ETV Bharat / state

ED ରେଡ୍ ନେଇ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରତିକ୍ରିୟା, 'ଚଢ଼ାଉ ପଛରେ ରାଜନୈତିକ ଆକ୍ରୋଶ'

author img

By ETV Bharat Odisha Team

Published : Feb 16, 2024, 9:44 AM IST

Updated : Feb 16, 2024, 4:02 PM IST

BJD MLA Prafulla Samal Reaction on ED Raid: ଇଡି ଚଢାଉ ପରେ ପ୍ରତିକ୍ରିୟା ରଖିଲେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ। ସମ୍ପୂର୍ଣ୍ଣ ଭାବେ ରାଜନୈତିକ ଆକ୍ରୋଶ ରଖି ଇଡି ଚଢ଼ାଉ କରିଥିବା କହିଛନ୍ତି ପ୍ରଫୁଲ୍ଲ । ଅଧିକ ପଢନ୍ତୁ

ପ୍ରଫୁଲ୍ଲ ସାମଲ
ପ୍ରଫୁଲ୍ଲ ସାମଲ

ଭଦ୍ରକ: ଇଡି ଚଢାଉ ପରେ ପ୍ରତିକ୍ରିୟା ରଖିଲେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ । ରାଜନୈତିକ ଆକ୍ରୋଶ ରଖି ଚଢାଉ କରାଯାଇଥିବା ସେ କହିଛନ୍ତି। ପ୍ରଫୁଲ୍ଲ ସାମଲଙ୍କ କହିବା କଥା, 'ସମ୍ପୂର୍ଣ୍ଣ ଭାବେ ରାଜନୈତିକ ଆକ୍ରୋଶ ରଖି ଇଡି ଚଢାଉ କରିଛି।' ଗତକାଲି(ଗୁରବାର) ଭଦ୍ରକର 4ଟି ସ୍ଥାନ ସମେତ ଭୁବନେଶ୍ବରରେ ଚଢାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦୀର୍ଘ 15 ଘଣ୍ଟା ପରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ନୂଆ ବଜାରସ୍ଥିତ ବାସ ଭବନରୁ ବାହାରିଥିଲେ ଇଡି ଅଧିକାରୀ । ବରପଦା ଇଞ୍ଜିନିୟରିଂ କଲେଜ ବିଷୟରେ ସେମାନେ ପଚରାଉଚରା କରିଥିଲେ ବୋଲି କହିଛନ୍ତି ପ୍ରଫୁଲ ସାମଲ ।

ପ୍ରଫୁଲ୍ଲ ସାମଲ କହିଛନ୍ତି, 'ମୋ ସହିତ ରାଜନୈତିକ ଶତ୍ରୁତା ରଖିବା ସହ ଆଗାମୀ ନିର୍ବାଚନରେ ହରାଇବା ପାଇଁ ମୋ ବିରୋଧରେ ଷଡଯନ୍ତ୍ର କରି ଘରେ ଇଡି ଚଢ଼ାଉ କରାଯାଇଛି । ଇଡିରେ ଥିବା ରାଜ୍ୟ ଅଧିକାରୀ ତପନ ବାବୁ ଆସିଥିଲେ ଏବଂ ତାଙ୍କର ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ମୋତେ ବରପଦା ଇଞ୍ଜିନିୟରିଂ କଲେଜ ବିଷୟରେ କିଛି ପ୍ରଶ୍ନ ପଚାରିଲେ । ଯାହାର ଉତ୍ତର ମଧ୍ଯ ମୁଁ ଦେଇଥିଲି । ଇଡି ଅଧିକାରୀମାନେ କୌଣସି ପ୍ରକାର ଅସୁବିଧା ମୋ ସହିତ କରିନଥିଲେ । ' ଅନ୍ୟପକ୍ଷରେ କୌଣସି ଷଡଯନ୍ତ୍ର ତାଙ୍କୁ ପ୍ରତିହତ କରିପାରିବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଧାୟକ ପ୍ରଫୁଲ୍ଲ ସାମଲ। ତେବେ କିଛି ଗଣମାଧ୍ୟମରେ ସେ ଅସୁସ୍ଥ ଥିବା କଥା ପ୍ରଚାରିତ ହେବା ସମ୍ପୂର୍ଣ୍ଣ ଭାବେ ମନଗଢ଼ା କଥା ବୋଲି ମଧ୍ୟ ସେ କହିଛନ୍ତି। ଏହିପରି ଖବର ପ୍ରକାଶ କରିବା ଅତ୍ୟନ୍ତ ଦୁର୍ଭାଗ୍ଯଜନକ ବୋଲି କହି ଏହାର ତୀବ୍ର ନିନ୍ଦା କରିଛନ୍ତି ବିଧାୟକ ପ୍ରଫୁଲ୍ଲ ସାମଲ।

ଏହା ବି ପଢନ୍ତୁ...ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ବାସଭବନରେ ED ରେଡ୍

ସୂଚନା ଅନୁସାରେ, ଗତକାଲି (ଗୁରୁବାର) ଭୁବନେଶ୍ବର ବାସଭବନ ସମେତ ଭଦ୍ରକରେ ଚଢ଼ାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ୍ । ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ଭଣ୍ଡାରିପୋଖରୀ ବିଧାନସଭା ଆସନର ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଚଢ଼ାଉ ହୋଇଥିଲା । ଭଦ୍ରକ ସହରର 4ଟି ସ୍ଥାନରେ ରେଡ୍ କରାଯାଇଥିଲା । ଏହାସହ ବରପଦା ଇଞ୍ଜିନିୟରିଂ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ମଧ୍ୟ ରେଡ ହୋଇଥିଲା । ପ୍ରଫୁଲ୍ଲଙ୍କ ସାବନା ବଜାର ସ୍ଥିତ ଘର, ବରପଦା ଇଞ୍ଜିନିୟରିଂ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଭଦ୍ରକ ଅପର୍ତ୍ତିବିନ୍ଧା ସ୍ଥିତ ଘରେ ମଧ୍ୟ ଚଢ଼ାଉ କରାଯାଇଥିଲା । କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ଉପସ୍ଥିତିରେ ଚଢ଼ାଉ ହୋଇଥିଲା । ତେବେ ଚଢାଉକୁ ଆକ୍ରୋଶମୂଳକ ବୋଲି କହି ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ପ୍ରଫୁଲ୍ଲ ସାମଲ।

ଇଟିଭି ଭାରତ, ଭଦ୍ରକ

Last Updated : Feb 16, 2024, 4:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.