ETV Bharat / state

ମୋଦି ସରକାର ବଜେଟରେ କେତେ ଖୁସି ସମ୍ବଲପୁରବାସୀ, କ'ଣ କହୁଛନ୍ତି ଏକ୍ସପର୍ଟ ? - Budget 2024 Reaction

author img

By ETV Bharat Odisha Team

Published : Jul 25, 2024, 8:22 AM IST

Union Budget 2024 Reaction: କେନ୍ଦ୍ରର 2024-25 ଆର୍ଥିକ ବର୍ଷ ବଜେଟକୁ ନେଇ ବିଭିନ୍ନ ମହଲରୁ ମିଶ୍ର ପ୍ରତିକ୍ରିୟ ଆସୁଛି । କିଏ ବଜେଟ ଉପରେ ଖୁସି ବ୍ୟକ୍ତ କରୁଛନ୍ତି ତ ଆଉ କେହି ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ଚଳିତ ବଜେଟକୁ ନେଇ କ'ଣ କହୁଛନ୍ତି ଅର୍ଥନୀତି ବିଶେଷଜ୍ଞ, ପଢନ୍ତୁ ପୁରା ଖବର

ବଜେଟକୁ ନେଇ କେତେ ଖୁସି ସମ୍ବଲପୁରବାସୀ, କ'ଣ କହୁଛନ୍ତି ଏକ୍ସପର୍ଟ ? ଜାଣନ୍ତୁ
ବଜେଟକୁ ନେଇ କେତେ ଖୁସି ସମ୍ବଲପୁରବାସୀ, କ'ଣ କହୁଛନ୍ତି ଏକ୍ସପର୍ଟ ? ଜାଣନ୍ତୁ (ETV Bharat Odisha)

ସମ୍ବଲପୁର: ଚଳିତ 2024-25 ବର୍ଷ ପାଇଁ ଆଗତ କେନ୍ଦ୍ରୀୟ ବଜେଟକୁ ନେଇ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସୁଛି l ରାଜ୍ୟ ସରକାର ବଜେଟକୁ ସ୍ବାଗତ କରିଥିବାବେଳେ ବିରୋଧୀ ବିଜେଡି ଓ କଂଗ୍ରେସ ଏହାକୁ ଓଡ଼ିଶା ବିରୋଧୀ ବଜେଟ୍ କହୁଛନ୍ତି । ତେବେ ଏହି ବଜେଟ ଦେଶର ଅର୍ଥନୀତି ପାଇଁ କେତେ ଅନୁକୂଳ ? ସାଧାରଣ ଲୋକଙ୍କ ପାଇଁ କ'ଣ ରହିଛି ବ୍ୟବସ୍ଥା, କେତେ ଉପକୃତ ହେବେ ମଧ୍ୟବିତ୍ତ ? ସେନେଇ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁରର ବୁଦ୍ଧିଜୀବୀ ।

ମୋଦି ସରକାର ବଜେଟରେ କେତେ ଖୁସି ସମ୍ବଲପୁରବାସୀ (ETV Bharat Odisha)

ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଡେପୁଟି ରେଜିଷ୍ଟର ପ୍ରଫେସର ଉମାଚରଣ ପତି କହିଛନ୍ତି ଯେ, ଚଳିତ କେନ୍ଦ୍ରୀୟ ବଜେଟ ଭଲ ରହିଛି l ବଜେଟର ଅର୍ଥ ଏହା ନୁହେଁ ଯେ, କେଉଁ ଜିନିଷ ଦର ବଢିବ ଓ କେଉଁ ଜିନିଷର ଦର କମିବ l ଦେଶର ବିକାଶ ପାଇଁ ଏହା ଏକ ପ୍ରଣାଳୀ ହୋଇଥାଏ l ବଜେଟ ଏକ ଦିଶା ନିର୍ଦ୍ଦେଶ ହୋଇଥାଏ l ଭାରତକୁ 2047 ସୁଦ୍ଧା ବିକଶିତ ରାଷ୍ଟ୍ରରେ ପରିବର୍ତ୍ତିତ କରିବା ପାଇଁ 2ଟି ପରିବର୍ତ୍ତନର ଆବଶ୍ୟକତା ରହିଛି l ଗୋଟିଏ ହେଲା ଗଠନମୂଳକ ପରିବର୍ତ୍ତନ ଓ ଅନ୍ୟଟି ହେଲା ପ୍ରକ୍ରିୟାତ୍ମକ ପରିବର୍ତ୍ତନ l ଏହାକୁ ନିଶ୍ଚିତ କରିବା ପାଇଁ ଏହି ବଜେଟରେ ମୁଖ୍ୟତଃ 4ଟି ବର୍ଗ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି l

