ETV Bharat / state

ବିବାହ ପରେ ଦେବ ଦମ୍ପତ୍ତିଙ୍କ ନଗର ପରିକ୍ରମା, ଲୋକରଣ୍ୟ ହେଲା ସମ୍ବଲପୁର - Sital Sasthi Festival At Sambalpur - SITAL SASTHI FESTIVAL AT SAMBALPUR

Sital Sasthi Festival: ଦେବ ଦମ୍ପତିଙ୍କ ବିବାହ ପରେ ନଗର ପରିକ୍ରମାରେ ବାହାରିଥିଲା ଯୁଗଳ ମୂର୍ତ୍ତି ଶୋଭାଯାତ୍ରା । ପ୍ରବଳ ଭିଡ଼ ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଟ୍ରାଫିକ ପରିଚାଳନା କରାଯାଇଛି । ଅଧିକ ପଢନ୍ତୁ

Sital Sasthi Festival
Sital Sasthi Festival (ETV Bharat Odisha)
author img

By ETV Bharat Odisha Team

Published : Jun 12, 2024, 6:05 PM IST

ସମ୍ବଲପୁର: ଦେବ ବିବାହ ପରେ ବାହାରିଲା ଦେବ ଦମ୍ପତିଙ୍କ ଯୁଗଳ ଦର୍ଶନ ଶୋଭାଯାତ୍ରା । ଗତକାଲି ସକାଳେ ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ସମ୍ପନ୍ନ ହେବା ପରେ ଗତ ବିଳମ୍ବିତ ରାତିରେ ମନ୍ଦିର ସମ୍ମୁଖରୁ ବାହାରିଥିଲା ଯୁଗଳ ମୂର୍ତ୍ତି ଶୋଭାଯାତ୍ରା । ସମ୍ବଲପୁରର ପ୍ରମୁଖ ଶୀତଳ ଷଷ୍ଠୀ ଯାତ୍ରା କମିଟି ଯଥା ନନ୍ଦପଡା ବାଲୁଙ୍କେଶ୍ବର ବାବା, ଝାଡୁଆପଡାର ଲୋକନାଥ ବାବା, ମୁଦିପଡା ଜାଗେଶ୍ବର ବାବା, ବଡ଼ ବଜାର ଶୀତଲେଶ୍ବର ବାବା, ଠାକୁରପଡା, ବୁଢାରଜା, ଭତରା, କୁମ୍ଭାରପଡା ଆଦି ସମସ୍ତ ଶୀତଳ ଷଷ୍ଠୀ ଯାତ୍ରା କମିଟିର ମହାଦେବ ଓ ମାତା ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ଦର୍ଶନ ଶୋଭାଯାତ୍ରା ଗତ ରାତି ପ୍ରାୟ ସାଢେ 12 ଟା ପରେ ବାହାରି ଥିଲା । ଆଜି (ବୁଧବାର) ସକାଳ ପର୍ଯ୍ୟନ୍ତ ଏହି ଯୁଗଳ ଦର୍ଶନ ଶୋଭାଯାତ୍ରା ଚାଲିଥିଲା ।

Sital Sasthi Festival (ETV Bharat Odisha)

ଏହା ପରେ କିଛି 4 ଘଣ୍ଟାର ବିରତି ପରେ ପୁଣି ଦିନ 11 ଟାରୁ ବାହାରି ଥିଲା ଯୁଗଳ ମୂର୍ତ୍ତିଙ୍କ ଶୋଭାଯାତ୍ରା । ଦେବ ଦମ୍ପତିଙ୍କ ଯୁଗଳମୂର୍ତ୍ତିର ଦର୍ଶନ କଲେ ମହାପୂଣ୍ୟ ମିଳିଥାଏ ଓ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ତେଣୁ ଆଜି ସକାଳୁ ଦେବ ଦମ୍ପତିଙ୍କ ଯୁଗଳ ମୂର୍ତ୍ତି ର ଦର୍ଶନ ପାଇଁ ବିଭିନ୍ନ ବର୍ଗର ଲୋକେ ଦୀପ ଜାଳି ପୂଜା ସାମଗ୍ରୀ ଅର୍ପଣ କରି ଯୁଗଲ ମୂର୍ତ୍ତିଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେଉଥିବାର ଦେଖିବାକୁ ମିଳିଥିଲା । ସମ୍ବଲପୁରର ଶୀତଳ ଷଷ୍ଠୀ ଯାତ୍ରାର ବହୁ ପ୍ରସିଦ୍ଧି ରହିଛି ତେଣୁ ସମ୍ବଲପୁରକୁ ଜିଲ୍ଲା ତଥା ଜିଲ୍ଲା ବାହାରର ଶ୍ରଦ୍ଧାଳୁ ଆସନ୍ତି ସେଥିପାଇଁ ପ୍ରବଳ ଖରାକୁ ନଜରରେ ରଖାଯାଇ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ପାନୀୟ ଜଳ, ଲସି, ସରବତ, ଜଳଖିଆର ବ୍ୟବସ୍ଥା ନିଶୁଳ୍କ ଭାବେ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ ... ବିବାହ କରି ମନ୍ଦିରକୁ ବାହୁଡିଲେ ଭୋଳାନାଥ, ଚତୁର୍ଦ୍ଦିଗ ଉତ୍ସବମୁଖର - BOUDH SHITAL SASTHI

