ETV Bharat / state

ସତ୍ୟବାଦୀ ବିଧାୟକଙ୍କ ଭିଡ଼ିଓ ଭାଇରାଲ ଘଟଣା; ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟିକରଣ ଦାବି କଲା ଆପ୍, କୁଶପୁତ୍ତଳିକା ଜାଳିଲା ବିଜେଡି

ଜଣେ ଯୁବତୀଙ୍କ ସହ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ରଙ୍କ ଭିଡ଼ିଓ ଭାଇରାଲ ଘଟଣାର ସତ୍ୟାସତ୍ୟ ନେଇ ମୁଖ୍ୟମନ୍ତ୍ରୀ ଙ୍କ ସ୍ପଷ୍ଟିକରଣ ଦାବି କଲା ପୁରୀ ଜିଲ୍ଲା ଆମ୍ ଆଦମୀ ପାର୍ଟି ।

author img

By ETV Bharat Odisha Team

Published : 3 hours ago

satyabadi mla viral video issue
satyabadi mla viral video issue (satyabadi mla viral video issue)

ପୁରୀ/ନିମାପଡା: ପୁରୀ ଜିଲ୍ଲା ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ରଙ୍କ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ବିଧାୟକ ଓମ୍ ପ୍ରକାଶ ମିଶ୍ର ଜଣେ ଯୁବତୀଙ୍କ ସହ ଏକ କୋଠରୀରେ ବସି କଥାବାର୍ତ୍ତା ହେଉଛନ୍ତି । ଭିଡ଼ିଓରେ ଯୁବତୀ ଜଣଙ୍କ ବିଧାୟକଙ୍କ ସହ ଥିବା ବେଳେ କିଛି ଫୋଟୋ ପାଇଁ ସେ ପସ୍ତଉ ଥିବା ବିଧାୟକ କହୁଛନ୍ତି । ବ୍ଲାକମେଲ୍ କଥା ମଧ୍ୟ ବିଧାୟକ ଓମ ପ୍ରକାଶ ମିଶ୍ର କହୁଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ।

ତେବେ ଫୋଟୋ ନ ଥିଲେ ତମେ ମତେ ଛାଡି ଦେଇ ଥାନ୍ତ ବୋଲି ଉକ୍ତ ଯୁବତୀ ବିଧାୟକ ଓମ୍ ପ୍ରକାଶଙ୍କୁ ପ୍ରଶ୍ନ କରୁଛନ୍ତି । ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ସେପଟେ ଏହି ଭିଡ଼ିଓକୁ ନେଇ ବିଜେପିକୁ ଟାର୍ଗେଟ କରିଛି ପୁରୀ ଜିଲ୍ଲା ଆମ ଆଦମୀ ପାର୍ଟି । ବିଜେପିରେ ନାରୀ ନେତ୍ରୀ ସୁରକ୍ଷିତ ନ ଥିବା ଆପ୍ ଆଭିଯୋଗ କରିଛି । ଯଦି ସତ୍ୟବାଦୀ ବିଧାୟକ ଉକ୍ତ ଯୁବତୀଙ୍କ ଦ୍ୱାରା ବ୍ଲାକ ମେଲର ଶୀକାର ହେଉଛନ୍ତି ତାହା ହେଲେ ବିଧାୟକ କାହିଁକି ପୋଲିସର ଦ୍ଵାରସ୍ଥ ହେଉ ନାହାଁନ୍ତି ବୋଲି ଆପ୍ ପ୍ରଶ୍ନ କରିଚି । ତେବେ ଏହି ସମଗ୍ର ଘଟଣାକୁ ନେଇ ଶୀଘ୍ର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜବାବ ରଖିବାକୁ ପୁରୀ ଜିଲା ଆପ୍ ଦାବି କରିଛି । ପୁରୀରେ ଏ ନେଇ ଆପ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଦାବି ରଖାଯାଇଛି ।