ପ୍ରଥମତଃ ଏହି ବଜେଟରେ ଚାଷୀଙ୍କୁ ଗୁରୁତ୍ୱ ଦିଆଯାଇଛି l ଏହାପରେ ଦେଶର ଭବିଷ୍ୟତ କୁହାଯାଉଥିବା ଯୁବପିଢି, ଜନସଂଖ୍ୟାର 50% ଥିବା ମାତୃଶକ୍ତି ବା ମହିଳା ଏବଂ ଗରିବ ବର୍ଗ ଉପରେ ଫୋକସ୍ କରାଯାଇଛି । ଏଥିସହ କେନ୍ଦ୍ର ବଜେଟରେ ପୁଞ୍ଜି ବିନିଯୋଗକୁ ବୃଦ୍ଧି କରାଯାଇଛି l ଏହାଦ୍ୱାରା ଆଗାମୀ ଦିନରେ ବ୍ୟାପକ ଗଠନମୂଳକ ପରିବର୍ତ୍ତନ ହେବ l ଅନ୍ୟପଟେ କେନ୍ଦ୍ର ସରକାରଙ୍କ ବିଭିନ୍ନ ସେବା ଓ ସୁବିଧା କିପରି ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବ ସେନେଇ ବଜେଟରେ ବ୍ୟାପକ ପ୍ରବଧାନ ରହିଛି l କର୍ପୋରେସନ ଟ୍ୟାକ୍ସ ହ୍ରାସ କରାଯାଇଥିବା ନେଇ ଅନେକ ଲୋକ ଏହାର ବିରୋଧ କରୁଥିବା ବେଳେ କିନ୍ତୁ ଏହାଦ୍ୱାରା ବହୁତ ବିଦେଶୀ ନିବେଶ ଆସିବ l ଫଳରେ ଦେଶର ବହୁ ଯୁବକ ରୋଜଗାର ପାଇବେ ଓ ଅର୍ଥନୈତିକ ଅଭିବୃଦ୍ଧି ହେବ ବୋଲି କହିଛନ୍ତି ଡେପୁଟି ରେଜିଷ୍ଟର l

ଏହା ମଧ୍ୟ ପଢନ୍ତୁ: Union Budget 2024: ସ୍ବତନ୍ତ୍ର ପାହ୍ୟା ନ ଦେଇ ବିହାର-ଆନ୍ଧ୍ରକୁ ଖୁସି କରିଦେଲେ ମୋଦି, ଓଡ଼ିଶାକୁ ଭୁଲିଗଲେ ! - Union Budget 2024

ଏହା ମଧ୍ୟ ପଢନ୍ତୁ: ଆଜି ମୋହନ ସରକାରର ପ୍ରଥମ ବଜେଟ୍; ବଢିବ କି ବଜେଟ ପରିମାଣ, ଆସିବ କେଉଁ ନୂଆ ସ୍କିମ, କେଉଁ ଯୋଜନାକୁ କେତେ ? ଅପେକ୍ଷାରେ ରାଜ୍ୟବାସୀ - Odisha state budget 2024

ଅନ୍ୟପଟେ ସମ୍ବଲପୁର ହୋଟେଲ ଓ ରେସ୍ତୋରାଁ ସଂଘର ସଭାପତି ଶିଲା ଶିବ ପ୍ରାସାଦ କେନ୍ଦ୍ର ବଜେଟକୁ ନେଇ କହିଛନ୍ତି, ଏହି ବଜେଟରେ ହୋଟେଲ ଶିଳ୍ପ ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଇଛନ୍ତି l ମଧ୍ୟବିତ୍ତଙ୍କ ପାଇଁ ବହୁତ କିଛି ଘୋଷଣା ହୋଇନଥିଲେ ହେଁ ଟିକସ ସ୍ଲାବରେ କିଛି ରିହାତି ମିଳିଥିବାରୁ ଏହା ସେମାନଙ୍କୁ ସୁହାଇବ l ମଧ୍ୟବିତ୍ତ ଓ କ୍ଷୁଦ୍ର ଶିଳ୍ପ ପାଇଁ ଅଧିକ ଟିକସ ରିହାତିର ଆବଶ୍ୟକତା ଥିଲା ବୋଲି ବ୍ୟବସାୟୀ ମତ ରଖିଛନ୍ତି l ତେବେ ଏହି ବଜେଟ ସାମଗ୍ରିକ ଭାବେ ସମସ୍ତଙ୍କ ପାଇଁ ଭଲ ହୋଇଥିବା ସେ କହିଛନ୍ତି l

ଇଟିିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.