ETV Bharat / state

ବିକାଶକୁ ଉପହାସ: ଗାଁକୁ ନାହିଁ ପକ୍କା ରାସ୍ତା, ଖଟିଆରେ ବୁହା ହେଲେ ଗର୍ଭବତୀ ଓ ରୋଗୀ - PREGNANT LADY CARRIED ON COT

author img

By ETV Bharat Odisha Team

Published : Jul 24, 2024, 5:41 PM IST

Road Problem: ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା, ପଦାରେ ପଡ଼ିଲା ସରକାରଙ୍କ ବିକାଶର ବିକଳ ଚିତ୍ର । ଗାଁକୁ ଆସି ପାରିଲା ନାହିଁ 108 ଆମ୍ବୁଲାନ୍ସ । 2 କି.ମି ଖଟିଆରେ ବୁହା ହେଲେ ଗର୍ଭବତୀ । ଅଧିକ ପଢନ୍ତୁ

PREGNANT WOMAN CARRIED ON COT TO AMBULANCE DUE TO ROAD PROBLEM IN NUAPADA
PREGNANT WOMAN CARRIED ON COT TO AMBULANCE DUE TO ROAD PROBLEM IN NUAPADA (ETV Bharat Odisha)

ନୂଆପଡା/ସମ୍ବଲପୁର: ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର କରୁଣ ଛବି । ଖଟିଆରେ ବହୁ ହେଲେ ରୋଗୀ ଏବଂ ଗର୍ଭବତୀ । ଗାଁକୁ ଆମ୍ବୁଲାନ୍ସ ଆସି ନପାରିବାରୁ ଦଉଡ଼ି ଖଟିଆରେ ବୁହା ହୋଇଛନ୍ତି ରୋଗୀ ଏବଂ ଜଣେ ଗର୍ଭବତୀ । ଏଭଳି ଦୁଇଟି ଘଟଣା ସାମ୍ନାକୁ ଆସିଛି ନୂଆପଡ଼ା ଏବଂ ସମ୍ବଲପୁର ଜିଲ୍ଲାରୁ । ଯାହା ସରକାରଙ୍କ ସ୍ବାସ୍ଥ୍ୟ ସେବାକୁ ପଦାରେ ପକାଇଛି । ନୂଆପଡାରେ ଜଣେ ଗର୍ଭବତୀ ମହିଳା ଘରଠାରୁ 2 କିମି ପର୍ଯ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ ଖଟିଆରେ ବୁହା ହୋଇଛନ୍ତି । ରାସ୍ତା ଅବସ୍ଥା ଦୟନୀୟ ଥିବା କାରଣରୁ ମହିଳାଙ୍କ ଘର ପାଖକୁ ପହଞ୍ଚି ପାରିଲା ନାହିଁ ସରକାରଙ୍କ 108 ଆମ୍ବୁଲାନ୍ସ । ଦୀର୍ଘ 2 କି.ମି ଦୂରତାରେ 108 ଆମ୍ବୁଲାନ୍ସ ଅଟକି ରହିଥିବାବେଳେ, ଦୀର୍ଘ 2 ଘଣ୍ଟା ସମୟ ଧରି ମହିଳାଙ୍କୁ ସମ୍ପର୍କୀୟ ମହିଳାମାନେ ଏକ ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ପହଞ୍ଚାଇଛନ୍ତି ।

ସୂଚନାଯୋଗ୍ୟ, ନୂଆପଡା ଜିଲ୍ଲା ସଦର ମହୁକମା ଠାରୁ 80 କିମି ଦୂରତା ଖଡ଼ିଆଳ ବ୍ଲକ ବରଗାଁ ନଦୀପଡା ସାହିରେ ଏହି ଘଟଣା ଦେଖିବାକୁ ମିଳିଛି । ବରଗାଁ ନଦୀପଡା ସାହିର ଅଭିରାମ ଶବର ସ୍ତ୍ରୀ ଦୌପଦି ଶବର ବାସ କରନ୍ତି । ଅଭିରାମ ଶବରଙ୍କ ସ୍ତ୍ରୀ ଦ୍ରୌପଦି ଶବର ଆଜି ଜନନୀ ଯନ୍ତ୍ରଣାରେ ଛଟପଟ ହୋଇଥିଲା । ସମ୍ପର୍କୀୟ ମାନେ ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ 108 ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ।

