ETV Bharat / state

ପ୍ରକାଶ ପାଇଲା ଯୁକ୍ତ ତିନି କଟ ଅପ ମାର୍କ: କଳା, ବାଣିଜ୍ୟ ଓ ବିଜ୍ଞାନ କଟ୍‌-ଅଫ୍‌ରେ ରେଭେନ୍ସା ଆଗରେ - SAMS Odisha Plus Three Admission - SAMS ODISHA PLUS THREE ADMISSION

SAMS Odisha Plus Three Admission: ଯୁକ୍ତ ୩ରେ ନାମ ଲେଖାଇବା ପାଇଁ ଆଜି ପ୍ରକାଶ ପାଇଛି ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ। ସମସ୍ତ ୩ଟି ଷ୍ଟ୍ରୀମ୍‌- କଳା, ବାଣିଜ୍ୟ ଓ ବିଜ୍ଞାନରେ କଟ୍‌-ଅଫ୍‌ରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଗରେ ରହିଛି।

SAMS Odisha Plus Three Admission
SAMS Odisha Plus Three Admission (ETV Bharat Odisha)
author img

By ETV Bharat Odisha Team

Published : Jun 25, 2024, 10:47 PM IST

ଭୁବନେଶ୍ବର: ରାଜ୍ୟରେ ପ୍ରକାଶ ପାଇଛି ଯୁକ୍ତ ତିନି କଟ ଅପ ମାର୍କ। ପ୍ରଥମ ପର୍ଯ୍ୟାୟରେ କଟ ଅପ ମାର୍କ ପ୍ରକାଶ କରିଛି ଉଚ୍ଚ ଶିକ୍ଷା ବିଭାଗ। ତେବେ କଳା ବାଣିଜ୍ୟ ଓ ବିଜ୍ଞାନ ବିଭାଗରେ ଟପରେ ରହିଛି ରେଭେନ୍ସା ବିଶ୍ଵବିଦ୍ୟାଳୟ। କଳା ବିଭାଗରେ ରେଭେନ୍ସାର ଭୂଗୋଳ ବିଭାଗରେ ରହିଛି ୮୯.୬୭ ପ୍ରତିଶତ କଟ ଅପ ମାର୍କ। ସେହିପରି ବିଜ୍ଞାନ ବିଭାଗର ଫିଜିକାଲ୍ ସାଇନ୍ସରେ ୯୧.୧୭ ପ୍ରତିଶତ ଓ ଜୁଲୋଜିରେ ୯୩.୨୦ ପ୍ରତିଶତ। ବାଣୀଜ୍ୟ ବିଭାଗରେ ୮୮.୬୦ ପ୍ରତିଶତ କଟ ଅପ ମାର୍କ ରେଭେନ୍ସା ବିଶ୍ଵବିଦ୍ୟାଳୟ ବାଜିମାତ କରିଛି।

