ETV Bharat / state

କନ୍ଧମାଳରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ଦକ୍ଷତା ବିକାଶ ମନ୍ତ୍ରୀ

author img

By ETV Bharat Odisha Team

Published : Mar 4, 2024, 1:26 PM IST

Pritiranjan Gharai visit kandhamal: ଦିନିକିଆ କନ୍ଧମାଳ ଗସ୍ତରେ ଆସି ୧୧ଟି ସ୍ଥାନରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ । ଅଧିକ ପଢନ୍ତୁ

Pritiranjan Gharai visit kandhamal
Pritiranjan Gharai visit kandhamal
Pritiranjan Gharai visit kandhamal

ଫୁଲବାଣୀ: ଦିନିକିଆ କନ୍ଧମାଳ ଗସ୍ତରେ ଯାଇ ୧୧ଟି ସ୍ଥାନରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ସଡ଼କ ଓ ପୋଲ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ନୂଆପଦର ଉଚ୍ଚ ବିଦ୍ୟାଳୟ ପଡ଼ିଆ ନିକଟରେ ମାଳ ବଦ୍ରାଗା ରାସ୍ତାର ବାଘନଦୀ ଉପରେ ସେତୁ ନିର୍ମାଣ କାର୍ଯ୍ୟ ଏବଂ ଜଏଲମ୍ବା ଠାରୁ କେଳାପଡ଼ା ପର୍ଯ୍ୟନ୍ତ ଥିବା ଲୋକାଲ ନାଳ ଉପରେ ସେତୁ ନିର୍ମାଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ତେବେ ସେତୁ ଦୁଇଟିର ଚୁକ୍ତିନାମା ମୂଲ୍ୟ ଯଥାକ୍ରମେ ୩୪୦.୪୦ ଲକ୍ଷ ଟଙ୍କା ଓ ୩୭୭.୦୭ ଲକ୍ଷ ଟଙ୍କା ରଖାଯାଇଥିବା ଜଣାପଡ଼ିଛି । ଫିରିଙ୍ଗିଆ ବ୍ଲକର କ୍ରାଣ୍ଡିବାଲି ପଡ଼ିଆରେ ବିଜୁ ସେତୁ ଯୋଜନା ଅନ୍ତର୍ଗତ ବାଲନ୍ଦାପଡ଼ା ଠାରୁ ବାଟବାହାଲି ରାସ୍ତାର ଲୋକାଲ ନାଳ ଉପରେ ସେତୁ ଓ କ୍ରାଣ୍ଡିବାଲି ରାସ୍ତାର ଲୋକାଲ ନାଳ ଉପରେ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଯାହାର ଚୁକ୍ତିନାମା ମୂଲ୍ୟ ୩୯୬.୭୩ ଲକ୍ଷ ଟଙ୍କା ଓ ୩୧୩.୩୮ଲକ୍ଷ ଟଙ୍କା ରହିଛି । ସେହିପରି କ୍ରଣ୍ଡାବାଲି ଠାରୁ କାଡିସରୁ ରାସ୍ତା ନିର୍ମାଣ କାର୍ଯ୍ୟ, ବାଲିଗେଟା ଠାରୁ ବନ୍ଦୁଲି ଭାୟା ପାଟେଲିପିଡ଼ିଆ ଓ ସିପାଡି ରାସ୍ତା ନିର୍ମାଣ ଆଦି କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ତେବେ ଏହି ସବୁ ସେତୁ ଓ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ବେଳେ ଚଳିତ ବର୍ଷ ଶେଷ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ- କଳାହାଣ୍ଡିରେ ଜିଲ୍ଲା ବିଜ୍ଞାନ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ, ଯୋଗଦେଲେ ସାଂସଦ ସୁଜିତ କୁମାର

ସେହିପରି ଫୁଲବାଣୀ ବ୍ଲକ ଅନ୍ତର୍ଗତ ସାର୍ତାଗୁଡ଼ା ଠାରୁ ମିଣିଆକାଟି ଭାୟା ଡୋକାଙ୍ଗି, ସୁଡ୍ରାବାଲି, ତଡପଙ୍ଗା ଓ ଲାଣ୍ଡ୍ରିଗୁଡ଼ା ରାସ୍ତାର ପିଲା ସାଲୁଙ୍କି ନଦୀ ଉପରେ ଚୁକ୍ତିନାମା ମୂଲ୍ୟ ୪୭୬.୧୪ ଲକ୍ଷ ଟଙ୍କାର ସେତୁ ନିର୍ମାଣ କାର୍ଯ୍ୟ, ଗୁମାଗଡ଼ ଠାରୁ ଅମାତପଡ଼ା ଚୁକ୍ତିନାମା ମୂଲ୍ୟ ୫୫୧.୫୩ ଲକ୍ଷ ଟଙ୍କାର ରାସ୍ତା ନିର୍ମାଣ ଆଦି କାର୍ଯ୍ୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଚକାପାଦ ବ୍ଲକ ଅନ୍ତର୍ଗତ ଅର୍ଚ୍ଚାଙ୍ଗି ଠାରୁ ବନ୍ଧଖମଣା ରାସ୍ତାର ଲୋକାଲ ନାଳ ଉପରେ ଚୁକ୍ତିନାମା ମୂଲ୍ୟ ୩୧୧.୯୫ଲକ୍ଷ ଟଙ୍କାର ସେତୁ ନିର୍ମାଣ କାର୍ଯ୍ୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବାବେଳେ ଡଙ୍ଗାଗାଁ ଠାରୁ ମୁଣ୍ଡୁଳା ରାସ୍ତାର ବ୍ରୁତଙ୍ଗ ନଦୀ ଉପରେ ଚୁକ୍ତିନାମା ମୂଲ୍ୟ ୬୯୦.୯୩ ଲକ୍ଷ ଟଙ୍କାର ସେତୁ ନିର୍ମାଣ କାର୍ଯ୍ୟ, ଚକାପାଦ ଚହଲି ରାସ୍ତାର ଖଉ ନାଳ ଉପରେ ଚୁକ୍ତିନାମା ମୂଲ୍ୟ ୩୦୨.୩୧ ଲକ୍ଷ ଟଙ୍କାର ସେତୁ ନିର୍ମାଣ ଆଦି କାର୍ଯ୍ୟର ଶୁଭ ଉଦ୍‌ଘାଟନ କରିଛନ୍ତି ମନ୍ତ୍ରୀ । ଗତକାଲି(ରବିବାର) ଶିଳାନ୍ୟାସ ଓ ଉଦ୍‌ଘାଟନ ସମୟରେ ମନ୍ତ୍ରୀଙ୍କ ସହିତ ସ୍ଥାନୀୟ ବିଧାୟକ, ଅଧ୍ୟକ୍ଷ, ଓଡ଼ିଶା ରାଜ୍ୟ ବିହନ ନିଗମ ବିଜୟ କୁମାର ନାୟକ,ଜନ ପ୍ରତିନିଧିଙ୍କ ସମେତ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ।

ଇଟିଭି ଭାରତ,ଫୁଲବାଣୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.