ETV Bharat / state

ଶିଶୁ ଶ୍ରମିକ ଅପରାଧ, ହେଲେ ସ୍କୁଲରେ ପାଳନ ହେଉଛି ତ ନିୟମ ? - SAMBALPUR STUDENTS LABOUR

author img

By ETV Bharat Odisha Team

Published : Jul 21, 2024, 9:58 AM IST

Students working as labour in School premises: ସ୍କୁଲରେ ଖାତା କଲମ ବଦଳରେ କୋମଳମତି ପିଲାଙ୍କ ହାତରେ କୋଦାଳ । ବିପଜ୍ଜନକ ଭାବେ ବଣ ବୁଦାରେ ପଶି ସେମାନେ ଶ୍ରମିକଙ୍କ ଭଳି କରୁଛନ୍ତି କାମ । ସମ୍ବଲପୁର ନକଉଡ଼ା ବ୍ଲକର ଏକ ସ୍କୁଲରେ ଏଭଳି କିଛି ଦୃଶ୍ୟକୁ ନେଇ ସାଧାରଣରେ ଉଦବେଗ । ଅଧିକ ପଢନ୍ତୁ

Students working as labour in School premises
Students working as labour in School premises (ETV Bharat Odisha)

ସମ୍ବଲପୁର: ହାତରେ କଲମ ବଦଳରେ ରହିଛି କୋଦାଳ । ସ୍କୁଲ ଯାଇ ପାଠ ପଢିବା ବଦଳରେ ସ୍କୁଲ ପରିସରରେ ଶ୍ରମିକଙ୍କ ଭଳି କାମ କରୁଛନ୍ତି ସ୍କୁଲ ୟୁନିଫର୍ମ ପିନ୍ଧିଥିବା କୁନି କୁନି ପିଲାମାନେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ନକଉଡ଼ା ବ୍ଲକର ଜମାଦାରପାଲିରେ ଥିବା ଜଟୁପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ l ଏତେ କଅଁଳ ବୟସରୁ ଏଭଳି ବିପଜ୍ଜନକ କାର୍ଯ୍ୟରେ ତାଙ୍କୁ କାହିଁକି ନିୟୋଜିତ କରାଯାଇଛି ସେନେଇ ପ୍ରଶ୍ନ ଉଠିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।

ସୂଚନା ଅନୁଯାୟୀ, ଏହି ଭିଡିଓଟି ଗତ 18 ତାରିଖର । ପାଠପଢା ସମୟରେ କେତେକ ଛାତ୍ର କୋଦାଳ ଧରି ସ୍କୁଲ ପରିସର ଭିତରେ ସ୍କୁଲ ୟୁନିଫର୍ମ ପିନ୍ଧି ଅନାବନା ଘାସ ଓ ଛୋଟ ଗଛ କାଟୁଥିବାର ଦେଖୁବାକୁ ମିଳିଛି l କେବଳ ଏତିକି ନୁହେଁ ସବୁ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇ ସାରି ସ୍କୁଲ ପରିସର ବାହାରକୁ ଯାଇ ଏକ ଗାଡ଼ିଆରେ ଅତି ବିପଜ୍ଜନକ ପରିସ୍ଥିତିରେ ଖାଇବା ଥାଳି ଧୋଉଥିବା ଦେଖିବାକୁ ମିଳିଥିଲା l ଏହାଦ୍ୱାରା ଯେକୌଣସି ସମୟରେ ଅଘଟଣ ଘଟିବାର ଆଶଙ୍କା ରହିଛି l ପାଣିରେ ବୁଡି ଛାତ୍ରଛାତ୍ରୀଙ୍କ ଜୀବନ ଯିବାର ମଧ୍ୟ ଆଶଙ୍କା ରହିଛି l

ଏହାମଧ୍ୟ ପଢନ୍ତୁ.. ଏମିତି ଚାଳିଛି ପାଠପଢ଼ା, ଛାତ୍ରୀଙ୍କୁ ଶ୍ରମିକ ସଜାଇଲେ ଶିକ୍ଷକ !

ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି l ଶିକ୍ଷକଙ୍କ ଏହିଭଳି ଅବହେଳା ଓ ଦାୟିତ୍ବହୀନ ମନୋବୃତ୍ତି ଛାତ୍ରଛାତ୍ରୀଙ୍କୁ ବିପଦରେ ପକେଇପାରେ ବୋଲି ମତ ପ୍ରକାଶ ପାଇଛି l ଅନ୍ୟପଟେ ଏନେଇ ସମ୍ବଲପୁର ଜିଲ୍ଲା ଶିକ୍ଷାଧିକାରୀ ମୀନାରାଣୀ ମଙ୍ଗଳ କହିଛନ୍ତି ଯେ ଏହି ସୂଚନା ମିଳିବା ପରେ ବିଇଓଙ୍କୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି l ବ୍ଲକ ଶିକ୍ଷା ଅଧିକାରୀ ଏହାର ତଦନ୍ତ କରି ରିପୋର୍ଟ ପ୍ରଦାନ କଲା ପରେ ରିପୋର୍ଟ ଆଧାରରେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ l ସ୍କୁଲ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇ ଥାଳି ସ୍କୁଲ ପରିସର ଭିତରେ ଧୋଇବା କଥା ପରିସର ବାହାରକୁ ଯିବା କଥା ନୁହେଁ ବୋଲି ସ୍ୱୀକାର କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ l କଅଁଳ ବୟସରେ ପାଠ ପଢାଇବା ବଦଳରେ ପିଲମାନଙ୍କୁ କାମରେ ନିୟୋଜିତ କରିବା ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଏନେଇ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ଦେଖିବାକୁ ବାକି । ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.