ETV Bharat / state

ମହିଳା ଦିବସ: ୨୨ ବର୍ଷ ତଳୁ ରେଣୁକା ଆରମ୍ଭ କରିଛନ୍ତି ଶିକ୍ଷାର ବିକାଶ, ମଧୁସ୍ମିତାଙ୍କୁ ସ୍ବାବଲମ୍ବୀ କଲା ଓମଫେଡ ପାର୍ଲର - International Womens Day 2024

International Women's Day 2024: ଅନ୍ୟ ନାରୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ରେଣୁକା ଓ ମଧୁସ୍ମିତା । ଜଣେ ଶିକ୍ଷାର ବିକାଶ ଉପରେ ଗୁରୁତ୍ବ ଦେଉଥିବା ବେଳେ ଅନ୍ୟ ଜଣେ ଓମଫେଡ ପାର୍ଲର କରି ସ୍ବାବଲମ୍ବୀ । ଅଧିକ ପଢନ୍ତୁ

International Women's Day 2024
International Women's Day 2024
author img

By ETV Bharat Odisha Team

Published : Mar 8, 2024, 11:42 AM IST

International Women's Day 2024

ନିଆଳି: ଜନନୀ, ଭଗିନୀ, ଜାୟା ଅବା ସ୍ନେହମୟୀ । ଅନେକ ରୂପ ଯାହାର ନାମ ତାର ନାରୀ । ନାରୀ ସୃଷ୍ଟିର ଆଧାର । ତା'ର ଗୋଟିଏ ନାମ, ହେଲେ ହଜାରେ ରୂପ । ସେ ଅନନ୍ୟା, ସେ ସ୍ବୟଂସିଦ୍ଧା । ନାରୀ ସୃଷ୍ଟି ସଂରଞ୍ଚନାର ସ୍ରଷ୍ଟା । ନାରୀ ବିନା ସଂସାରର ପରିକଳ୍ପନା ଅସମ୍ଭବ । ଦୟା, କ୍ଷମା, ପ୍ରେମ ଓ ସଂଘର୍ଷର ଜୀବନ୍ତ ପ୍ରତୀକ ସେ । ଆଜି ସେହି ସ୍ରଷ୍ଟାଙ୍କ ପାଇଁ ଦିନଟିଏ ଅର୍ଥାତ୍ ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ଆଜିର ଦିନରେ ଆମେ ଏମିତି ଦୁଇ ମହିଳାଙ୍କ ସଂଘର୍ଷର କାହାଣି କହିବୁ, ଯାହା ଆପଣ ଜାଣିଲେ ମଧ୍ୟ ପ୍ରଶଂସା ନକରି ରହିପାରିବେ ନାହିଁ । ଜଣେ ଶିକ୍ଷାର ବିକାଶ ଉପରେ ଗୁରୁତ୍ବ ଦେଉଥିବା ବେଳେ ଅନ୍ୟ ଜଣେ ଓମଫେଡ ପାର୍ଲର କରି ସ୍ବାବଲମ୍ବୀ ।

ଏହା ମଧ୍ୟ ପଢନ୍ତୁ-ଜୀବନ ଯାତ୍ରାରେ ଏକା ଲଢୁଛନ୍ତି 70 ବର୍ଷୀୟା ବନିତା, ସ୍ବାମୀଙ୍କ ଅବର୍ତ୍ତମାନରେ ଜଳଖିଆ ଦୋକାନ କରି ପୋଷୁଛନ୍ତି ପରିବାର

