ETV Bharat / state

ଚର୍ଚ୍ଚରେ ପଶି ଫାଦରଙ୍କୁ ପ୍ରବଳ ମାଡ଼, ୧୦ ଲକ୍ଷ ଲୁଟିନେଲେ ! - ROBBERY FROM CHURCH - ROBBERY FROM CHURCH

Robbery At Church: ଚର୍ଚ୍ଚରେ ବଡ଼ ଧରଣର ଡକାୟତି ହୋଇଛି । ଦୁଇ ଫାଦରଙ୍କୁ ମାଡ଼ ମାରି ୧୦ ଲକ୍ଷ ଟଙ୍କା ଲୁଟିନେଇଛନ୍ତି ଏକ ଡକାୟତି ଗ୍ୟାଙ୍ଗ । ଅଧିକ ପଢନ୍ତୁ

Robbery At Church
Robbery At Church (ETV Bharat Odisha)
author img

By ETV Bharat Odisha Team

Published : Jun 16, 2024, 10:08 PM IST

ରାଉରକେଲା: ବିଳମ୍ବିତ ରାତିରେ ଚର୍ଚ୍ଚରୁ ଡକାୟତି । ଦୁଇ ଫାଦରଙ୍କୁ ମାଡ଼ ମାରି ୧୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଡକାୟତି ଗ୍ୟାଙ୍ଗ । ଆହତ ଅବସ୍ଥାରେ ଦୁଇ ଫାଦର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ପୋଲିସର ତଦନ୍ତ ଜାରି ରହିଛି । ସୂଚନା ଅନୁସାରେ, ରାଉରକେଲା ଉପକଣ୍ଠ ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ବିରକେରାର ଝରାବାହାଲସ୍ଥିତ ଏକ ଚର୍ଚ୍ଚରେ ଏହି ସଶସ୍ତ୍ର ଡକାୟତି ହୋଇଛି । ପ୍ରାୟ ୧୦ ଜଣ ଦୁର୍ବୃତ୍ତ ତାଲାଭାଙ୍ଗି ଦୁଇ ଜଣ ଫାଦରଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ୧୦ ଲକ୍ଷ ଟଙ୍କା ଲୁଟି ନେଇଥ‌ିବା ଅଭିଯୋଗ ହୋଇଛି । ବିରକେରା ନିକଟସ୍ଥ ଝରାବାହାଲସ୍ଥିତ GEL ଚର୍ଚ୍ଚ ପରିସରରେ ଏକ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ରହିଛି ।

Robbery At Church (ETV Bharat Odisha)

ଚର୍ଚ୍ଚ ପରିସରରେ ଫାଦର ନାରିଏଲ ବିଲୁଙ୍ଗ ଏବଂ ଏଲୋଇସ ଖାଲଖୋ ରହୁଥିବାବେଳେ ଏଭଳି ଡକାୟତି ହୋଇଛି । ବର୍ତ୍ତମାନ ସ୍କୁଲରେ ପିଲାଙ୍କ ନାମଲେଖା ଚାଲିଥିବାବେଳେ ଚର୍ଚ୍ଚ ପରିଚାଳନା ପାଇଁ ମଧ୍ୟ ଅର୍ଥ ଆସିଥିଲା ବୋଲି କହିଛନ୍ତି ଫାଦର । ଦୁଇ ଫାଦରଙ୍କ ଅଭିଯୋଗ ଅନୁସାରେ, "ବିଳମ୍ବିତ ରାତି ପ୍ରାୟ ୨ ଟାରୁ ସାଢ଼େ ୨ ଟା ମଧ୍ୟରେ ଚର୍ଚ୍ଚ ମୁଖ୍ୟ ଫାଟକ ତାଲା ଭାଙ୍ଗି ସେମାନେ ପଶିଥିଲେ ପ୍ରାୟ ୧୦ ଜଣ ଦୁର୍ବୃତ୍ତ । ସମସ୍ତ ଦୁର୍ବୃତ୍ତମାନେ ମୁହଁରେ ମୁଖା ପିନ୍ଧିଥିଲେ ଏବଂ ଲୁଟ କରିଥିଲେ । ତେବେ ସେମାନେ ହିନ୍ଦୀ ଏବଂ ସାଦ୍ରି ଭାଷାରେ କଥା ହେଉଥିଲେ । ସେମାନଙ୍କ ହାତରେ ଭୁଜାଲି, ହକିଷ୍ଟିକ୍ ଏବଂ ଲୁହା ରଡ୍‌ ଥିଲା ।" ଦୁର୍ବୃତ୍ତମାନେ ଦୁଇ ଫାଦରଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ରଶିରେ ବାନ୍ଧି ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ଏହା ବି ପଢନ୍ତୁ...ଡଙ୍ଗରଭେଜାରେ ଲୁଟ, ବନ୍ଧୁକ ଦେଖାଇ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ଗହଣା

ଏହାପରେ ଚର୍ଚ୍ଚର ଡ୍ରୟରରେ ରଖାଯାଇଥିବା ୧୦ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିବା ଅଭିଯୋଗ ଆଣିଛନ୍ତି ଚର୍ଚ୍ଚର ଫାଦର । ଦୁର୍ବୃତ୍ତଙ୍କ ଆକ୍ରମଣରେ ଫାଦର ଦ୍ଵୟଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି । ସକାଳୁ ଲୋକେ ଚର୍ଚ୍ଚକୁ ଆସି ନାରିଏଲ ବିଲୁଙ୍ଗ ଏବଂ ଏଲୋଇସ ଖାଲଖୋଙ୍କୁ ଆହତ ଅବସ୍ଥାରେ ଦେଖିବାକୁ ପାଇଥିଲେ । ପରେ ରାଉରକେଲା ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିବା ସହ ବ୍ରାହ୍ମଣୀତରଙ୍ଗ ଥାନା ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ବ୍ରାହ୍ମଣୀତରଙ୍ଗ ଥାନା ପୋଲିସ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହ‌ଞ୍ଚି ତଦନ୍ତ ଆରମ୍ଭ କରିଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରଛି । ଅପରାଧୀଙ୍କୁ ଧରିବା ଲାଗି ବର୍ତ୍ତମାନ ପୋଲିସ ତଦନ୍ତ ଆରମ୍ଭ କରିଛି । ଖୁବଶୀଘ୍ର ସମସ୍ତଙ୍କୁ ଗିରଫ କରାଯିବ ବୋଲି କହିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.