ETV Bharat / state

ସିଟିଂ ଫି ବୃଦ୍ଧି ହୋଇଛି କହିଲେ ବିଏମସି କମିଶନର, ଭୁଲ ସୂଚନା କହି ପରେ ମାଗିଲେ କ୍ଷମା

author img

By ETV Bharat Odisha Team

Published : Feb 24, 2024, 9:34 AM IST

Updated : Feb 24, 2024, 1:00 PM IST

Allowance Hike Issue in BMC: ସିଟିଂ ଫି ବୃଦ୍ଧି ହୋଇଥିବା ନେଇ ପ୍ରଥମେ ସୂଚନା ଦେଇଥିଲେ ବିଏମସି କମିଶନର । ପରେ ଭୁଲ ହୋଇଛି କହି କ୍ଷମା ପ୍ରାର୍ଥନା କରିଛନ୍ତି । ଅଧିକ ପଢନ୍ତୁ

Allowance Hike Issue
Allowance Hike Issue

ଭୁବନେଶ୍ବର: ସିଟିଂ ଫି ବୃଦ୍ଧି ନେଇ ପ୍ରଥମେ ପ୍ରତିକ୍ରିୟା ରଖିଲେ, ପରେ ନିଜର ମତ ବଦଳାଇଲେ ବିଏମସି କମିଶନର। କର୍ପୋରେଟର, ମେୟର ଓ କମିସନରଙ୍କ ସିଟିଂ ଫିକୁ ନେଇ ନିଜର ମତ ବଦଳାଇଛନ୍ତି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ। ଶୁକ୍ରବାର କର୍ପୋରେସନ ବୈଠକରେ କର୍ପୋରେଟର, ମେୟର ଓ ଡେପୁଟି ମେୟରଙ୍କ ସିଟିଂ ଫି ବୃଦ୍ଧି ନେଇ ବିଏମସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ବୋଲି କହିଥିଲେ ବିଜୟ ଅମୃତ କୁଲାଙ୍ଗେ। ଏହା ମାର୍ଚ୍ଚ ମାସରୁ କାର୍ଯ୍ୟକାରୀ ହେବ ବୋଲି ସେ କହିଥିଲେ। ଏପରିକି "ଜନପ୍ରତିନିଧିମାନେ ୱାର୍ଡରେ ବୁଲୁଛନ୍ତି, ଲୋକଙ୍କ ସହ ବୁଲି କାମ କରୁଛନ୍ତି । ତେଣୁ ତାଙ୍କ ପାଇଁ ଏହି ଫି ସହାୟକ ହେବ" ବୋଲି ମଧ୍ୟ କହିଥିଲେ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ।

ସେ ଆହୁରି ମଧ୍ୟ କହିଥିଲେ, "ବର୍ତ୍ତମାନ ସବୁ ଜିନିଷର ଖର୍ଚ୍ଚ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ସିଟିଂ ଫି ବୃଦ୍ଧି କରାଯାଇଛି। ଏହା ପ୍ରତିନିଧିମାନଙ୍କୁ ସଠିକ ଭାବେ କାମ କରିବା ପାଇଁ ଉତ୍ସାହିତ କରିବ।" ହେଲେ ପରବର୍ତ୍ତୀ ମୁହୁର୍ତ୍ତରେ ଏହି ନିଷ୍ପତ୍ତିକୁ ଲିଖିତ ଭାବେ ଭୁଲ ବୋଲି କହି ନିଜ ମତକୁ ଫେରାଇ ନେଇଛନ୍ତି କମିଶନର। ଏନେଇ ବିଏମସି କମିଶନର ଚିଠି ମାଧ୍ୟମରେ ଦର୍ଶାଇଛନ୍ତି, " ଏହା ଏକ ପ୍ରସ୍ତାବ ଯାହା ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ଦିଆଯାଇଛି। ହେଲେ ମୁଁ ଭୁଲରେ ଏହା କାର୍ଯ୍ୟକାରୀ ହେବ ବୋଲି କହିଦେଇଛି। ତେଣୁ ମୁଁ ମୋ କଥା ଫେରାଉଛି।"

Allowance Hike Issue
Allowance Hike Issue

ଏହା ମଧ୍ୟ ପଢନ୍ତୁ...ବଢିଲା ସ୍ଵାବଲମ୍ବୀ କାରିଗରଙ୍କ ପ୍ରାପ୍ୟ; ପାରିଶ୍ରମିକ ହେଲା ସାଢେ ୬ ହଜାର

ସୂଚନା ଅନୁସାରେ, ସିଟିଂ ଫିରେ କର୍ପୋରେଟରମାନେ ୭ ଶହ ଟଙ୍କା ପାଉଥିବାବେଳେ ବର୍ତ୍ତମାନ ଏହାକୁ ବୃଦ୍ଧି କରି ୧୦ ହଜାର ଟଙ୍କା ପ୍ରଦାନ କରାଯିବା ନେଇ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି । ମେୟରଙ୍କୁ ୫୦ ହଜାର ଓ ଡେପୁଟି ମେୟରଙ୍କୁ 25 ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରଥମେ କହିଥିଲେ ବିଏମସି କମିଶନର। ଯାହା ପରେ କ୍ଷମା ପ୍ରାର୍ଥନା କରି ତ୍ରୁଟି ସୁଧାରିଛନ୍ତି କମିଶନର। ବର୍ତ୍ତମାନ ପ୍ରତ୍ୟେକ ବିଭାଗର ସଶକ୍ତିକରଣ ଦିଗରେ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର। ଯେଉଁଥିପାଇଁ ଅନେକ କର୍ମଚାରୀଙ୍କ ଫି ବୃଦ୍ଧି କରାଯାଉଛି। ଏହାରି ଭିତରେ ମେୟର ଓ କର୍ପୋରେଟରଙ୍କ ସିଟିଂ ଫି ବୃଦ୍ଧି ନେଇ ଚର୍ଚ୍ଚା ଜୋର ଧରିଥିଲା। ହେଲେ ବର୍ତ୍ତମାନ ରାଜ୍ୟ ସରକାର ଫି ବୃଦ୍ଧି ଉପରେ କ'ଣ ନିଷ୍ପତ୍ତି ନେଉଛନ୍ତି ତା' ଉପରେ ସମସ୍ତଙ୍କ ନଜର ରହିଛି।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 24, 2024, 1:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.