ETV Bharat / state

ପିଇବା ପାଣି ସମସ୍ୟା, ରାସ୍ତା ଅବରୋଧ କଲେ ନାରାୟଣପୁର ଗ୍ରାମବାସୀ - Drinking Water Problem - DRINKING WATER PROBLEM

Drinking Water Problem: ପିଇବା ପାଣି ପାଇଁ ରାୟଗଡ଼ା ଜିଲ୍ଲା ନାରାୟଣପୁର ପଞ୍ଚାୟତରରେ ଉତ୍ତେଜନା । ଜଳ କଷ୍ଟ ଦୂର କରିବା ପାଇଁ ରାଜ ରାସ୍ତା ଅବରୋଧ କଲେ ଗ୍ରାମବାସୀ । ଅଧିକ ପଢନ୍ତୁ

ପିଇବା ପାଣି ସମସ୍ୟା, ରାସ୍ତା ଅବରୋଧ କଲେ ଲୋକେ

author img

By ETV Bharat Odisha Team

Published : Mar 21, 2024, 6:15 PM IST

ପିଇବା ପାଣି ସମସ୍ୟା, ରାସ୍ତା ଅବରୋଧ କଲେ ଲୋକେ

ରାୟଗଡ଼ା: ପିଇବା ପାଣି ପାଇଁ ଡହଳ ବିକଳ ଲୋକେ । ପାଣି ସମସ୍ୟା ପାଇଁ ରାଜପଥ ଅବରୋଧ କଲେ ଗ୍ରାମବାସୀ । ଏଭଳି ଏକ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲାର ଲ୍ୟାଣସିଙ୍ଗପୁର ବ୍ଲକ ନାରାୟଣପୁର ପଞ୍ଚାୟତର ସଦର ଗାଁରେ । ଗ୍ରାମାଞ୍ଚଳର ଜଳ କଷ୍ଟ ଦୂର କରିବା ପାଇଁ ସରକାର ବସୁଧା ଯୋଜନା ମାଧ୍ୟମରେ ଜଳ ଯୋଗାଇ ଦେଉଥିବା ବେଳେ ଏଠାରେ ପମ୍ପ ଅଚଳ ହୋଇଯିବା କାରଣରୁ ଜଳ ସମସ୍ୟା ଦେଖା ଦେଇଛି । ଦୀର୍ଘ ଦିନ ହେବ ଅଚଳ ପମ୍ପଙ୍କୁ ମରାମତି କରିବା ପାଇଁ ଦାବି ହୋଇଥିଲେ ମଧ୍ୟ ପ୍ରଶାସନ ଗୁରୁତ୍ବ ଦେଉନଥିବା ଅଭିଯୋଗ ହୋଇଛି । ଫଳରେ ଉକ୍ତ ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି ।

ଆଜି(ଗୁରୁବାର) ସକାଳ ସମୟରୁ ଗାଁ ନିକଟ ଛକରେ ବିଶୁଦ୍ଧ ପାନୀୟ ଜଳ ପାଇଁ ଗ୍ରାମବାସୀ ରାଜପଥ ଅବରୋଧ କରିଥିବା ଦେଖିବାକୁ ମିିଳିଥିଲା । ନାରାୟଣପୁର ଗାଁରେ ୨ଶହ ପରିବାରର ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ଜନସଂଖ୍ୟା ରହିଛନ୍ତି । ଏହି ଗାଁରେ ଗୋଟିଏ ସୋଲାର ଟାଙ୍କି ସହ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ତରଫରୁ ବସୁଧା ଯୋଜନା ଦ୍ବାରା ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି । ଗତ କିଛି ଦିନ ଧରି ପାଣି ପମ୍ପ ଅଚଳ ହୋଇଯିବା ଫଳରେ ଉକ୍ତ ଗ୍ରାମରେ ଜଳ ଯୋଗାଣ ଠପ ହୋଇପଡିଛି ।

ସେହିପରି ଗାଁରେ ରହିଛି ଦୁଇଟି ନଳକୂପ ସେଥିରୁ ମଧ୍ୟ ଅଳ୍ପ ପାଣି ବାହାରୁ ଥିବାବେଳେ ୨ଶହ ପରିବାର ପାଇଁ ଜଳ ଅଭାବ ଦେଖା ଦେଇଛି । ଯାହାଫଳରେ ଗ୍ରାମବାସୀ ବହୁ ଅସୁବିଧାରେ ସମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଗୋଟିଏ ସୋଲାର ଟାଙ୍କି ଉପରେ ଗ୍ରାମବାସୀ ନିର୍ଭର କରି ଆସୁଥିବା ବେଳେ ନଳ କୂପରେ ପାଣି ହାଣ୍ଡିଏ ପାଇଁ ଗ୍ରାମରେ ମହିଳାମାନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଛି । ସେହିପରି ପ୍ରାୟ ୩ମାସ ହେବ ସ୍ବଜଳ ଧାରା ଦ୍ବାରା ଆସୁଥିବା ବିଶୁଦ୍ଧ ପାନୀୟ ଜଳର ପାଇପ ବନ୍ଦ ଥିବା ଯୋଗୁଁ ପିଇବା ପାଣି ପାଇପାରୁ ନାହାଁନ୍ତି ନାରାୟଣପୁର ଗ୍ରାମବାସୀ ।

ଏହା ମଧ୍ୟ ପଢନ୍ତୁ .....ଜଳ ସମସ୍ୟା ନେଇ କୃଷକ ସମାବେଶ, ସରକାରଙ୍କ ଉପରେ ଗର୍ଜିଲେ କୃଷକ ସଂଘ

ତେଣୁ ଆଜି ଉକ୍ତ ଗ୍ରାମର ଶହ ଶହ ମହିଳା ରାସ୍ତା ଅବରୋଧ କରିଥିଲେ । ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ଥାନା ଅଧିକାରୀ ନୀଳକଣ୍ଠ ବେହେରା, ଏସଆଇ ସଞ୍ଜୟ ମୁର୍ମୁ ଘଟଣା ପହଞ୍ଚି ଉତ୍ତ୍ୟକ୍ତ ମହିଳା ପୁରୁଷଙ୍କୁ ବୁଝାସୁଝା କରିଥିଲେ । ଏହା ସହ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥଲେ । ଏହାପରେ ରାସ୍ତାରୋକରୁ ହଟିଥିଲେ ଆନ୍ଦୋଳନକାରୀ ।

ଇଟିଭି ଭାରତ,ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.