ETV Bharat / state

ରଜଧାନୀରେ ଗର୍ଜିଲେ ସମିତିସଭ୍ୟ, ଦାବି ପୁରଣ ପାଇଁ ସରକାରଙ୍କୁ ଦେଲେ କଡା ଚେତାବନୀ - Samiti Sabhya Protest

Samiti Sabhya Protest: ୭ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ଓଡିଶା ରାଜ୍ୟ ସମିତିସଭ୍ୟ ସଂଘ । ନବୀନ ନିବାସ ଘେରାଉ ବେଳେ ପୋଲିସ ଏବଂ ଅନ୍ଦୋଳନକାରୀ ମୁହାଁମୁହିଁ । ଅଧିକ ପଢନ୍ତୁ

ରଜଧାନୀରେ ଗର୍ଜିଲେ ସମିତିସଭ୍ୟ, ଦାବି ପୁରଣ ପାଇଁ ସରକାରଙ୍କୁ ଦେଲେ କଡା ଚେତାବନୀ

author img

By ETV Bharat Odisha Team

Published : Mar 15, 2024, 9:11 PM IST

ରଜଧାନୀରେ ଗର୍ଜିଲେ ସମିତିସଭ୍ୟ, ଦାବି ପୁରଣ ପାଇଁ ସରକାରଙ୍କୁ ଦେଲେ କଡା ଚେତାବନୀ

ଭୁବନେଶ୍ବର: ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓଡିଶା ରାଜ୍ୟ ସମିତିସଭ୍ୟ । ବ୍ୟାରିକେଡ଼ ଭାଙ୍ଗି ଦାବି ପୁରଣ ନେଇ ସରକରଙ୍କୁ ଦେଲେ କଡା ଚେତାବନୀ । ୭ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓଡିଶା ରାଜ୍ୟ ସମିତିସଭ୍ୟ । ସମାନ କାମ ପାଇଁ ସମାନ ଦରମା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ରାଜ୍ୟର ହଜାର ହଜାର ସମିତିସଭ୍ୟ । ଆଜି (ଶୁକ୍ରବାର) ଦିନ ହାତରେ ପ୍ଲାକାର୍ଡ଼ ଧରି ସରକାରଙ୍କ ବିରୋଧୀ ନାରାବାଜି ସହ ଲୋୟର ପିଏମଜି ଠାରୁ ବିରାଟ ଶୋଭାଯାତ୍ରାରେ ଶହ ଶହ କର୍ମଚାରୀ ନବୀନ ନିବାସ ଘେରାଉ କରିବାକୁ ଯାଇଥିଲେ ।

ନବୀନ ନିବାସ ଘେରାଓ ପାଇଁ ଯାଉଥିବା ବେଳେ ସମିତି ସଭ୍ୟଙ୍କୁ ଶିଶୁ ଭବନଠାରେ ପୋଲିସ ଅଟକାଇଥିଲା । କିନ୍ତୁ ସମିତିସଭ୍ୟ ଜୋର ଜବରଦସ୍ତ ନବୀନ ନିବାସକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା । କିନ୍ତୁ ପୋଲିସର ସମସ୍ତ ଉଦ୍ୟମ ବିଫଳ ହୋଇଥିଲା । ସମିତିସଭ୍ୟ ମାନେ ଧସେଇ ହୋଇ ବ୍ୟାରିକେଡ଼ ଭାଙ୍ଗି ନବୀନ ନିବାସକୁ ପଶିବାକୁ ଉଦ୍ୟମ କରିଥିବା ବେଳେ ପୁଣି ଥରେ ପୋଲିସ ତାଙ୍କୁ ଅଟକାଇବାରୁ ପୋଲିସ ଓ ଅନ୍ଦୋଳନ କାରୀଙ୍କ ଭିତରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ଏହି ସମୟରେ କିଛି ଆନ୍ଦୋଳନକାରୀ ବ୍ୟାରିକେଡ଼ ଡେଇଁବା ପାଇଁ ଉଦ୍ୟମ କରି ଆହତ ହୋଇଥିଲେ ।

ସେହପିର କିଛି ଆନ୍ଦୋଳନକାରୀ ବ୍ୟାରିକେଡ଼ ଉପରେ ପ୍ଲାକାର୍ଡ ଧରି ଚଢ଼ିରହି ପୋଲିସକୁ ନାକେଦମ କରିଥିଲେ । ପରେ ପୋଲିସ ସେମାନଙ୍କୁ ଅଟକାଇବାକୁ ଯାଇ ଓ ଆଇନ ଶୃଙ୍ଖଳାକୁ ନଜରରେ ରଖି ସେମାନଙ୍କୁ ମନକୁ ଗିରଫ କରିଥିଲା । ଗିରଫ ପରେ ବି ନିଜର ଦାବି ପୁରଣ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ଜିଦକୁ ନେଇ କର୍ମୀମାନେ ରାଜଧାନୀର ରାଜରାସ୍ତାରେ ବେଶ ଗର୍ଜିଥିଲେ । ଆଉ ଦାବି ପୁରଣ ନ ହେବା ଯାଏ ଏହି ଆନ୍ଦୋଳନ ଜାରି ରହିବ ଚେତାବନୀ ଦେଇଥିଲେ । ଖାଲି ସେତିକି ନୁହେଁ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଆମକୁ ଭେଟିବାକୁ ଆମକୁ ପୋଲିସ ଭେଟିବାକୁ ଦେଇ ନଥିବା ବେଳେ ଗାଁ ଗାଁରେ ଆମେ ବି ସରକାରଙ୍କୁ ବିରୋଧ କରିବୁ ଓ ଉଚିତ ଜବାବ ଦେବୁ ବୋଲି ଚେତାବନୀ ଦେଇଛି ଓଡିଶା ସମିତିସଭ୍ୟ ସଂଘ ।

ଏହା ମଧ୍ୟ ପଢନ୍ତୁ .....କଳାବ୍ୟାଚ ପିନ୍ଧି ପ୍ରତିବାଦ, ସାମ୍ବାଦିକଙ୍କ ଦାବିକୁ ସରକାରଙ୍କ ଅଣଦେଖା ଅଭିଯୋଗ

ତେବେ ସେମାନଙ୍କ ଦାବି ମଧ୍ୟପେ ରହିଛି ସରପଞ୍ଚ ଓ ସମିତିସଭ୍ୟଙ୍କ ଭତ୍ତା ଟଙ୍କାକୁ ସମାନ କରିବା , ସମିତିସଭ୍ୟ ମାନଙ୍କ ସମ୍ମାନ ଫେରେଇବା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷଙ୍କ ଭଳି ପଞ୍ଚାୟତ ସମିତି ଉପାଧ୍ୟକ୍ଷଙ୍କ ଭତ୍ତା ବୃଦ୍ଧି କରିବା, ପଞ୍ଚାୟତ ହେଉ ଅବା ପଞ୍ଚାୟତ ସମିତିର ସମସ୍ତ ଅନୁଦାନ କାଗଜ ପତ୍ରରେ ସମିତିସଭ୍ୟଙ୍କ ସ୍ଵାକ୍ଷର ରହିବା । ଏହାସହ ସମିତିସଭ୍ୟଙ୍କ ପାଣ୍ଠି ବାର୍ଷିକ 20 ଲକ୍ଷ ଅନୁଦାନ ଦେବା , ପ୍ରତି ପଞ୍ଚାୟତରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟାଳୟ ନିର୍ମାଣ କରିବା ଏବଂ ସେମାଙ୍କ ପାଇଁ ପେନସନ ଲାଗୁ କରିବା ପାଇଁ ଦାବି କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.