ETV Bharat / state

Split BJD into pieces politics: ଯେମିତି କର୍ମ, ସେମିତି ଫଳ; ବିଜେଡ଼ିକୁ ଭାଙ୍ଗିବାକୁ ଚେଷ୍ଟା କରୁଛି କି ଶାସକ ଦଳ ? ବିଜେପି କହିଲା ଆମେ ନୁହେଁ ଲୋକେ ଭାଙ୍ଗିବେ ଶଙ୍ଖ ଦଳ - Ruling BJP trying to split BJD

author img

By ETV Bharat Odisha Team

Published : Aug 28, 2024, 8:43 PM IST

Updated : Aug 28, 2024, 10:14 PM IST

Ruling BJP trying to split BJD into pieces said Opposition chief whip: 11 ଦିନ ପରେ ବିଜେପି ଛାଡି ବିଜେଡି ଫେରିଲେ ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡି । ରାଜ୍ୟରେ ଜୋର ଧରିଲା ରାଜନୀତି । ବିଜେଡି କହିଲା ଦଳକୁ ଭାଙ୍ଗିବାକୁ ଉଦ୍ୟମ କରୁଛି ବିଜେପି । ବିଜେପି କହିଲା ଆମେ ନୁହେଁ ଲୋକେ ଭାଙ୍ଗିବେ ବିଜେଡି । ଅଧିକ ପଢନ୍ତୁ

ବିଜେଡ଼ିକୁ ଭାଙ୍ଗିବାକୁ ଚେଷ୍ଟା କରୁଛି କି ଶାସକ ଦଳ
ବିଜେଡ଼ିକୁ ଭାଙ୍ଗିବାକୁ ଚେଷ୍ଟା କରୁଛି କି ଶାସକ ଦଳ (ETV Bharat Odisha)

ଭୁବନେଶ୍ବର: ବିଜେଡିକୁ ଭାଙ୍ଗିବାକୁ ଚେଷ୍ଟା କରୁଛି କି ଶାସକ ଦଳ ବିଜେପି ? ବିଜେଡିକୁ ଭାଙ୍ଗିବାକୁ ଶାସକ ଦଳ ବ୍ୟବହାର କରୁଛି କି କଳ, ବଳ ଓ କୌଶଳ ? ବିଜେଡି ନେତାଙ୍କୁ ଦଳରେ ସାମିଲ କରିବାକୁ ବିଭିନ୍ନ ପ୍ରଲୋଭନ ସହ ଧମକ ଦେଉଛି କି ଶାସକ ଦଳ ବିଜେପି ? ଏଭଳି ହେଉଥିବା ଅଭିଯୋଗ ଆଣିଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓ ପ୍ରମିଳା ମଲ୍ଲିକ । ଯେମିତି କର୍ମ ସେମିତି ଫଳ ବୋଲି ବରିଷ୍ଠ ସାମ୍ବାଦିକ କହୁଥିବାବେଳେ ବିଜେପି ଏହାକୁ ଖଣ୍ଡନ କରିଛି ।

Split BJD into pieces politics (ETV Bharat Odisha)

ବିଜେଡ଼ିର ନିର୍ବାଚିତ ପ୍ରତିନିଧିଙ୍କୁ ନେବାକୁ ଉଦ୍ୟମ କରୁଛି ବିଜେପି:-
ବିଜେଡ଼ି ନେତା ପ୍ରଣବ ପ୍ରକାଶ ଦାସ କହିଛନ୍ତି, "ବିଜେଡ଼ିର ନିର୍ବାଚିତ ପ୍ରତିନିଧିଙ୍କୁ ନିଜ ସପକ୍ଷରେ ନେବାକୁ ଉଦ୍ୟମ କରୁଛି ବିଜେପି । ବିଜେଡିର ନିର୍ବାଚିତ ପ୍ରତିନିଧିଙ୍କୁ ପ୍ରଲୋଭିତ କରୁଛି ଶାସକ ଦଳ । ଏହା ସହିତ ମିଳୁଛି ଧମକ । କ୍ଷମତାର ଦୁରୁପଯୋଗ କରି ବିଜେଡିର ନିର୍ବାଚିତ ପ୍ରତିନିଧି ମାନଙ୍କୁ ନେବାକୁ ଚେଷ୍ଟା କରୁଛି ଶାସକ ଦଳ । ସାରା ଓଡ଼ିଶାରେ ଏଭଳି କାର୍ଯ୍ୟ କରୁଛି ଶାସକ ଦଳ ।"

କ୍ଷମତାର ଦୁରୁପଯୋଗ କରୁଛି ବିଜେପି :-
ବିଜେପି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, "ଶାସକ ଦଳ ବିଜେଡିକୁ ଭାଙ୍ଗିବାକୁ ଚେଷ୍ଟା କରୁଛି । ବିଭିନ୍ନ ପ୍ରକାର ଚାପ ପ୍ରୟୋଗ, ପ୍ରଲୋଭନ ଓ ଧମକ ଦେଇ ବିଜେଡିର ନିର୍ବାଚିତ ପ୍ରତିନିଧିଙ୍କୁ ଦଳରେ ମିଶାଇବାକୁ ଚେଷ୍ଟା କରିଛି ଶାସକ ଦଳ । ବିଜେପି କ୍ଷମତା ଦୁରୁପଯୋଗ କରୁଛି । ବିଜେପି କର୍ମୀ, ବିଧାୟକ, ସାଂସଦ ଓ ପ୍ରାର୍ଥୀ ସମସ୍ତଙ୍କୁ ଧମକାଇବା ସହ ପ୍ରଲୋଭନ ଦେଖାଉଛନ୍ତି । ବିଜେଡି ପୁର୍ବ ପରି ଯେଉଁଭଳି ଭାବେ ସୁସଙ୍ଗଠିତ ହୋଇଥିଲା, ଆଗକୁ ମଧ୍ୟ ରହିବ । ଭବିଷ୍ୟତରେ ଆହୁରି ଅଧିକ ସଂଗଠିତ ହେବ । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଉପରେ ଯେଉଁଭଳି ଭରସା ଥିଲା, ସେହିପରି ରହିବ ।"

