଟ ପଠାଯାଇଛି । ବର୍ତ୍ତମାନ କୋର୍ଟ ତାଙ୍କୁ ଜୁଡିସିଆଲ ରିମାଣ୍ଡରେ ପଠାଇଛନ୍ତି । ସେ ବର୍ତ୍ତମାନ ଜେଲ କଷ୍ଟଡିରେ ଅଛନ୍ତି । ତଦନ୍ତ ଏବେ ବି ଚାଲିଛି । ମେଡ଼ିକାଲ ରିପୋର୍ଟରେ ଅପେକ୍ଷାରେ ଅଛୁ । ତାହା ସଂଗ୍ରହ କରାଯିବ । ଦୁଷ୍କର୍ମ ହୋଇଥିବା ଏବଂ ଡାକ୍ତରଙ୍କୁ ମାରପିଟ ହୋଇଥିବା ନେଇ 2ଟି ମାମଲା ଦାୟର ହୋଇଛି ।"

ଏହା ମଧ୍ୟ ପଢ଼ନ୍ତୁ...ବଡ଼ମେଡିକାଲରେ ପାଶବିକତା: ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ, ସ୍ବାସ୍ଥ୍ୟମନ୍ତ୍ରୀ କହିଲେ ଏମିତି - SCB DOCTOR RAPED PATIENT

ସାଂଘାତିକ ତଥ୍ୟ ଦେଇଥିଲା ପୋଲିସ:

ତେବେ ପୂର୍ବରୁ ପୋଲିସ ଦେଇଥିବା ସୂଚନା ଅନୁଯାୟୀ । ଅଭିଯୁକ୍ତ ଡାକ୍ତର ଜଣଙ୍କ ଯୋଜନାବଦ୍ଧ ଭାବରେ ଏହି କାଣ୍ଡ ଭିଆଇ ଥିଲେ । ଜାଣିଶୁଣି SOPକୁ ଉଲ୍ଲଙ୍ଘନ କରିଥିଲେ ଡାକ୍ତର । ଏହି ଘଟଣା ଉଦ୍ଦେଶ୍ୟମୂଳକ ଥିଲା । ଅଭିଯୁକ୍ତ ଡାକ୍ତର ଓ ତାଙ୍କ ପରିବାର ଆଣୁଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଥିଲେ ଅତରିକ୍ତ ଡିସିପି ଅନୀଲ ମିଶ୍ର । ଏସସିବିରେ ଶୁକ୍ରବାର ବଦଳରେ ଜାଣିଶୁଣି ରବିବାର ଦିନ ପରୀକ୍ଷା ପାଇଁ ଡାକିଥିଲେ ଅଭିଯୁକ୍ତ ଡାକ୍ତର । ମହିଳା କର୍ମଚାରୀଙ୍କ ଉପସ୍ଥିତିରେ Echo ପରୀକ୍ଷା କଲେ ନାହିଁ । ଅଭିଯୋଗକାରୀ ଜଣେ ଡାକ୍ତର ହୋଇଥିଲେ ମଧ୍ୟ ତାଙ୍କୁ ବି ସେଠାରୁ ବାହାରକୁ ବାହାର କରିଦେଲେ । Echo ପରୀକ୍ଷା 15 ମିନିଟରେ ଶେଷ ହୁଏ କିନ୍ତୁ ଅଭିଯୁକ୍ତ ଡାକ୍ତର 30 ମିନିଟ ପରୀକ୍ଷା କରିଥିଲେ । ଦୁଇ ଜଣ ରୋଗୀ ମହିଳା ହୋଇଥିବା ବେଳେ ପରୀକ୍ଷା ସମୟରେ ଜଣଙ୍କୁ ପାଖରେ ରଖି ପରିଥାନ୍ତେ । ପିଡିତାଙ୍କ ବୟାନ ଓ ପାରିପାର୍ଶ୍ବିକ ତଥ୍ୟ ପ୍ରମାଣରୁ ଅଭିଯୁକ୍ତ ଡାକ୍ତର ଦିଲବାଗ ସିଂ ଠାକୁର ଘଟଣାକୁ ନିଜେ ହିଁ ଅନଜାମ ଦେଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.