ETV Bharat / state

ପାଣିକୁ ଡେଇଁଲେ ଅଟକାଇବ ଖାକି, ହୋଲି ପାଇଁ ଅଗ୍ନିଶମ ଟିମ ପ୍ରସ୍ତୁତ - Safety Precautions in holi - SAFETY PRECAUTIONS IN HOLI

Safety Precautions: ସୁରକ୍ଷିତ ହୋଲି ପାଳନ ପାଇଁ ଭୁବନେଶ୍ବରରେ ପ୍ରସ୍ତୁତି ଜୋରଦାର ହୋଇଛି । ନଦୀପଠା ଓ କେନାଲରେ ମୁତୟନ ହେବେ ଅଗ୍ନିଶମ ଟିମ୍। ଅଧିକ ପଢନ୍ତୁ

Safety Precautions
Safety Precautions
author img

By ETV Bharat Odisha Team

Published : Mar 25, 2024, 6:40 PM IST

Safety Precautions

ଭୁବନେଶ୍ବର: ହୋଲି ପାଇଁ ଭୁବନେଶ୍ୱରରେ ଜୋରଦାର ପ୍ରସ୍ତୁତି। ନଦୀପଠା ଓ କେନାଲରେ ମୁତୟନ ହେବେ ଅଗ୍ନିଶମ ଟିମ୍। ପାଣିକୁ ଡେଇଁଲେ ଅଟକାଇବେ ପୋଲିସ ଓ ଅଗ୍ନିଶମ ଟିମ୍। ହୋଲି ସମୟରେ ନଦୀ କିମ୍ବା ଜଳାଶୟରେ ଘଟୁଥିବା ଅଘଟଣ ଏଡାଇବାକୁ ପ୍ରସ୍ତୁତି କଡ଼ାକଡ଼ି କରାଯାଇଛି।ଭୁବନେଶ୍ୱରର ୫ଟି ସମ୍ବେଦନଶୀଳ ସ୍ଥାନରେ ମୁତୟନ ହେବେ ଅଗ୍ନିଶମ କର୍ମଚାରୀ । ଏନେଇ ଭୁବନେଶ୍ୱର ବାହାରୁ ୫ଟି ଟିମ୍ ଆଣିଛି ଅଗ୍ନିଶମ ବିଭାଗ। ଡେପୁଟି ଫାୟାର ଅଫିସର ଅବନି କାନ୍ତ ସ୍ବାଇଁ କହିଛନ୍ତି, "ହୋଲି ସମୟରେ ଅଘଟଣ ଏଡାଇବା ପାଇଁ ସଜାଗ ରହିବ ଅଗ୍ନିଶମ ଟିମ୍। ଭୁବନେଶ୍ୱରର ୫ଟି ସ୍ଥାନ ଚିହ୍ନଟ କରାଯାଇଛି। କୁଆଖାଇ ନଦୀ ପଠା, ଦୟା ନଦୀ ପଠା, ବାଙ୍କୁଆଳ ପଠା,ପାହାଳ, ପୁରୀ କେନାଲ ରୋଡ୍ ଓ ବାଳକାଟି ସାଇଫୁନ ନିକଟରେ ମୁତୟନ ରହିବେ ଅଗ୍ନିଶମ ଟିମ୍। ପ୍ରତି ଟିମରେ ଜଣେ ଅଫିସରଙ୍କ ସହ ୫ରୁ ୬ଜଣ ଅଗ୍ନିଶମ କର୍ମଚାରୀ ଆଲର୍ଟ ରହିବେ ।

