ETV Bharat / state

ଆସନ୍ତାକାଲି କଣ୍ଟାମାଳ ବିଧାନସଭାର ୨ ବୁଥରେ ପୁଣି ଭୋଟ୍, ଉତ୍ତେଜନା ଓ ବିଭ୍ରାଟ ଯୋଗୁଁ ସାନି ମତଦାନ - REPOLLING IN KANTAMAL CONSTITUENCY - REPOLLING IN KANTAMAL CONSTITUENCY

Repolling in Kantamal Assembly Constituency: କଣ୍ଟାମାଳ ବିଧାନସଭା ନିର୍ବାଚନମଣ୍ଡଳୀରେ ହେବ ସାନି ମତଦାନ । ବୁଥ ନମ୍ବର ୨୬ ଓ ବୁଥ ନମ୍ବର ୨୮ରେ ପୁଣିଥରେ ଭୋଟ ପଡିବ । ଅଧିକ ପଢନ୍ତୁ

ଆସନ୍ତାକାଲି କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୨ ବୁଥରେ ସାନି ମତଦାନ
ଆସନ୍ତାକାଲି କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୨ ବୁଥରେ ସାନି ମତଦାନ (ETV Bharat Odisha)
author img

By ETV Bharat Odisha Team

Published : May 22, 2024, 8:11 AM IST

Updated : May 22, 2024, 2:26 PM IST

ଆସନ୍ତାକାଲି କଣ୍ଟାମାଳ ବିଧାନସଭାର ୨ ବୁଥରେ ପୁଣି ଭୋଟ୍ (ETV Bharat Odisha)

ଭୁବନେଶ୍ବର: କନ୍ଧମାଳ ଲୋକସଭା କ୍ଷେତ୍ରର କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବ ସାନି ମତଦାନ । ବୁଥ ନମ୍ବର ୨୬ ଓ ବୁଥ ନମ୍ବର ୨୮ରେ ପୁନଃ ମତଦାନ ହେବ । ୨୩ ତାରିଖ ଅର୍ଥାତ ଆସନ୍ତାକାଲି (ଗୁରୁବାର) ପୁନଃ ମତଦାନ ଅନୁଷ୍ଠିତ ହେବ । ସକାଳ ୭ରୁ ଅପରାହ୍ନ ୪ ଯାଏ ଭୋଟ ଗ୍ରହଣ କରାଯିବ । ଗତ ମେ' ୨୦ରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଏହି ବୁଥ ଦ୍ବୟରେ ଉତ୍ତେଜନା ଓ ଗଣ୍ଡଗୋଳ ହୋଇଥିଲା । ଏଣୁ ନିର୍ବାଚନ ଆୟୋଗ ଏଠାରେ ସାନି ମତଦାନ ପାଇଁ ନିଷ୍ପତ୍ତି ନେବା ସହ ଦିଲୀପ କୁମାର ମହାପାତ୍ରଙ୍କୁ ବୌଦ୍ଧ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ତଥା କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଧିକାରୀ ରୂପେ ନିଯୁକ୍ତ କରିଛନ୍ତି।

ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶନାମା ଅନୁସାରେ ଓଡ଼ିଶାର କନ୍ଧମାଳ ଲୋକସଭା କ୍ଷେତ୍ରର କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ବୁଥ ନମ୍ବର-୨୬ ଓ ବୁଥ ନମ୍ବର- ୨୮ରେ ମେ' ୨୩ରେ ପୁନଃ ମତଦାନ ଅନୁଷ୍ଠିତ ହେବ । ଏନେଇ କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ପ୍ରାର୍ଥୀ ଓ ଉକ୍ତ ବୁଥ ଦ୍ୱୟର ସମସ୍ତ ମତଦାତାଙ୍କୁ ଏହା ଅବଗତ କରାଯାଇଛି । ଏଥି ନିମନ୍ତେ ଉଭୟ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳମାନଙ୍କୁ ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: କଣ୍ଟାମାଳରେ ଉତ୍ତେଜନା ମଧ୍ୟରେ ସରିଲା ନିର୍ବାଚନ, ମହେଶ୍ୱରପିଣ୍ଡାରେ ହେବ କି ରି-ପୋଲିଂ ? - Kantamal Maheswarpinda Booth

ଏହା ମଧ୍ୟ ପଢନ୍ତୁ: କଣ୍ଟାମାଳରେ ଭୋଟିଂରେ ବ୍ୟାପକ ଅବ୍ୟବସ୍ଥା, ବୁଥ ପରିସରରେ ଧାରଣା ଦେଲେ ଭୋଟର - EVM Glitch Cause Trouble To Voters

ଭାରତ ନିର୍ବାଚନ ଆୟୋଗ ଦିଲୀପ କୁମାର ମହାପାତ୍ରଙ୍କୁ ବୌଦ୍ଧ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ତଥା କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଧିକାରୀ ରୂପେ ନିଯୁକ୍ତ କରିଛନ୍ତି । ଏହା ବ୍ୟତୀତ ମହେଶ୍ବରପିଣ୍ଡା ବୁଥର ନିର୍ବାଚନ ଦାୟିତ୍ଵରେ ଥିବା ସମସ୍ତ କର୍ମଚାରୀଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ନିଲମ୍ବିତ କରିସାରିଥିବା ବେଳେ ପ୍ରିଜାଇଡିଂ ଅଫିସରଙ୍କୁ ଗିରଫ କରାଯାଇଛି ।

କହିରଖୁଛି କି, ଗତ ମେ' ୨୦ରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ବେଳେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଉତ୍ତେଜନା ଓ ଗଣ୍ଡଗୋଳ ପରିସ୍ଥିତି ଦେଖିବାକୁ ମିଳିଥିଲା । ଗୋଟିଏ ବୁଥରେ ହଠାତ୍ ପୋଲିଂ ଅଧିକାରୀ ବୁଥ ବନ୍ଦ କରିଦେଇଥିଲେ । ଏଥିସହ ମତଦାତାମାନଙ୍କୁ ଫେରାଇ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 22, 2024, 2:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.