ସମ୍ବଲପୁର ସହର ସବୁ ପ୍ରମୁଖ ରାସ୍ତା ଯେଉଁ ରୁଟ ଦେଇ ଯୁଗଳ ମୂର୍ତ୍ତି ଶୋଭାଯାତ୍ରା ଯାଉଥିଲା ସବୁଠି ମାଗଣା ଜଳଖିଆ ଓ ପାନୀୟ ଜଳର ବ୍ୟବସ୍ଥା ଦେଖିବାକୁ ମିଳିଛି । ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଟ୍ରାଫିକ ପରିଚାଳନା କରାଯାଇଛି । ସମ୍ବଲପୁର ସହର ଏବଂ ଗୋଲବଜାର ଛକ ଦେଇ ମିଳିତ ଶୋଭାଯାତ୍ରା ଯାଉଥିବାରୁ ଗୋଲ ବଜାର ଛକ ଜନସମୁଦ୍ର ପାଲଟି ଥିଲା । ପ୍ରବଳ ଗରମ ହେଉଥିବାରୁ ଲୋକଙ୍କୁ ତାତିରୁ ତ୍ରାହି ଦେବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ଫ୍ଲାଇ ଓଭର ବ୍ରିଜ ଉପରୁ ଶୀତଳ ଜଳ ସିଞ୍ଚନ କରାଯାଇଥିଲା । ଏଥର ଯୁଗଳ ଦର୍ଶନ ଶୋଭାଯାତ୍ରାରେ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରାୟ 7000 କଳାକାର ସାମିଲ ହୋଇଛନ୍ତି । ପାରମ୍ପରିକ ଲୋକକଳା ସହ ଆଧୁନିକ ନାଚ ଗୀତର ଆସର ଜମିଥିଲା । ଓଡିଶାର ବିଭିନ୍ନ ଜିଲ୍ଲା ସହ ରାଜ୍ୟ ବାହାର ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, କୋଲକାତା ତଥା ବିଭିନ୍ନ ସ୍ଥାନରୁ କଳାକାର ଆସି ନିଜର କଳା ପରିବେଷଣ କରିଛନ୍ତି ।

ଏଭଳି ସ୍ଥିତିରେ ଆଜି ସମ୍ବଲପୁର ଏକ ମିନି ଇଣ୍ଡିଆ ପାଲଟି ଥିଲା । ଦେଶ ବାହାର ସୁଦୂର ଶ୍ରୀଲଙ୍କାର କଲମ୍ବୋ ସହରରୁ ମଧ୍ୟ ଏଥର କଳାକାର ଆସିଥିଲେ । ମୁଦିପଡା ଶୀତଳଷଷ୍ଠୀ ଯାତ୍ରା କମିଟିର ଶୋଭାଯାତ୍ରାରେ ଶ୍ରୀଲଙ୍କାର କଳାକାର ଦଳ ନୃତ୍ୟ ପରିବେଷଣ କରିଛନ୍ତି । ପ୍ରବଳ ଗରମ ସତ୍ତ୍ବେ ସମ୍ବଲପୁର ସହରର ଗୋଲ ବଜାର ଛକ ଲୋକାରଣ୍ୟ ହୋଇଯାଇଥିବା ଦେଖିବାକୁ ମିଳିଛି । ପାରମ୍ପରିକ ଲୋକ ନୃତ୍ୟ ସହ ଆଧୁନିକ ନୃତ୍ୟ ଗୀତ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା । ଆଜି ଏହି ଯୁଗଳ ମୂର୍ତ୍ତି ଶୋଭାଯାତ୍ରାର ସମାପ୍ତି ପରେ ସନ୍ଧ୍ୟାରେ ସବୁ ଶୀତଳ ଷଷ୍ଠୀ ଯାତ୍ରା କମିଟିର ଦେବ ଦମ୍ପତିଙ୍କ ମନ୍ଦିର ପ୍ରବେଶ ପରେ ଶୀତଳ ଷଷ୍ଠୀ ଯାତ୍ରା ସମାପନ ହେବ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.