ETV Bharat / state

WODC ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅସିତ ତ୍ରିପାଠୀ - Asit Tripathy Resignation - ASIT TRIPATHY RESIGNATION

Retired IAS Officer Asit Tripathy Resignation: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅସିତ୍ ତ୍ରିପାଠୀ । ନବୀନ ସରକାର ସମୟରେ ଏହି ଦାୟିତ୍ବ ତୁଲାଉଥିଲେ ଅସିତ । ଅଧିକ ପଢନ୍ତୁ

Asit Tripathy Resignation
Asit Tripathy Resignation (ETV Bharat Odisha)
author img

By ETV Bharat Odisha Team

Published : Aug 17, 2024, 8:36 PM IST

Updated : Aug 17, 2024, 9:22 PM IST

ଭୁବନେଶ୍ବର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅସିତ୍ ତ୍ରିପାଠୀ । ୨୦୨୦ ମସିହାରୁ ସେ ଏହି ଦାୟିତ୍ବରେ ଥିଲେ । 1986 ବ୍ୟାଚର ବରିଷ୍ଠ ଆଇଏଏସ ହେଉଛନ୍ତି ଅସିତ୍‌ । ଅସିତ ତ୍ରିପାଠୀ ରାଜ୍ୟର ୪୩ ତମ ମୁଖ୍ୟ ଶାସନ ସଚିବ ପଦରୁ ଅବସର ପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ଆଜି ସେ ନିଜ ପଦରୁ ଇସ୍ତଫା ଦେଇଥିବା ବେଳେ ରାଜ୍ୟ ସରକାର ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି । ଏନେଇ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି ।

Western Odisha Development Council Chairman
ବିଭାଗ ପକ୍ଷରୁ ଜାରି ହୋଇଥିବା ନୋଟିସ (ETV Bharat Odisha)

ପଦ ଛାଡିଲେ ଅସିତ ତ୍ରିପାଠୀ:-

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବା WODC ଅଧ୍ୟକ୍ଷ ପଦ ଛାଡିଛନ୍ତି ଅସିତ ତ୍ରିପାଠୀ । ଅସିତଙ୍କ ଇସ୍ତଫା ପତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଛି । ଅନ୍ୟପଟେ ମୋହନ ସରକାରଙ୍କ ପକ୍ଷରୁ ଏହି ପଦରେ ରାଜନୈତିକ ଥଇଥାନ କରାଯିବ ବୋଲି ଜଣାପଡିଛି । ପଶ୍ଚିମ ଓଡିଶାର ଜଣେ ବରିଷ୍ଠ ନେତାଙ୍କୁ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିବ ବୋଲି ଜଣାପଡିଛି । ଅସିତଙ୍କ ଇସ୍ତଫା ପତ୍ର ଆଜି ଅପରାହ୍ନରୁ ଗ୍ରହଣ ହୋଇଥିବା ନେଇ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଅସିତ୍ ତ୍ରିପାଠୀ
ଅସିତ୍ ତ୍ରିପାଠୀ (@OdishaCouncil)

ନବୀନ ସରକାରରେ ମିଳିଥିଲା WODC ଅଧ୍ଯକ୍ଷ ପଦ:-

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ । ମୁଖ୍ୟ ଶାସନ ସଚିବ ପଦରୁ ଅବସରରେ ଅସିତଙ୍କୁ ନବୀନ ସରକାର ଥଇଥାନ କରିଥିଲେ । କିନ୍ତୁ ଅସିତ କେବେ ଇସ୍ତଫା ପତ୍ର ପଠାଇଥିଲେ ଜଣାପଡ଼ିନାହିଁ । ବିଜେଡି ସରକାର 2020 ଡିସେମ୍ବର ମାସରେ ପରିଷଦ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଥିଲେ । ପଶ୍ଚିମ ଓଡ଼ିଶାର ଦିଗ୍ଗଜ ନେତା ସୁବାସ ଚୌହାନଙ୍କ ଦେହାନ୍ତ ପରେ ଅସିତଙ୍କୁ ଏହି ପଦରେ ଥଇଥାନ କରିଥିଲେ ନବୀନ ସରକାର ।

ଅସିତ୍ ତ୍ରିପାଠୀ
ଅସିତ୍ ତ୍ରିପାଠୀ (@OdishaCouncil)

ଅସିତ ରାଜ୍ୟ ମୁଖ୍ୟ ସଚିବ ଦାୟିତ୍ବ ତୁଲାଇଛନ୍ତି:-

ରାଜ୍ୟ ମୁଖ୍ୟ ସଚିବ ଭାବେ 2020 ଡିସେମ୍ବର 31 ତାରିଖରେ ଅବସର ନେବା ପୂର୍ବରୁ ଅସିତଙ୍କୁ ପରିଷଦର ଅଧ୍ୟକ୍ଷ ପଦରେ ବିଜେଡି ସରକାର ନିଯୁକ୍ତି ଦେଇଥିଲେ । ନବୀନ ସରକାରଙ୍କ ଅତ୍ୟନ୍ତ ବିଶ୍ୱସ୍ତ ଅଧିକାରୀ ଭାବେ ଅସିତଙ୍କର ପରିଚିତ ଥିଲେ । ଜୁନ 4ରୁ ରାଜ୍ୟରେ ବିଜେଡି ସରକାର ଜାଇ ଜୁନ 12ରୁ ବିଜେପି ସରକାର କ୍ଷମତାକୁ ଆସିଛି ।

ଅସିତଙ୍କ ଇସ୍ତଫାକୁ ନେଇ ହେଉଥିଲା ଚର୍ଚ୍ଚା:-

ବିଜେଡି ସରକାରରେ ବିଭିନ୍ନ ପଦ ପଦବୀରେ ପ୍ରଶାସନିକ ଓ ରାଜନୈତିକ ଥଇଥାନ ପାଇଥିବା ନେତା ଓ ଅଧିକାରୀ ଇସ୍ତଫା ଦେଇଥିଲେ । କିନ୍ତୁ ଅସିତଙ୍କ ଇସ୍ତଫା ନେଇ କୌଣସି ସୂଚନା ମିଳିନଥିଲା । ସରକାର ଗଠନ ପ୍ରାୟ 2 ମାସ ପରେ ଅସିତଙ୍କ ଇସ୍ତଫା କଥା ସାମ୍ନାକୁ ଆସିଛି । ଅସିତ ସ୍ୱଇଚ୍ଛାରେ ଇସ୍ତଫା ଦେଇଛନ୍ତି ନା ସରକାରଙ୍କ ଚାପରେ ଇସ୍ତଫା ଦେଇଛନ୍ତି ତାହା ଜଣାପଡ଼ିନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 17, 2024, 9:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.