ETV Bharat / state

ସତ୍ୟବାଦୀ ଟ୍ଵିଷ୍ଟ; ଶଙ୍ଖ ଭବନ ପରେ ନବୀନ ନିବାସକୁ ଗଲା ସଞ୍ଜୟ ଓ ଉମାଙ୍କ କଳି - ସତ୍ୟବାଦୀ ଟ୍ଵିଷ୍ଟ

Who Will Contest From Satyabadi ? : ବିଜେଡିର ସତ୍ୟବାଦୀ ସସ୍ପେନସ ଜାରି ରହିଛି । ସତ୍ୟବାଦୀରୁ ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ଓ ବ୍ରହ୍ମଗିରିରୁ ଉମା ସାମନ୍ତରାୟ ଲଢ଼ିବା ନେଇ ଭିଡ଼ିଓ ଭାଇରାଲ ହୋଇଛି । ଯାହାକୁ ନେଇ ସଞ୍ଜୟ ଓ ଉମା ମୁହାଁମୁହିଁ ସ୍ଥିତିକୁ ଆସିଯାଇଛନ୍ତି । ଅଧିକ ପଢନ୍ତୁ

Sanjay Das Burma
Sanjay Das Burma
author img

By ETV Bharat Odisha Team

Published : Feb 28, 2024, 9:36 PM IST

ସତ୍ୟବାଦୀ ଟ୍ଵିଷ୍ଟ; ଶଙ୍ଖ ଭବନ ପରେ ନବୀନ ନିବାସକୁ ଗଲା ସଞ୍ଜୟ ଓ ଉମାଙ୍କ କଳି

ଭୁବନେଶ୍ବର: ବିଜେଡିର ସତ୍ୟବାଦୀ ସସ୍ପେନସ ଜାରି ରହିଛି । ସତ୍ୟବାଦୀରୁ ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ଓ ବ୍ରହ୍ମଗିରିରୁ ଉମା ସାମନ୍ତରାୟ ଲଢ଼ିବା ନେଇ ଭିଡ଼ିଓ ଭାଇରାଲ ହୋଇଛି । ଯାହାକୁ ନେଇ ସଞ୍ଜୟ ଓ ଉମା ମୁହାଁମୁହିଁ ସ୍ଥିତିକୁ ଆସିଯାଇଛନ୍ତି । କ୍ରାଇସିସ ମ୍ୟାନେଜ କରିବା ନେଇ ଶଙ୍ଖ ଭବନ ପରେ ନବୀନ ନିବାସରେ ବସିଛି ବୈଠକ ।

ବଦଳିବ କି ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କ ନିର୍ବାଚନ ରଣାଙ୍ଗନ । ସତ୍ୟବାଦୀ ବଦଳରେ ବ୍ରହ୍ମଗିରି ଆସନରୁ ଲଢ଼ିବେ କି ବିଧାୟକ ଉମା ସାମନ୍ତରାୟ । ସଞ୍ଜୟ ଓ ଉମାଙ୍କ ସିଟ ଅଦଳବଦଳକୁ ନେଇ ସଞ୍ଜୟଙ୍କ ଭିଡିଓ ଭାଇରାଲ ହେବା ପରେ ଲାଗି ରହିଛି ବିଜେଡିର ଟେନସନ । କ୍ରାଇସେସ ମ୍ୟାନେଜ କରିବା ଲାଗି ଶଙ୍ଖ ଭବନ ଓ ନବୀନ ନିବାସରେ ବସିଛି ଏକାଧିକ ବୈଠକ । ଶଙ୍ଖ ଭବନ ବୈଠକରେ ଉପସ୍ଥିତ ଥିଲେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ ଓ ପ୍ରଣବ ବଳବନ୍ତରାୟ । ଉଭୟ ସଞ୍ଜୟ ଓ ଉମା ବୈଠକରେ ଉପସ୍ଥିତ ଥିଲେ । ଶଙ୍ଖ ଭବନର ଆଲୋଚନା ପରେ ଦୁଇ ନେତାଙ୍କୁ ନେଇ ନବୀନ ନିବାସ ଯାଇଥିଲା ସାଂଗଠନିକ ସମ୍ପାଦକ ।

