ETV Bharat / state

ଥାନା ପରିସରରେ ଖେଳୁଥିଲା ଶିଶୁ ପୁତ୍ର, ସାପ କାମୁଡାରେ ଚାଲିଗଲା ଜୀବନ - Snake Bite Death

author img

By ETV Bharat Odisha Team

Published : May 28, 2024, 7:44 PM IST

Updated : May 28, 2024, 8:00 PM IST

Child Dies In Astarang Of Snake Bite: ସାପ କାମୁଡାରେ 2 ବର୍ଷର ଶିଶୁ ପୁତ୍ରର ମୃତ୍ୟୁ । ଖେଳିଥିବା ବେଳେ କାମୁଡ଼ିଥିଲା ବିଷଧର ସାପ । ଅଧିକ ପଢ଼ନ୍ତୁ

ଥାନା ପରିସରରେ ଖେଳୁଥିଲା ଶିଶୁ ପୁତ୍ର, ସାପ କାମୁଡାରେ ଚାଲିଗଲା ଜୀବନ
ଥାନା ପରିସରରେ ଖେଳୁଥିଲା ଶିଶୁ ପୁତ୍ର, ସାପ କାମୁଡାରେ ଚାଲିଗଲା ଜୀବନ (ETV Bharat Odisha)

ନିମାପଡ଼ା: ପାରିବାରିକ କଳହକୁ ନେଇ ଥାନାକୁ ଯାଇଥିଲା ମାଆ । ଆଉ ସାଙ୍ଗରେ ନିଜର 2ଟି ଛୋଟ ଛୁଆଙ୍କୁ ନେଇଯାଇଥିଲା । ହେଲେ କିଏ ଜାଣିଥିଲା ଥାନାରେ ତାଙ୍କ ପିଲା ପାଇଁ ଯମ ଜଗିଛି ବୋଲି । ଥାନା ପରିସରରେ ପିଲାଙ୍କୁ ଛାଡି ପୋଲିସକୁ ଅପେକ୍ଷା କରିଥିଲା ମାଆ । ଛୋଟ ପିଲା 2ଟି ଥାନା ପରିସର ମଧ୍ୟରେ ଖେଳୁଥିବା ବେଳେ ଅଜ୍ଞତାବଶତଃ ଶିଶୁପୁତ୍ରଟି ସାପ ଗାତରେ ହାତ ପୁରାଇ ଦେଇଥିଲା । ଫଳରେ ସାପ ଚୋଟରେ ଜୀବନ ହରାଇ ବସିଲା ୨ ବର୍ଷର ନିଷ୍ପାପ ଶିଶୁ । ତେବେ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ।

ସୂଚନା ଅନୁସାରେ, ଅସ୍ତରଙ୍ଗ ବ୍ଲକ ନଗର ପଞ୍ଚାୟତ ବାଲିଡିଆ ଗ୍ରାମର ଆଶା ବେହେରା ନିକଟ କାଳିଆକଣ ଗ୍ରାମରେ ବିବାହ କରିଥିଲେ । ପାରିବାରିକ କଳହ କାରଣରୁ ଆଶାଙ୍କ ଉପରେ ତାଙ୍କ ଶାଶୁ ଗରମ ପେଜ ଢାଳି ଦେଇଥିଲେ । ଆଶା ଏହି ଅଭିଯୋଗ ନେଇ ଅସ୍ତରଙ୍ଗ ଥାନାରେ ଏତଲା ଦେଇଥିଲେ । ଏତଲା ପରେ ପୋଲିସ କ'ଣ କାର୍ଯ୍ୟାନୁଷ୍ଠାନ ନେଲା ଏହା ଜାଣିବା ପାଇଁ ଆଶା, ତାଙ୍କ ପରିବାର ଲୋକଙ୍କ ସହିତ ନିଜର ୨ ବର୍ଷର ଶିଶୁ ପୁତ୍ର ଓ ଆଉ ୩ବର୍ଷର ଝିଅକୁ ନେଇ ଅସ୍ତରଙ୍ଗ ଥାନାକୁ ଯାଇଥିଲେ । ତେବେ ପୋଲିସକୁ ଅପେକ୍ଷା କରି ଆଶା ଥାନା ବାହାରେ ବସିଥିବା ବେଳେ ତାଙ୍କ ପୁଅ ଥାନା ପରିସର ମଧ୍ୟରେ ଖେଳୁଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ରୋଷେଇ ଘରେ 12 ଫୁଟର କୋବ୍ରା, ଗ୍ୟାସ ସିଲିଣ୍ଡର ପଛରେ ଲୁଚିଥିଲା - 12 Foot Long King Cobra In Kitchen

ଛୁଆଟି ଅଜ୍ଞତା ବଶତଃ ଖେଳୁଥିବା ସମୟରେ ଥାନା ପରିସର ମଧ୍ୟରେ ଥିବା ଏକ ସାପ ଗାତରେ ହାତ ପୁରାଇ ଦେଇଥିଲା । ଗାତରେ ଥିବା ଏକ ବିଷଧର ସାପ ଶିଶୁଟିର ହାତକୁ କାମୁଡି ଦେଇଥିଲା । ଶିଶୁଟିର ଚିତ୍କାର କରିବା ପରେ ଘର ଲୋକ ଦେଖିବାକୁ ପାଇଥିଲେ ଯେ, ପିଲାଟିର ହାତରୁ ରକ୍ତାସ୍ରାବ ହେଉଛି । ପରେ ପୋଲିସ ଗାଡ଼ି ସହାୟତାରେ ଶିଶୁଟିକୁ ତୁରନ୍ତ ପାଖ ମେଡିକାଲକୁ ନିଆଯାଇଥିଲା । ସେଠାରେ ପିଲାଟିର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ପିଲାଟିକୁ ମୃତ ଘୋଷଣା କରିଥିଲେ । ସେପଟେ ଏହାକୁ ନେଇ ଥାନା ଆଗରେ ଗ୍ରାମବାସୀଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଆଶାଙ୍କୁ ନ୍ୟାୟ ଦାବିରେ ଥାନା ଆଗରେ କିଛି ଲୋକ ଦାବି କରି ବସି ରହିଥିଲେ ।

ଇଟିଭି ଭାରତ, ନିମାପଡ଼ା

Last Updated : May 28, 2024, 8:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.