ଖବର ପାଇ 108 ଆମ୍ବୁଲାନ୍ସ ବରଗାଁରେ ପହଞ୍ଚିଥିଲା । ହେଲେ ରାସ୍ତା ଖରାପ କାରଣରୁ ଗର୍ଭବତୀ ମହିଳାଙ୍କ ଘରଠାରୁ ଦୀର୍ଘ 2 କିମି ବରଗାଁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ପାଖରେ ଆମ୍ବୁଲାନ୍ସ ଅଟକି ଗଲା । ଡ୍ରାଇଭର କୌଶଳ କ୍ରମେ ଆମ୍ବୁଲାନ୍ସ ଗାଡିକୁ ଆଗକୁ ନେବା ପାଇଁ ଶତ ଚେଷ୍ଟା କରିବା ପରେ ମଧ୍ୟ କାଦୁଆ ସରସର ଶୋଚନୀୟ ରାସ୍ତା କାରଣରୁ ଆମ୍ବୁଲାନ୍ସ ଆଗକୁ ଯିବା ସମ୍ଭବ ହୋଇପାରିଲା ନାହିଁ । ଦୀର୍ଘ 2 ଘଣ୍ଟା ଧରି ଆମ୍ବୁଲାନ୍ସ ଅଟକି ରହିଥିବା ପରେ ଜନନୀ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳା ଦ୍ରୌପଦିଙ୍କୁ ଖଟିଆରେ ବୋହି ମହିଳାମାନେ ଆମ୍ବୁଲାନ୍ସ ପାଖରେ ପହଞ୍ଚାଇଛନ୍ତି । ତେବେ ଦୀପ ତଳ ଅନ୍ଧାର ସଦୃଶ୍ୟ ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର 10 କିମି ଦୂରତା ବରଗାଁରେ ଘଟିଛି ଏଭଳି ଘଟଣା ।

ସେହିପରି ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଉପଖଣ୍ଡ ଜମନକିରା ବ୍ଲକ୍ ଖର୍ସନମାଲ ପଞ୍ଚାୟତ ଅଧିନ ବାଘଲତ ଗାଁର ୩ କିମି ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଗାଁକୁ ସଂଯୋଗ କରୁଥିବା ମାଟି ରାସ୍ତାରେ ବର୍ଷା ଦିନେ ଟ୍ରାକ୍ଟର ଚଳାଚଳ କରିବାରୁ ଉଭୟ ପାର୍ଶ୍ଵରେ ଛୋଟ ବଡ଼ ଖାଲଖମା ସୃଷ୍ଟି ହୋଇଛି । ଫଳରେ ସାମାନ୍ୟ ବର୍ଷାରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡୁଛି । ଏଭଳି ପରିସ୍ଥିତି ଯୋଗୁଁ ପଡୋଶୀ ଛତିଶଗଡ ରାଜ୍ୟ ରାୟଗଡ଼ ସହରରୁ ଫେରିଥିବା ଜଣେ ରୋଗୀଙ୍କୁ 3 କିମି ଖଟିଆରେ ବୁହା ହୋଇ ଘରକୁ ଯିବାକୁ ପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ଜମନକିରା ବ୍ଲକ୍ ଖର୍ସନମାଲ ପଞ୍ଚାୟତ ଅଧିନ ବାଘଲତ ଗାଁର ୟୁନାଶ ଭୂୟାଁ(50) ମଳକଣ୍ଟକ ରୋଗରେ ପୀଡ଼ିତ ଥିଲେ l ତେବେ ସେ ହସ୍ପିଟାଲରୁ ୧୦୮ ଆମ୍ବୁଲାନ୍ସ ଯୋଗେ ସୁଦୂର ରାୟଗଡ଼ରୁ ଚିକିତ୍ସା ସାରି ଘରକୁ ଫେରୁଥିଲେ । ହେଲେ ରାସ୍ତା ଖରାପ ଯୋଗୁଁ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ଗାଁକୁ ଯିବାକୁ ମନା କରିଦେଇଥିଲେ । ସମ୍ପୃକ୍ତ ଆମ୍ବୁଲାନ୍ସ କାଣିବନ୍ଧଳି ଗାଁମୁଣ୍ଡରେ ରୋଗୀଙ୍କୁ ଛାଡ଼ି ଚାଲି ଯାଇଥିଲା ।ଏନେଇ ପରିବାର ଲୋକଙ୍କୁ ଖବର ଦିଆଯିବାରୁ ପରିବାର ଲୋକେ ପହଞ୍ଚି ୟୁନାଶଙ୍କୁ ଏକ ଦଉଡ଼ିଆ ଖଟରେ ଘରକୁ ବୋହିକି ନିଆଯାଇଥିଲା l ବର୍ତ୍ତମାନ ଏହି ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି l

ଇଟିଭି ଭାରତ, ନୂଆପଡା/ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.