ETV Bharat / state

ଜିଲ୍ଲାର ସ୍ବାସ୍ଥ୍ୟ ସମସ୍ୟା ନେଇ ମୁଖ୍ୟଚିକିତ୍ସା ଅଧିକାରୀଙ୍କୁ ଭେଟିଲା ବିଜେପି - ସମ୍ବଲପୁର ଜିଲ୍ଲା ବିଜେପି

Sambalpur Bjp Delegates: ଦୀର୍ଘ ୨୪ ବର୍ଷର ଶାସନ ପରେ ମଧ୍ୟ ରାଜ୍ୟବାସୀଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ଶିକ୍ଷା, ସ୍ବାସ୍ଥ୍ୟ ଗମନାଗମନ ଭଳି ସର୍ବନିମ୍ନ ଜରୁରୀ ସେବା କ୍ଷେତ୍ରରେ ମଧ୍ୟ ରାଜ୍ୟ ସରକାର ବିଫଳ । ଏଭଳି ଏକାଧିକ ଅଭିଯୋଗ ନେଇ ଗତକାଲି ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ସାକ୍ଷାତ କରିଛି ବିଜେପି । ଅଧିକ ପଢନ୍ତୁ

ଜିଲ୍ଲାର ସ୍ବାସ୍ଥ୍ୟ ସମସ୍ୟା ନେଇ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀଙ୍କୁ ଭେଟିଲା ବିଜେପି

author img

By ETV Bharat Odisha Team

Published : Feb 29, 2024, 6:55 AM IST

ଜିଲ୍ଲାର ସ୍ବାସ୍ଥ୍ୟ ସମସ୍ୟା ନେଇ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀଙ୍କୁ ଭେଟିଲା ବିଜେପି

ସମ୍ବଲପୁର: ଦୀର୍ଘ ୨୪ ବର୍ଷର ଶାସନ ପରେ ମଧ୍ୟ ରାଜ୍ୟବାସୀଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ଶିକ୍ଷା, ସ୍ବାସ୍ଥ୍ୟ ଗମନାଗମନ ଭଳି ସର୍ବନିମ୍ନ ଜରୁରୀ ସେବା କ୍ଷେତ୍ରରେ ମଧ୍ୟ ରାଜ୍ୟ ସରକାର ବିଫଳ । ଦୀର୍ଘ ୨୪ ବର୍ଷର ଶାସନର ଶେଷ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କୁ ରୂପାନ୍ତୀକରଣ ଭୂତ ଲାଗିଛି । କେବଳ କୋଠା ତିଆରି କରି ସବୁଜ ରଙ୍ଗ ଲଗେଇ ରଙ୍ଗ ବେରଙ୍ଗୀ ଚିତ୍ର ଆଙ୍କି ସେବା ଶୂନ୍ୟ ବ୍ୟବସ୍ଥାକୁ ଆଧାର କରି ସରକାର ରୂପାନ୍ତୀକରଣର ନୂତନ ପରିଭାଷା ଲେଖିଛନ୍ତି । ଏଭଳି ଅଭିଯୋଗ ଆଣିଛି ସମ୍ବଲପୁର ଜିଲ୍ଲା ବିଜେପି l