ଅଧିକ ପଢନ୍ତୁ- ବିଜେପିକୁ ନେଇ ବିଜେଡିର ପ୍ରତିକ୍ରିୟା, ୨୦୧୯ରେ ୧୨୦ ମିଶନ କୁଆଡ଼େ ଗଲା ପ୍ରଶ୍ନ କଲେ ବିଧାୟକ

ଗତକାଲି ଭୁବନେଶ୍ବର ଉପକଣ୍ଠ ଧଉଳୀରେ ଏକ ବୈଠକ ଡାକିଥିଲେ ସଂଜୟ ଦାସବର୍ମା । ସତ୍ୟବାଦୀର ବିଜେଡି ନେତା ଓ କର୍ମୀଙ୍କୁ ନେଇ ସେ ଏହି ବୈଠକ କରିଥିଲା । ବୈଠକରେ କଣାସ କ୍ଲକ ଅଧ୍ୟକ୍ଷଙ୍କ ସ୍ବାମୀ ସୁଶୀଲ ରାଉତ, ସତ୍ୟବାଦୀ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ମହୁର ପଞ୍ଚାୟତ ନୋମିନି ପ୍ରେମାନନ୍ଦ ବେହେରା, ବଳରାମପୁରଗଡ଼ ପଞ୍ଚାୟତର ପୂର୍ବତନ ନୋମିନିଙ୍କ ସମେତ ଅନେକ ବିଜେଡି କର୍ମୀ ଉପସ୍ଥିତ ଥିଲେ । ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଆସନ୍ତା ନିର୍ବାଚନରେ ସତ୍ୟବାଦୀରୁ ପ୍ରାର୍ଥୀ ହେବେ ନାହିଁ । ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସ ବର୍ମା ହେବେ ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ । ବ୍ରହ୍ମଗିରିରୁ ଉମା ସାମନ୍ତରାୟ ପ୍ରାର୍ଥୀ ହେବେ । ଖୋଦ ନିଜେ ସଞ୍ଜୟ ଦାସବର୍ମା ଏହି କଥା କହିଥିବା ଭିଡିଓରୁ ଜଣାପଡିଛି ।

ଜବାବରେ ଉମା କହିଛନ୍ତି ଯେ, ସତ୍ୟବାଦୀ ମୋ ଜନ୍ମ ମାଟି ହୋଇଥିବାବେଳେ ମୁଁ ପାରୁ ପର୍ଯ୍ୟନ୍ତ ସଂଗଠନ କରିଛି । ୱାର୍ଡ ସ୍ତରରୁ ସଂଗଠନକୁ ସୁଦୃଢ କରିଛି । ତିନି ଥର ଜିଲ୍ଲା ପରିଷଦ ବିଧାୟକ ବି ସ୍ବାଧୀନରେ ଜିତିଛି । ବିଜୁ ଜନତା ଦଳ ସତ୍ୟବାଦୀରେ ଖାତା ଖୋଲି ନଥିଲାବେଳେ ମୁଁ ୨୦୧୯ ରେ ଖାତା ଖୋଲିଥିଲି । ଦଳର ସୁପ୍ରମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ସର୍ବମାନ୍ୟ । ଦଳ ପକ୍ଷରୁ କାହାକୁ କିଛି ବି ନିର୍ଦ୍ଦେଶ ଦିଆଯାଇନାହିଁ । ବିଜେଡି ଏକ ଶୃଙ୍ଖଳିତ ଦଳ । ମୁଖ୍ୟମନ୍ତ୍ରୀ, 5ଟି ଅଧ୍ୟକ୍ଷ ଓ ସଂଗଠନ ସମ୍ପାଦକ ଯାହା ନିଷ୍ପତ୍ତି ନେବେ ତାହା ସତ୍ୟବାଦୀବାସୀ ମାନିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.