ପୁରୀ ଜିଲ୍ଲା ଆମ୍ ଆଦମୀ ପାର୍ଟିର ଜିଲା ସଭାପତି ସଞ୍ଜୀବ ମହାନ୍ତି କହିଛନ୍ତି, ନିର୍ବାଚନ ପୂର୍ବରୁ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ରଙ୍କର ଏକ ଭିଡ଼ିଓ ଭାଇରାଲ ହୋଇଥଲା । ନିର୍ବାଚନ ପରେ ଆଉ ଏକ ଭିଡ଼ିଓ ଯୁବତୀଙ୍କ ସହ ସତ୍ୟବାଦୀ ବିଧାୟକଙ୍କ ଭିଡ଼ିଓ ରହିଛି । ପୁର୍ବରୁ ସତ୍ୟବାଦୀ ବିଧାୟକ କହିଥିଲେ ସେହି ମହିଳା ହେଉଛନ୍ତି ତାଙ୍କର ସମ୍ପର୍କୀୟ । ତେବେ ନିକଟରେ ଯେଉଁ ଭିଡ଼ିଓ ଭାଇରାଲ୍ ହୋଇଛି ସତ୍ୟବାଦୀ ବିଧାୟକ ଯେଉଁ ଭଳି ଉକ୍ତ ମହିଳାଙ୍କ ଶରୀରକୁ ସ୍ପର୍ଶ କରୁଛନ୍ତି ତାହା ଜଣେ ସମ୍ପର୍କୀୟଙ୍କ ଅବା ଏକ ସାଧାରଣ ପରିବାରରେ ହୁଏ ନାହିଁ । ଏଣୁ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ଏହାର ସତ୍ୟାସତ୍ୟ ନେଇ ନିଜର ସ୍ପଷ୍ଟିକରଣ ରଖିବା ଉଚିତ୍ । ସେହିପରି ଉକ୍ତ ଭିଡ଼ିଓକୁ ନେଇ ଯଦି ବିଧାୟିକଙ୍କୁ ବ୍ଲାକ ମେଲ୍ କରାଯାଉଛି ତାହା ହେଲେ ଆଜି ପର୍ଯ୍ୟନ୍ତ ବିଧାୟକ କାହିଁକି ଚୁପ୍ ବସିଛନ୍ତି । ସେ ପୋଲିସ୍ ରେ ଅଭିଯୋଗ କାହିଁକି କରୁନାହାନ୍ତି । ବିଧାୟକଙ୍କ ସହ ଉକ୍ତ ଭିଡ଼ିଓରେ ଥିବା ଯୁବତୀ ଜଣଙ୍କ ଜଣେ ବିଜେପି ନେତ୍ରୀ । ଗତ ପଞ୍ଚାୟତ ନିର୍ବାଚନ ରେ ସେ ଜିଲା ପରିଷଦ ପ୍ରାର୍ଥୀ ହୋଇଥିଲେ । ଏନେଇ ଜବାବ ରଖନ୍ତୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଜଣେ ବିଜେପି ନେତ୍ରୀ ଯଦି ଦଳରେ ସୁରକ୍ଷିତ ନାହାନ୍ତି ତାହା ହେଲେ ବିଜେପି ରାଜ୍ୟ ସଭାପତି ଦଳ କିଭଳି ପରିଚାଳନା କରିବେ । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଯେତେବେଳେ ମହିଳାଙ୍କ ସମ୍ମାନ କଥା କହୁଛନ୍ତି, ଯେତେବେଳେ ସୁଭଦ୍ରା ଯୋଜନା ମହିଳାଙ୍କ ସୁରକ୍ଷା ପାଇଁ କରିଥିବା କହୁଛନ୍ତି ତେବେ ସେ ବି ଏହି ଘଟଣା ରେ ଜବାବ ଦିଅନ୍ତୁ । ସୁଭଦ୍ରା ଯୋଜନା ରେ 5 ହଜାର ଟଙ୍କା ଦେଇ କଣ ଏହି ଭଳି ମା, ଭଉଣୀଙ୍କ ସୁରକ୍ଷା ଦେଉଛନ୍ତି । ମା, ଭଉଣୀ ମାନେ ବିଜେପିରେ ଅସୁରକ୍ଷିତ ଥିବା ବେଳେ ସତ୍ୟବାଦୀ ବିଧାୟକଙ୍କ ଭାଇରାଲ ଭିଡ଼ିଓ ଉପରେ ଉପ ମୁଖ୍ୟମନ୍ତ୍ରୀ ଜବାବ ରଖନ୍ତୁ । ପୁରୀର ସତ୍ୟବାଦୀ ମାଟି ହେଉଚି ମହାପୁରୁଷ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ମାଟି । ଏହା ସ୍ୱାଭିମାନର ମାଟି। ସେହି ଅଞ୍ଚଳର ଜଣେ ବିଧାୟକ ଙ୍କ ଏଭଳି ଆଚରଣ ଗ୍ରହଣୀୟ ନୁହେଁ । ଏହାର ଜବାବ ଚାହୁଁଛନ୍ତି ସତ୍ୟବାଦୀ ଲୋକେ । ଆମ୍ ଆଦମୀ ପାର୍ଟି ଆଜି ଲୋକଙ୍କ ଦାବି କୁ ଉଠାଇଛି। ଏହାର ଜବାବ ଶୀଘ୍ର ମୁଖ୍ୟମନ୍ତ୍ରୀ ଦେବାକୁ ପୁରୀ ଜିଲା ଆମ ଆଦମୀ ପାର୍ଟି ଦାବି କରୁଛି ।"