ପରମ୍ପରା ଆରମ୍ଭ କରିଥିଲା ବିଜେଡି, ଏବେ ଭୋଗୁଛି :-
ବରିଷ୍ଠ ସାମ୍ବାଦିକ ପ୍ରଭୁକଲ୍ୟାଣ ମହାପାତ୍ର କହିଛନ୍ତି, "ବିରୋଧୀ ଦଳଙ୍କ ପ୍ରତି ଶାସକ ଦଳରେ ଥିବାବେଳେ ବିଜେଡିର ଅହଂକାର ଥିଲା । ବିରୋଧୀ ଦଳ ପ୍ରତି ଯେଉଁଭଳି ମନୋଭାବ ଥିଲା, ବିଜେଡ଼ି ତାହା ଭୋଗୁଛି । ଯେତେବେଳେ ସେମାନେ କ୍ଷମତାରେ ଥିଲେ, ଶାସକ ଦଳ ଯେମିତି କାର୍ଯ୍ୟ କରିବା କଥା ତାହା କରୁନଥିଲେ । ବିରୋଧୀ ଦଳକୁ ସେବେର ଶାସକ ଦଳ ଭାଙ୍ଗି ଚୁରମାର କରିଦେଇଥିଲେ । ବିରୋଧୀ ଦଳକୁ ଶକ୍ତିହୀନ କରି ଦିଆଯାଇଥିଲା । କ୍ଷମତାସୀନ ଦଳ ପାଖରୁ ଅଧିକ ଫାଇଦା ହାସଲ କରିହେବ ବୋଲି ପ୍ରଲୋଭନ ଦେଖେଇଛନ୍ତି ପୁର୍ବ ଶାସକ । ଏହି ପରମ୍ପରା ଶାସକ ଦଳରେ ଥିବା ଆରମ୍ଭ କରିଥିବା ବିଜେଡି ଏବେ ବିରୋଧୀ ଦଳରେ ଥିବା ବେଳେ ସାମ୍ନା କରିବାକୁ ପଡିବ ।

ରାଜନୈତିକ ଦଳ ନୁହେଁ, ପରିବାର ଭାଙ୍ଗିଛି ବିଜେଡି :-
ବିଜେଡିକୁ ଶାସକ ଦଳ ବିଜେପି ଭାଙ୍ଗିବାକୁ ଚେଷ୍ଟା କରୁଥିବା ଅଭିଯୋଗର ଜବାବ ରଖିଛନ୍ତି ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ । ଦିଲ୍ଲୀପ କହିଛନ୍ତି, "ବିଜେଡି ଆଜି ଯେଉଁ ଆକ୍ଷେପ କରୁଛି, ତାହା ସତ୍ୟ ନୁହେଁ । ବିଜେଡି ଅତୀତରେ ଅନ୍ୟ ଦଳକୁ ଭାଙ୍ଗିବା, ଅନ୍ୟ ଦଳର ନେତାଙ୍କୁ ନିଜ ଦଳରେ ମିଶାଇବା କାମ କରିଛି । ଖାଲି ରାଜନୈତିକ ଦଳ ନୁହେଁ, ଏପରିକି ପରିବାର ମଧ୍ୟ ଭାଙ୍ଗିଛି । କେତେବେଳେ ସ୍ତ୍ରୀକୁ ସ୍ଵାମୀ ବିରୋଧରେ ଓ ସ୍ତ୍ରୀକୁ ସ୍ୱାମୀ ବିରୋଧରେ ଛିଡା କରି ରାଜନୀତି କରିଛି । ଏ ଭଳି ଚିତ୍ର ରାଜ୍ୟବାସୀ ଦେଖି ସାରିଛନ୍ତି । ସେ କଥା କାହାକୁ କହୁଛନ୍ତି । ବିଜେଡିର ମୂଳ ଦଳର କିଏ ଅଛନ୍ତି ଆଗ କୁହନ୍ତୁ ।"

ବିଜେପି ନୁହେଁ, ଲୋକେ ବିଜେଡିକୁ ଭାଙ୍ଗିବେ :-
ସେ ଆହୁରି ମଧ୍ୟ କହିଛନ୍ତି, "ବିଜେଡି ଯେଉଁ ଆକ୍ଷେପ କରୁଛି, ତାହା ଭୁଲ । ବିଜେଡି କେତେବେଳେ ବି ଠିକ ମନ୍ତବ୍ୟ ରଖେ ନାହିଁ । ସବୁବେଳେ ଭିତ୍ତି ହୀନ କଥା କହିଥାଏ । ଯେଉଁ କଥାକୁ ଲୋକେ ଗ୍ରହଣ କରନ୍ତି ନାହିଁ । ଅତୀତରେ ସେମାନେ ଯେମିତି ଅନ୍ୟମାନଙ୍କୁ ଯେଉଁଭଳି ଭାଙ୍ଗିଥିଲା । ଦୁର୍ନୀତି, ଭ୍ରଷ୍ଟାଚାର କରିଥିଲେ । ସେଥିପାଇଁ ଲୋକ ଆଜି ତାଙ୍କୁ କ୍ଷମତାରୁ ବିଦା କରି ଦେଇଛନ୍ତି । ଲୋକେ ତାଙ୍କ ଦଳକୁ ଭାଙ୍ଗିବେ ।"

Last Updated : Aug 28, 2024, 10:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.