ରେଣୁକାଙ୍କ ଉଦ୍ୟମରେ ଶିକ୍ଷାର ମନ୍ଦିର: କଟକ ଜିଲ୍ଲା ନିଆଳି ବ୍ଳକ ପଳସାନାଟି ଗାଁର ରେଣୁକା ସିଂ । ୧୯ ବର୍ଷ ବୟସରେ ନିଜ ଉଦ୍ୟମରେ ଆରମ୍ଭ କରିଥିଲେ ଶିକ୍ଷାର ମନ୍ଦିର । ୬ଟି ପିଲାଙ୍କୁ ନେଇ ୨୦୦୨ ମସିହାରେ ନିଜ ଅଞ୍ଚଳରେ ଆରମ୍ଭ କରିଥିଲେ ଶିକ୍ଷାର ଭବ୍ୟ ମନ୍ଦିର । ଶିକ୍ଷାର ପ୍ରଚାର ଓ ପ୍ରସାର ପାଇଁ ଅନେକ ଝଡଝଞ୍ଜା ସହିବାକୁ ପଡିଥିଲା ରେଣୁକାଙ୍କୁ । ଇଟା ପୋଡି, ସୁନା ଏବଂ ଛେଳି ବିକ୍ରି କରି ଆରମ୍ଭ କରିଥିଲେ ବିଦ୍ୟାଳୟ । ଏଵେ ଏହି ବିଦ୍ୟାଳୟଟି ଓମ୍ ସରସ୍ବତୀ ବିଦ୍ୟା ମନ୍ଦିର ଭାବରେ ଦଣ୍ତାୟମାନ ‌। ୬ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ସ୍କୁଲରେ ଏବେ ପାଖାପାଖି ୪ ଶହ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏଥିପାଇଁ ୧୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦେଇଛନ୍ତି ରେଣୁକା । ବହୁ ଗରିବ ଓ ଅସହାୟ ପିଲାମାନଙ୍କୁ ମଧ୍ୟ ମାଗଣାରେ ଶିକ୍ଷା ଦେଉଛନ୍ତି ‌। ରେଣୁକା ସିଂଙ୍କ ଏହି ହାତ ଗଢା ବିଦ୍ୟାଳୟରେ ଅରୁଣ, ଉଦୟ ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ପାଠ ପଢ଼ୁଛନ୍ତି । ଏଠାରୁ ଶିକ୍ଷାଲାଭ କରିଥିବା ଅନେକ ଛାତ୍ରଛାତ୍ରୀ ମାନେ ମଧ୍ୟ ବିଭିନ୍ନ ପଦପଦବୀରେ ସ୍ଥାନିତ ହୋଇଛନ୍ତି । ଏଥିପାଇଁ ରେଣୁକା ସିଂ ଅନେକ ସ୍ଥାନରୁ ସମ୍ମାନର ଅଧିକାରୀ ହୋଇଛନ୍ତି ।

ଓମଫେଡ ପାର୍ଲର କରି ସ୍ବାବଲମ୍ବୀ ମଧୁସ୍ମିତା: ସେହିପରି ଅନ୍ୟ ଜଣେ ମହିଳା ହେଉଛନ୍ତି ମଧୁସ୍ମିତା ମହାନ୍ତି । ଘର ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଆମଣାକୁଦ ପଞ୍ଚାୟତ ଅପୂଜା ଗ୍ରାମରେ । ନିଜେ ସ୍ୱାବଲମ୍ବୀ ହେବା ସହିତ ପରିବାର ବୋଝକୁ ମଧ୍ୟ ନିଜେ ମୁଣ୍ଡାଇଛନ୍ତି । ମଧୁସ୍ମିତା ନିଜ ଉଦ୍ୟମରେ କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଅଡଶପୁରସ୍ଥିତ ଓମଫେଡ ଶୀତଳିକରଣ କେନ୍ଦ୍ର ପରିସରରେ ଓମଫେଡ ପାର୍ଲର କରି ଚର୍ଚ୍ଚାକୁ ଆସିଛନ୍ତି । ଏହି ଦୁଇ ମହିଳା ଅନ୍ୟମାନଙ୍କ ପାଇଁ ନିଶ୍ଚୟ ପ୍ରେରଣା ଦାୟକ ଓ ସମାଜ ପାଇଁ ଉଦାହରଣ ମଧ୍ୟ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.