ସେପଟେ ଏହି ସମ୍ପର୍କରେ ସତ୍ୟବାଦୀ ବିଧାୟକଙ୍କୁ ‘ଇଟିଭି ଭାରତ’ ପକ୍ଷରୁ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସତ୍ୟବାଦୀ ବିଧାୟକଙ୍କ କୌଣସି ପ୍ରତିକ୍ରିୟା ମିଳିପାରନାହିଁ ।

ସତ୍ୟବାଦୀରେ ବିଜେଡି ପକ୍ଷରୁ କୁଶପୁତ୍ତଳିକା ଦାହ-

ଭାଇରଲ ହେଉଛି ବିଜେପି ବିଧାୟକଙ୍କ ଭିଡିଓ । ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଜନୈକ ଯୁବତୀ ସହିତ ହୋଟେଲ ଭିତରର ଭିଜୁଆଲ ଭାଇରଲ ହେବାରେ ଲାଗିଛି । ଭାଇରଲ ହେଉଥିବା ଭିଡିଓରେ ବିଧାୟକ ଯୁବତୀଙ୍କୁ ଖୁଆଇ ଦେଉଥିବା ଦେଖାଯାଉଛି । ସେପଟେ ଭିଡିଓ କାହିଁକି କରୁଛ ଭିଡିଓ କରି ମୁଁ ପସ୍ତାଉଛି ବୋଲି ବିଧାୟକ କହୁଥିବାର ଭିଯୁଆଲ ମୋବାଇଲରୁ ମୋବାଇଲ ଘୁରି ବୁଲିବାରେ ଲାଗିଛି । ସେପଟେ ସତ୍ୟବାଦୀରେ ବିଜେଡି ପକ୍ଷରୁ କୁଶପୁତ୍ତଳିକା ଦାହ ହୋଇଛି ।

ବିବାଦ ଘେରରେ ସତ୍ୟବାଦୀ ବିଧାୟକ, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ରଙ୍କ ଜଣେ ମହିଳାଙ୍କ ସହ ଭିଡ଼ିଓ।ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଜୋରଦାର ବିରୋଧ କରିଛନ୍ତି ସତ୍ୟବାଦୀ ବିଜେଡ଼ି କର୍ମକର୍ତ୍ତା । ଆଜି ସନ୍ଧ୍ୟାରେ ସତ୍ୟବାଦୀ ବ୍ଲକ୍ ଛକରେ ସତ୍ୟବାଦୀ ବ୍ଲକ୍ ଅଧ୍ୟକ୍ଷ ସୁନିଲ୍ କୁମାର ପଣ୍ଡାଙ୍କ ନେତୃତ୍ୱରେ ଓମ୍ ପ୍ରକାଶ ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରିବା ସହିତ ଓମ୍ ପ୍ରକାଶ ମିଶ୍ରଙ୍କ ବିରୋଧରେ ଜୋରଦାର ନାରା ବାଜି କରି ଭାଜପା ସରକାର ବିରୋଧରେ ବର୍ଷି ଥିଲେ ସମସ୍ତ ବିଜେଡି କର୍ମକର୍ତ୍ତା । ଉପସ୍ଥିତ ଥିଲେ ସତ୍ୟବାଦୀ ବ୍ଲକ ବିଜେଡି ସଭାପତି ପ୍ରମୋଦ ରାଉତରାୟ, ଯୁବ ବିଜେଡି ସଭାପତି ଶରତ ରାଉତରାୟଙ୍କ ସହିତ ସମସ୍ତ ବିଜୁ ଜନତା ଦଳର ଆଗଧାଡ଼ିର କର୍ମକର୍ତ୍ତା । ଏହି କୁଶପୁତଳିକା ଦାହ ସମୟରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ରହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.