ସେମାନେ ରବର ବୋଟ୍, ଲାଇଫ ଜାକେଟ ସହ ଅଣ୍ଡର ଓ୍ବାଟର ରେସ୍କ୍ୟୁ ପାଇଁ ଆବଶ୍ୟକୀୟ ସରଞ୍ଜାମ ଧରି ନଦୀପଠା ପାଖରେ ପ୍ରସ୍ତୁତ ରହିବେ।ସେହିପରି ୧୦ଟି ଦମକଳ କେନ୍ଦ୍ରର କର୍ମଚାରୀ ଯଥା ବାଲିପାଟଣା, ବାଲିଅନ୍ତା ,କଳ୍ପନା , ପାହାଳ, ତମାଣ୍ଡୋ, ଚନ୍ଦ୍ରଶେଖରପୁର, ସେକ୍ରେଟାରିୟଟ ସହ ବରମୁଣ୍ଡା ଫାୟାର ଟ୍ରେନିଂ ଆକାଡେମୀର ଅଗ୍ନିଶମ ଟିମ୍ ମଧ୍ୟ ଆଲର୍ଟ ରହିବେ। ଏହାସହ ଷ୍ଟ୍ରାଇକିଂ ଫୋର୍ସ ମଧ୍ୟ ଆଲର୍ଟ ରହିବେ । ବିଭିନ୍ନ ଦମକଳ କେନ୍ଦ୍ର ନିଜ ନିଜ ଅଞ୍ଚଳର ଜଳାଶୟ ଉପରେ ନଜର ରଖିବ। ହୋଲି ସମୟରେ ଗାଧୋଇବାକୁ ନେଇ ଯେପରି ଅଘଟଣ ନଘଟେ ସେନେଇ ଗାଧୋଇବାକୁ ଆସୁଥିବା ଲୋକଙ୍କୁ ଅଟକାଇବ । ଗଭୀରକୁ ନଯିବାକୁ ପରାମର୍ଶ ସହ ମଦ୍ୟପାନ କରି ପାଣି ଭିତରକୁ ନଯିବା, ଛୋଟ ପିଲାଙ୍କୁ ପାଣି ଭିତରକୁ ପ୍ରବେଶ ନ କରିବାକୁ ସଚେତନ କରିବେ। ଏଥିପାଇଁ ସମସ୍ତଙ୍କୁ ସୁରକ୍ଷିତ ଭାବେ ରଙ୍ଗଖେଳିବାକୁ ପରାମର୍ଶ ଦିଆଯିବ ।

ଏହା ମଧ୍ୟ ପଢନ୍ତୁ...ରାତି ପାହିଲେ ରଙ୍ଗର ପର୍ବ ହୋଲି, ସଜାଗ କ୍ୟାପିଟାଲ ହସ୍ପିଟାଲ - Holi Medical Emergency

ହୋଲି ପାଇଁ କମିଶନରେଟ ପୋଲିସ ପକ୍ଷରୁ ସମସ୍ତ ଥାନାଅଧିକାରୀଙ୍କୁ ନିର୍ଦ୍ଦେଶ ରହିଛି। ହୋଲି ସମୟରେ ଜଳାଶୟ ଓ ନଦୀପଠାରେ ଅଘଟଣ ଏଡାଇବାକୁ ସାଇନବୋର୍ଡ ଲଗାଇବା ସହ ହୋଲି ସମୟରେ ଗାଧୋଇବା ଆସୁଥିବା ଲୋକଙ୍କୁ ବାରଣ ସହ ସଚେତନ କରାଇବ ପୋଲିସ । ଏନେଇ ବିଭିନ୍ନ ଜଳାଶୟ ପାଖରେ ମଧ୍ୟ ପୋଲିସ ମୁତୟନ କରାଯିବ। ଗାଧୋଇବାକୁ ଯିବା ସମୟରେ ଏକାକୀ ନଯାଇ ସାଙ୍ଗହୋଇ ଯିବାକୁ ପରାମର୍ଶ ଦିଆଯାଇଛି । ଗଭୀର ଜଳକୁ ପ୍ରବେଶ ନକରି ଲୋକଙ୍କ ଉପସ୍ଥିତିରେ ଗାଧୋଇବାକୁ ପରାମର୍ଶ ଦିଆଯାଇଛି। ପୁର୍ବରୁ ନଦୀରେ ହୋଲି ସମୟରେ ଗାଧୋଇବାବେଳେ ଅନେକ ଅଘଟଣର ନଜିର ରହିଛି। ସାଇଫୁନ ଓ ବାଙ୍କୁଆଳ ଭଳି ନଦୀଘାଟରେ ପାଣିରେ ବୁଡି଼ ଜୀବନ ହାନି ହୋଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.