ଏପଟେ ସେଲ୍ଫ ଫାଇନ୍ସ ବିଭାଗରେ ବକ୍ସି ଜଗବନ୍ଧୁ ବିଦ୍ୟାଧର କଲେଜ ବାୟୋ ଟେକନୋଲୋଜିରେ ୮୭.୪୦ ପ୍ରତିଶତ କଟ ଅପ ମାର୍କ ରହିଛି। ସେହିପରି କଟକର ମଧୁସୂଦନ ଲ-କଲେଜ ୮୧ ପ୍ରତିଶତ କଟ ଅପ ମାର୍କ ରହିଛି। ଅନ୍ୟପଟେ ଶାସ୍ତ୍ରୀ ବିଭାଗରେ ଶ୍ରୀରାଧାମଧବ ସାଂସ୍କୃତିକ କଲେଜର କଟ ଅପ ମାର୍କ ରହିଛି ୬୮.୫୭ ପ୍ରତିଶତ। ତେବେ ଯୁକ୍ତ ତିନିରେ ମୋଟ ସିଟ ସଂଖ୍ୟା ୨ ଲକ୍ଷ ୭୪ ହଜାର ୩୩୧ ରହିଛି। ଏହାରି ମଧ୍ୟରେ ମୋଟ ଛାତ୍ରଛାତ୍ରୀ ମାନେ ଆବେଦନ କରିଛନ୍ତି ୨ ଲକ୍ଷ ୩୭ ହଜାର ୭୯୫ ଜଣ। ଏମାନଙ୍କ ମଧ୍ୟରୁ ମୋଟ ୧ ଲକ୍ଷ ୭୮ ହଜାର ୯୭୬ ଜଣ ଛାତ୍ରଛାତ୍ରୀମାନେ ପ୍ରଥମ ପର୍ଯ୍ୟାୟରେ ଚୟନ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ରହିଛନ୍ତି ୭୨ ହଜାର ୫୫୬ ଜଣ ଛାତ୍ର ଓ ରହିଛନ୍ତି ୧ ଲକ୍ଷ ୬ ହଜାର ୪୧୪ ଜଣ ଛାତ୍ରୀ । ଅନ୍ୟପଟେ ୬ ଜଣ ରହିଛନ୍ତି ଟ୍ରାଂସଜେଣ୍ଡର।

ଏହା ମଧ୍ୟ ପଢ଼ନ୍ତୁ.. ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସମୀକ୍ଷା; ନୂତନ ଶିକ୍ଷା ନୀତି ଅନୁସାରେ ପାଠ୍ୟକ୍ରମ, ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ

ବିଜ୍ଞାନ ବିଭାଗରେ ୪୫,୬୧୪ ଜଣ ମୋଟ ଛାତ୍ରଛାତ୍ରୀ ଚୟନ ହୋଇଥିବା ବେଳେ କଳା ବିଭାଗରେ ୧,୦୯,୮୫୪ ଜଣ ଚୟନ ହୋଇଛନ୍ତି। ଏପଟେ ବାଣିଜ୍ୟ ବିଭାଗରେ ୧୭,୧୫୬ ଜଣ, ସେଲ୍ପ ଫାଇନାନ୍ସରେ ୨,୬୨୬, ଶାସ୍ତ୍ରୀ ବିଭାଗରେ ୩,୫୪୭ ଏବଂ ଲ-ବିଭାଗର ୧୫୨ ଜଣ ଛାତ୍ର ଛାତ୍ରୀ ପ୍ରଥମ ପର୍ଯ୍ୟାୟର ମେଧା ତାଲିକାରେ ଚୟନ ହୋଇଛନ୍ତି। ଜୁନ ୨୫ ତାରିଖ ଅର୍ଥାତ ଆଜି ଠାରୁ ୨୮ ତାରିଖ ଯାଏଁ ସ୍ଲାଇଡ୍ ଅପ ଚୟନ କରିପାରିବେ ଛାତ୍ରଛାତ୍ରୀ। ଜୁନ୍ ୨୬ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ କଲେଜକୁ ଯାଇ ନାମ ଲେଖାଇବେ ଛାତ୍ରଛାତ୍ରୀ। ଜୁଲାଇ ୫ ତାରିଖ ଅପରାହ୍ନ ୪ଟାରେ ଦ୍ବିତୀୟ ପର୍ଯ୍ୟାୟ ମେଧାବୀ ତାଲିକା ପ୍ରକାଶ ପାଇବ। ତେବେ ଜୁଲାଇ ୫ ତାରିଖରୁ ୮ ତାରିଖ ଯାଏଁ ସ୍ଲାଇଡ୍ ଅପ ଚୟନ କରିପାରିବେ ଛାତ୍ରଛାତ୍ରୀ। ଜୁଲାଇ ୬ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ରିପୋର୍ଟ କରିବେ। ଜୁଲାଇ ୧୫ ତାରିଖ ଅପରାହ୍ନ ୪ଟାରେ ତୃତୀୟ ପର୍ଯ୍ୟାୟ ମେଧାବୀ ତାଲିକା ପ୍ରକାଶ ପାଇବ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.