ETV Bharat / state

OAS ସ୍ତରରେ ଅଦଳବଦଳ: BMCର ଡେପୁଟି କମିଶନର ହେଲେ ରଶ୍ମିରେଖା ପ୍ରଧାନ - Reshuffle in OAS Cadre

author img

By ETV Bharat Odisha Team

Published : Sep 26, 2024, 5:27 PM IST

Reshuffle in OAS Cadre: OAS ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ଗୁରୁତ୍ବ । BMCର ଡେପୁଟି କମିଶନର ରଶ୍ମିରେଖା ପ୍ରଧାନ ।

Reshuffle in OAS Cadre
Reshuffle in OAS Cadre (ETV Bharat Odisha)

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଓଏଏସ ସ୍ତରରେ ଅଦଳବଦଳ କରିଛନ୍ତି । ଭୁବନେଶ୍ବର ମହାନଗର ନିଗମର ଡେପୁଟି କମିଶନର ହେଲେ ରଶ୍ମିରେଖା ପ୍ରଧାନ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ଗୁରୁତ୍ବ ଦେଉଛନ୍ତି ନୂଆ ସରକାର । ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ କାର୍ଯ୍ୟକ୍ରମ ତଦାରଖ ଲାଗି ନିଯୁକ୍ତ ହେଲେ 4 ଜଣ ବରିଷ୍ଠ ଓଏଏସ ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ଭୁବନେଶ୍ବର ମହାନଗର ନିଗମର ଡେପୁଟି କମିଶନର ନିଯୁକ୍ତ ହୋଇଛନ୍ତି । ରଶ୍ମିରେଖା ପୂର୍ବରୁ ଯାଜପୁର ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । କଳାହାଣ୍ଡିର ଅତିରିକ୍ତ ଜିଲ୍ଲାପାଳ ଥିବା ତ୍ରିଲୋଚନ ପାତ୍ରଙ୍କୁ ଅବକାରୀ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି । ଭଦ୍ରକର ଉପଜିଲ୍ଲାପାଳ ଥିବା ମନୋଜ ପାତ୍ରଙ୍କୁ ROTIର ଯୁଗ୍ମ ସଚିବ ଭାବେ ନୂଆ ନିଯୁକ୍ତି ଦିଆଯାଇଛି । ROTIର ଯୁଗ୍ମ ସଚିବ ଥିବା ବୈତୁରା ଦୀପଙ୍କୁ କଳାହାଣ୍ଡିର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।

ସୁବର୍ଣ୍ଣପୁରର ତହସିଲଦାରଙ୍କୁ ପଦନ୍ନୋତି:

ସୁବର୍ଣ୍ଣପୁରର ଉପଜିଲ୍ଲାପାଳ ଥିବା ସୁରଜ କୁମାର ପଟ୍ଟନାୟକଙ୍କୁ କ୍ରୀଡା ଏବଂ ଯୁବ ସେବା ବିଭାଗର ଉପ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ସୁବର୍ଣ୍ଣପୁରର ତହସିଲଦାର ଥିବା ସୌମ୍ୟା ରୂପା ରଥଙ୍କୁ ପଦୋନ୍ନତି ଦେଇଛନ୍ତି ସରକାର । ସେ ଏବେ ସୁବର୍ଣ୍ଣପୁରର ଉପ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିବେ । ତାଳଚେରର ପୂର୍ବତନ ଉପ ଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀଙ୍କୁ ଗଣଶିକ୍ଷା ବିଭାଗର ଉପ ସଚିବ ଭାବେ ବଦଳି କରାଯାଇଛି । ବାଲେଶ୍ଵରର ଜିଲ୍ଲା ପରିଷଦର ଅତିରିକ୍ତ ସିଡିଓ-କମ-ଇଓ ସୌରଭ ଚକ୍ରବର୍ତ୍ତୀଙ୍କୁ ଭଦ୍ରକର ଉପ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି । ରଙ୍ଗେଇଲୁଣ୍ଡା ବ୍ଳକର ବିଡ଼ିଓ ଅଂଶୁମାନ ମହାପାତ୍ରଙ୍କୁ ଗଜପତି ଜିଲ୍ଲାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି ।

ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ 4 ଅଧିକାରୀ ନିଯୁକ୍ତ:

ଓଏମସିର ଜେନେରାଲ ମ୍ୟାନେଜର ପ୍ରଫୁଲ୍ଲ କୁମାର ସ୍ବାଇଁଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସେ ନିୟୋଜିତ ହୋଇଛନ୍ତି । କଟକରେ ସେଟେଲମେଣ୍ଟ ଅଫିସର ଥିବା ବବିତାରାଣୀ ଦଳବେହେରାଙ୍କୁ ମଧ୍ୟ ସାଧାରଣ ପ୍ରଶାସନ ବିଭାଗକୁ ବଦଳି କରାଯାଇଛି । ସେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ନିୟୋଜିତ ହେବେ । ଓଏସଡିଏମଏ'ର ମୁଖ୍ୟ ମ୍ୟାନେଜ ଥିବା ରଶ୍ମୀ ରଞ୍ଜନ ସାହୁଙ୍କୁ ସାଧାରଣ ପ୍ରଶାସନ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି । ସେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ କାର୍ଯ୍ୟ କରିବେ । ଭୁବନେଶ୍ବର ମହାନଗର ନିଗମର ଡେପୁଟି କମିଶନର ଥିବା ପ୍ରିୟବ୍ରତ ପାଢ଼ୀଙ୍କର ବଦଳି ହୋଇଛି । ତାଙ୍କର ସାଧାରଣ ପ୍ରଶାସନ ବିଭାଗକୁ ବଦଳି ହୋଇଛି । ସେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦାୟିତ୍ବ ତୁଲାଇବେ ।

ଏହା ମଧ୍ୟ ପଢନ୍ତୁ:

OAS ସ୍ତରରେ ବଡ଼ଧରଣର ଅଦଳବଦଳ

ଅକ୍ଟୋବର ୨୭ରେ OAS ପ୍ରିଲିମ୍ସ, OPSC ୱେବସାଇଟରେ ପୂରା ସୂଚନା

ପାଓ୍ବର କରିଡରରେ ନବକଳେବର ; ବଦଳିଲେ 18 IAS, ସତ୍ୟବ୍ରତଙ୍କୁ ଗୃହ ଓ ଦେଓରଞ୍ଜନଙ୍କୁ ରାଜସ୍ୱ ବିଭାଗ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.