ETV Bharat / state

ବାଲୁକାକଳାରେ ଭାରତୀୟ ହକି ଟିମକୁ ସ୍ଵାଗତ କଲେ ସୁଦର୍ଶନ ପଟ୍ଟନାୟକ - sand art for Indian hockey team

author img

By ETV Bharat Sports Team

Published : Aug 20, 2024, 9:28 PM IST

SAND ART FOR INDIAN HOCKEY TEAM: ପ୍ୟାରିସ ଅଲମ୍ପିକ୍ସରେ ଭାରତୀୟ ହକି ଟିମ୍ ବ୍ରୋଞ୍ଚ ମେଡାଲ ହାସଲ କରିଛି । ଏହି ଅବସରକୁ ସ୍ମରଣୀୟ କରିବା ପାଇଁ ଆସନ୍ତାକାଲି ରାଜ୍ୟ ସରକାର ଭାରତୀୟ ହକି ଟିମ୍ ବିଫୁଳ ସମ୍ବର୍ଦ୍ଧନା କରିବେ ।ସେପଟେ ଆଜି ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ବାଲୁକା କଳା ମାଧ୍ୟମରେ ସ୍ବାଗତ କରାଯାଇଛି । ଅଧିକ ପଢନ୍ତୁ

SAND ART FOR INDIAN HOCKEY TEAM
SAND ART FOR INDIAN HOCKEY TEAM (ETV Bharat Odisha)

ପୁରୀ: ପ୍ୟାରିସ ଅଲମ୍ପିକ୍ସରେ ଭାରତୀୟ ହକି ଟିମ୍ ବ୍ରୋଞ୍ଚ ମେଡାଲ ପାଇ ଐତିହାସିକ କୀର୍ତ୍ତି ହାସଲ କରିଛି । ହକି ଟିମର ମୁଖ୍ୟ ପ୍ରୟୋଜକ ଓଡିଶା ଥିବାରୁ ଏହି ସଫଳତା ପାଇଁ ଓଡିଶାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ଆସନ୍ତାକାଲି ଭାରତୀୟ ହକି ଟିମ୍ ଓଡିଶା ଆସିବାର କାର୍ଯକ୍ରମ ରହିଛି । ହକି ଟିମକୁ ସ୍ବାଗତ କରିବା ପାଇଁ ଓଡିଶା ସରକାର ବ୍ୟାପକ ଆୟୋଜନ କରିଛନ୍ତି । ଏହି ଅବସରରେ ରାଜ୍ୟ କ୍ରୀଡ଼ା ବିଭାଗ ସହଯୋଗରେ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା ଚିତ୍ରକଳା ନିର୍ମାଣ କରି ଭାରତୀୟ ହକି ଟିମର ଓଡିଶାଗସ୍ତକୁ ନେଇ ସ୍ବାଗତ କରିଛନ୍ତି ।

ଭାରତୀୟ ହକି ଟିମକୁ ନିଆର ଢଙ୍ଗରେ ସ୍ବାଗତ:

ଏନେଇ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି,"ପ୍ୟାରିସ ଅଲମ୍ପିକ୍ସରେ ବ୍ରୋଞ୍ଚ୍ ମେଡାଲ ପାଇଥିବା ଭାରତୀୟ ହକି ଟିମକୁ ସ୍ବାଗତ କରିବା ପାଇଁ ଓଡିଶା ସରକାର୍ ବ୍ୟାପକ ବ୍ୟବସ୍ଥା କରିଛନ୍ତି । ଓଡିଶାରେ ଥିବା ହକି ପ୍ରେମୀ ନିଜ ନିଜ ଢଙ୍ଗରେ ହକି ଟିମକୁ ସ୍ବାଗତ କରିବା ପାଇଁ ବ୍ୟବସ୍ଥା କରୁଛନ୍ତି । ପ୍ୟାରିସ ଯିବା ପୂର୍ବରୁ ହକି ଟିମ୍ ପୁରୀ ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଯାଇଥିଲେ । ଏଣୁ ଆମ ବାଲୁକା ଚିତ୍ରକଳା ମାଧ୍ୟମରେ ହକି ଟିମକୁ ସ୍ବାଗତ କରୁଛୁ । ଆମ ହକି ଟିମ୍ ଭାରତ ପାଇଁ ଗୌରବ ଆଣିଛନ୍ତି । ପୁରୀ ବେଳାଭୂମିରେ ବାଲୁକା ଚିତ୍ରକଳା ମାଧ୍ୟମରେ ଆମେ ହକି ଟିମକୁ ଓଡିଶା ଆସିବା ପାଇଁ ସ୍ବାଗତ ଓ ଶୁଭେଛା ଜଣାଇଛୁ ।"

ଏହା ମଧ୍ୟ ପଢନ୍ତୁ...ଅଲିମ୍ପିକ୍ସ ମେଡାଲ ବିଜେତା ହକି ବୀରଙ୍କୁ ଭବ୍ୟ ସ୍ବାଗତ କରିବ ଓଡିଶା; ଭୁବନେଶ୍ବରରେ ରୋଡ ସୋ’, କଳିଙ୍ଗ ଷ୍ଟାଡିୟମରେ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - Felicitation of Indian hockey team

ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ସ୍ବାଗତ:

ପୁରୀ ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ କହିଛନ୍ତି," ଆମ ପାଇଁ ବେଶ୍ ଖୁସିର ମୁହୂର୍ତ୍ତ । କାରଣ ଆମ ଭାରତୀୟ ହକି ଟିମ୍ ପ୍ୟାରିସ ଅଲମ୍ପିକ୍ସରେ ବ୍ରୋଞ୍ଚ ମେଡାଲ ପାଇଛି । ଏହା ପୂର୍ବରୁ ହକି ଟିମ୍ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ । ଆମ ଓଡ଼ିଶା ଓ ଦେଶବାସୀ ଆଶା ରଖିଥିଲେ ହକି ଟିମ୍ ମେଡାଲ ପାଇବ । ହକି ଟିମ୍ ତାହା ହାସଲ କରିଛି । ଭୁବନେଶ୍ୱରରେ ହକି ଟିମକୁ ସ୍ବାଗତ ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ଆୟୋଜନ ହେଇଛି । ସେହିପରି ପୁରୀରେ ମଧ୍ୟ ବାଲୁକା ଚିତ୍ରକଳା ମାଧ୍ୟମରେ ହକି ଟିମକୁ ସ୍ବାଗତ କରିବା ପାଇଁ ଜିଲ୍ଲା କ୍ରୀଡ଼ା ବିଭାଗ ସହଯୋଗରେ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି ।"

ଇଟିଭି ଭାରତ,ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.