ETV Bharat / state

କୁଏତ ଅଗ୍ନିକାଣ୍ଡରେ ମୃତ 2 ଓଡ଼ିଆଙ୍କ ମଧ୍ୟରେ ଗଞ୍ଜାମର ସନ୍ତୋଷ; କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ, ମୁଖ୍ୟମନ୍ତ୍ରୀ ମୋହନଙ୍କ ଶୋକ - Kuwait Fire Tragedy

author img

By ETV Bharat Odisha Team

Published : Jun 14, 2024, 4:03 PM IST

Kuwait Fire Tragedy: କୁଏତ ଭୟଙ୍କର ଅଗ୍ନିକାଣ୍ଡରେ 2 ଓଡ଼ିଆଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଗଞ୍ଜାମର ସନ୍ତୋଷ ଗୋଡ଼ । ଅଧିକ ପଢ଼ନ୍ତୁ

Kuwait Fire Mishap
Kuwait Fire Mishap (ETV Bharat Odisha)

ବ୍ରହ୍ମପୁର: କୁଏତ ମନଗଫ ସହରର ଭୟାବହ ଅଗ୍ନିକାଣ୍ଡରେ ମୃତ ଦୁଇ ଓଡ଼ିଆ ଶ୍ରମିକଙ୍କ ମଧ୍ୟରେ ରହିଛନ୍ତି ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ରଣଝାଲି ଗ୍ରାମର ସନ୍ତୋଷ ଗୌଡ । ଅଗ୍ନିକାଣ୍ଡ ଘଟଣାରେ ମୋଟ ୪୫ ଜଣ ଭାରତୀୟଙ୍କ ମରଶରୀର ସ୍ବତନ୍ତ୍ର ବାୟୁସେନା ବିମାନ ଯୋଗେ କୋଚିରେ ପହଞ୍ଚିଛି । ସେପଟେ ଦୁଇ ଓଡ଼ିଆ ଶ୍ରମିକଙ୍କ ମଧ୍ୟରେ ଗଞ୍ଜାମର ରଣଝାଲି ଗ୍ରାମର ୩୫ ବର୍ଷୀୟ ସନ୍ତୋଷ ଗୈଡ ରହିଥିବା ବେଳେ ଏହି ଖବର ଗ୍ରାମରେ ପହଞ୍ଚିବା ପରେ ସନ୍ତୋଷଙ୍କ ପରିବାର କାନ୍ଦବୋବାଳିରେ ଫାଟି ପଡ଼ୁଛି । ଗ୍ରାମରେ ଏଭଳି ଏକ ଦୁଃଖଦ ଖବର ଜଣାପଡିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Kuwait Fire Mishap (ETV Bharat Odisha)

କୁଏତରେ ପୋଡ଼ି ଯାଇ 2 ଜଣ ଓଡ଼ିଆଙ୍କ ବୁଧବାର ମୃତ୍ୟୁ ଘଟିଥିବା ଜଣାପଡିଥିଲା । ମୃତ ସନ୍ତୋଷ ନିଜର ପରିବାର ପ୍ରତିପୋଷଣ ପାଇଁ ପ୍ରଥମେ ମୁମ୍ବାଇ ଯାଇ ସେଠାରେ କିଛି ବର୍ଷ କାର୍ଯ୍ୟ କରିବା ପରେ ଅଧିକ ଅର୍ଥ ରୋଜଗାର ପାଇଁ ବିଦେଶକୁ ଯାଇଥିଲେ । ଗତ ଦୁଇ ବର୍ଷ ଧରି ସନ୍ତୋଷ କୁଏତରେ ରହି କାର୍ଯ୍ୟ କରୁଥିଲେ । ଏପରିକି ଗତ ମାର୍ଚ୍ଚ ମାସରେ ସନ୍ତୋଷଙ୍କ ବାପା ବିପ୍ର ଗୌଡଙ୍କ ହୃଦରୋଗ ଅସ୍ତ୍ରୋପଚାର ପାଇଁ ନିଜ ଘରକୁ ଆସି ପୁଣି କୁଏତକୁ ଫେରିଯାଇଥିଲେ । ସେଠାରେ ହାଇଓ୍ବେ ନାମକ ଏକ ସପିଂମଲ୍‌ରେ କାର୍ଯ୍ୟ କରୁଥିଲେ । ହେଲେ ଗତ ବୁଧବାର କମ୍ପାନୀରେ କାର୍ଯ୍ୟ ଶେଷ ହେବା ପରେ ସେଠାରେ ରହୁଥିବା ଘରକୁ ଫେରି ଶୋଇଯାଇଥିଲେ । ମାତ୍ର ରାତିରେ ଶୋଇଥିବା ସମୟରେ ସେହି ଘରେ ହଠାତ୍‌ ଅଗ୍ନିକାଣ୍ଡ ହୋଇ ସେଥିରେ ସନ୍ତୋଷଙ୍କ ସମେତ କଟକର ଅନ୍ୟ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।

ଏହା ମଧ୍ୟ ପଢ଼ନ୍ତୁ...କୁଏତରେ ଭୟାବହ ଅଗ୍ନିକାଣ୍ଡରେ 49 ମୃତ, 50ରୁ ଉର୍ଦ୍ଧ୍ବ ଶ୍ରମିକ ଆହତ: ମୃତାହତଙ୍କ ମଧ୍ୟରେ ଅନେକ ଭାରତୀୟ, ମୋଦିଙ୍କ ଶୋକ ପ୍ରକାଶ - Kuwait Building Fire

ଘଟଣା ପରେ ସନ୍ତୋଷ କାର୍ଯ୍ୟ କରୁଥିବା କମ୍ପାନୀ ପକ୍ଷରୁ ତାଙ୍କ ମୃତଦେହକୁ କୁଏତରୁ ବିମାନ ଯୋଗେ ଭୁବନେଶ୍ୱରକୁ ପଠାଯାଇଛି । ସନ୍ତୋଷଙ୍କ ମୃତଦେହ ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ସନ୍ତୋଷଙ୍କ ଗ୍ରାମରେ ପହଞ୍ଚିବ । ସନ୍ତୋଷଙ୍କ ପରିବାର ଗରୀବ ଶ୍ରେଣୀର ହୋଇଥିବା ବେଳେ ତାଙ୍କର ପତ୍ନୀ ଏବଂ ଦୁଇଟି ସନ୍ତାନ ରହିଛନ୍ପତି । ରୋଜଗାରିଆ ପୁଅକୁ ହରାଇ ପରିବାର ଲୋକ ଭାଙ୍ଗି ପଡିଛନ୍ତି । ସେପଟେ ମୃତ ସନ୍ତୋଷଙ୍କ ପରିବାରକୁ ସରକାର, ପ୍ରଶାସନ ଏବଂ କାର୍ଯ୍ୟ କରୁଥିବା କମ୍ପାନୀ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇଦେବାକୁ ବିଭିନ୍ନ ମହଲରୁ ଦାବି କରାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.