ସ୍ବାଧୀନତାର ୭୫ ବର୍ଷ ପରେ ଓ ରାଜ୍ୟରେ ୨୪ ବର୍ଷ ନିରଙ୍କୁଶ ବିଜେଡି ଶାସନ କଲା ପରେ ମଧ୍ୟ ସମସ୍ୟା ଘେରରେ ଛନ୍ଦି ହୋଇଛି ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟ । ୫୦% ରୁ ଅଧିକ ଡାକ୍ତର ପଦବୀ ଖାଲି ପଡ଼ିଥିବା ସମ୍ବଲପୁର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଯୁଆଡେ ଦେଖିଲେ ବିକାଶର ମିଛ ବିଜ୍ଞାପନ । ଦୀର୍ଘ ତିନି ମାସରୁ ଉର୍ଦ୍ଧ୍ବ ସମୟ ହେଲାଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିଥିବା ଡାଏଲିସିସ କେନ୍ଦ୍ରର ଏସି ଚାଲୁ ନାହିଁ । ଡାଏଲିସିସ କେନ୍ଦ୍ର ଭଳି ଏକ ସେମି ଆଇସିୟୁ ସେବା ବ୍ୟବସ୍ଥାରେ ନା ଚାଲୁଛି ଏସି ନା ଅଛି ପଙ୍ଖା ନା ଅଛି କୁଲର । ନିୟମିତ ଭାବେ ଡାଏଲିସିସ ପାଇଁ ଆସୁଥିବା ରୋଗୀ ଗରମରେ ହେଉଛନ୍ତି ହନ୍ତସନ୍ତ । ବହିର୍ବିଭାଗରେ ରୋଗୀ ମାନେ ଲାଇନରେ ରହିଥିଲେ ବି ଆଉଟ ଡୋରରେ ରହୁଥିବା ଚିକିତ୍ସକ ଆଉଟ ଡୋର ସମୟ ସରୁ ନସରୁଣୁ ବାହାରି ଯାଉଛନ୍ତି ପ୍ରାଇଭେଟ ପ୍ରାକ୍ଟିସ ପାଇଁ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଯୁଆଡେ ଦେଖିଲେ କୁଢ କୁଢ ଅଳିଆ ଆବର୍ଜନା ଭରି ପଡ଼ିଛି । ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟଳୟରେ ସାଧାରଣ ଲୋକଙ୍କ ସେବାରେ ନିୟୋଜିତ କର୍ମଚାରୀଙ୍କ ଅନୁପସ୍ଥିତି ଯୋଗୁଁ ଲୋକଙ୍କୁ ମିଳିପାରୁ ନହିଁ ଆନୁସଙ୍ଗିକ ସେବା ସୁବିଧା । ଏମିତି ଅଭିଯୋଗ ଆଣିଛି ସମ୍ବଲପୁର ଜିଲ୍ଲା ବିଜେପି l

ଅଧିକ ପଢନ୍ତୁ- 'ନୂଆ-ଓ' କାର୍ଯ୍ୟକ୍ରମ ପାଇଁ ପରୀକ୍ଷା ବାତିଲ ଘଟଣା, ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍

ଏହାକୁ ନେଇ ଗତକାଲି ସମ୍ବଲପୁର ଜିଲ୍ଲା ବିଜେପିର ଏକ ଟିମ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିବା ସହ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଭେଟିଛି ମାଳ ମାଳ ଅଭିଯୋଗ ଆଣିଛି l ସମ୍ବଲପୁର ବିଜେପିର ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ କୁମାର ବେହେରା ଓ ବରିଷ୍ଠ ନେତା ଡା. ପ୍ରମୋଦ କୁମାର ରଥଙ୍କ ମିଳିତ ନେତୃତ୍ବରେ ଯାଇଥିବା ପ୍ରତିନିଧି ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା.ସୁଜାତା ରାଣୀ ମିଶ୍ରଙ୍କ ସହିତ ସମସ୍ତ ବିଷୟ ନେଇ ଅଭିଯୋଗ କରିଥିଲେ । ଏହାସହ ଅନେକ ସକାରାତ୍ମକ ପରାମର୍ଶ ମଧ୍ୟ ଦେଇଥିଲେ । ସମସ୍ତ ବିଷୟରେ ଅବଗତ ହେଲା ପରେ ଡ଼ା.ମିଶ୍ର କହିଥିଲେ ଯେ ତାଙ୍କ ଦାୟିତ୍ବ ନେବାର ସପ୍ତାହେ ମଧ୍ୟ ହୋଇନି। ସମସ୍ତ ଅଭିଯୋଗ ଓ ପରାମର୍ଶକୁ ଗୁରୁତ୍ବ ସହକାରେ ଗ୍ରହଣ କରାଯିବ । ଆଗମୀ ଦିନରେ ସମସ୍ତ ବିଭାଗକୁ ପରିଦର୍ଶନ କରି ସମସ୍ତ ଅସୁବିଧା ଓ ସମସ୍ୟାକୁ ନିରୀକ୍ଷଣ କଲା ପରେ ସେଗୁଡିକର ଶୀଘ୍ର ଓ ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ l

ଆଜିର ପ୍ରତିନିଧି ଦଳରେ ବରିଷ୍ଠ ବିଜେପି ନେତା ଦାମୋଦର କର, ରାଜ୍ୟ ପେନାଲିଷ୍ଟ ମାନସ ରଞ୍ଜନ ବକ୍ସି, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସମୀର ରଞ୍ଜନ ବାବୁ, ମୁକେଶ ଜରିୱାଲ, ଅରୁଣ କୁମାର ଦାସ ପ୍ରମୁଖ ସାମିଲ ଥିଲେ । ଆଲୋଚନା ସମୟରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡ଼ା. ଅଶୋକ କୁମାର ଦାଶ ଉପସ୍ଥିତ ରହି ଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.