ETV Bharat / state

କଂଗ୍ରେସ ଛାଡ଼ିଲେ ରାୟଗଡା ଜିଲ୍ଲା ସଭାପତି ବିଜୟ ଗମାଙ୍ଗୋ - bijaya kumar gamang quits congress - BIJAYA KUMAR GAMANG QUITS CONGRESS

BIJAYA KUMAR GAMANG QUITS CONGRESS: ଦଳୀୟ ଅଣ ଦେଖା ଅଭିଯୋଗ ଆଣି କଂଗ୍ରେସ ଛାଡ଼ିଛନ୍ତି ବିଜୟ । ସେ ଇସ୍ତଫା ପତ୍ର ପିସିସି ସଭାପତି ଓ ରାଜ୍ୟ ପର୍ଯ୍ୟବେକ୍ଷକକୁ ପଠାଇ ଥିବା ସୂଚନା ଦେଇଛନ୍ତି ।ଅଧିକ ପଢନ୍ତୁ

କଂଗ୍ରେସ ଛାଡ଼ିଲେ ରାୟଗଡା ଜିଲ୍ଲା ସଭାପତି ବିଜୟ ଗମାଙ୍ଗୋ
କଂଗ୍ରେସ ଛାଡ଼ିଲେ ରାୟଗଡା ଜିଲ୍ଲା ସଭାପତି ବିଜୟ ଗମାଙ୍ଗୋ (ETV BHARAT ODISHA)
author img

By ETV Bharat Odisha Team

Published : May 7, 2024, 7:10 AM IST

Updated : May 8, 2024, 9:52 AM IST

କଂଗ୍ରେସ ଛାଡ଼ିଲେ ରାୟଗଡା ଜିଲ୍ଲା ସଭାପତି ବିଜୟ ଗମାଙ୍ଗୋ (ETV BHARAT ODISHA)

ରାୟଗଡା: ଜିଲ୍ଲା କଂଗ୍ରେସକୁ ଝଟକା । ଦଳ ଛାଡିଲେ ରାୟଗଡା ଜିଲ୍ଲା କଂଗ୍ରେସ ସଭାପତି ବିଜୟ କୁମାର ଗମାଙ୍ଗୋ । ଦଳ ବିରୋଧୀ କାର୍ଯ୍ୟ ପାଇଁ ପିସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ଅଧ୍ୟକ୍ଷ ରିପୋର୍ଟ ତଲବ କରିଥିଲେ । ବହୁଥର ପିସିସି ଓ ଜିଲ୍ଲା ସ୍ତରୀୟ ଦଳୀୟ ନେତା ଅଣଦେଖା କରିଥିବା, କୌଣସି କାର୍ଯ୍ୟକ୍ରମକୁ ସୂଚନା ଦେଉ ନଥିବା ଅଭିଯୋଗ କରି ଆତ୍ମସମ୍ମାନ ଦୃଷ୍ଟିରୁ ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଥିବା କହିଛନ୍ତି ବିଜୟ । ଇସ୍ତଫା ପତ୍ର ପିସିସି ସଭାପତି ଓ ରାଜ୍ୟ ପର୍ଯ୍ୟବେକ୍ଷକକୁ ପଠାଇ ଥିବା ବିଜୟ ଗମାଙ୍ଗୋ ସୂଚନା ଦେଇଛନ୍ତି ।

ପୂର୍ବରୁ ମଧ୍ୟ ଦଳ ବିଧାନସଭା ପ୍ରାର୍ଥୀ ନାମ ଘୋଷଣା କରିବା ପରେ ଅସନ୍ତୋଷ ହୋଇ ଯୁବ କଂଗ୍ରେସ ବ୍ଲକ ସଭାପତି ,ଏସଟି ମୋର୍ଚ୍ଚା, ଏସସି ମୋର୍ଚ୍ଚା ସଭାପତି, ଯୁବ କଂଗ୍ରେସ ରାଜ୍ୟ ପ୍ରବକ୍ତା, ପିସିସି ସଦସ୍ୟ ଦଳ ଛାଡିଥିଲେ । ଭୋଟ ଗ୍ରହଣ ଆଉ ଦିନ କେଇଟା ଥିବାବେଳେ ଜିଲ୍ଲା ସଭାପତି ଦଳ ଛାଡିବା ସମସ୍ୟା ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଛି । ଏଠାରେ ସୂଚନା ଯୋଗ୍ୟ ଯେ, ବିଜୟ ଗମାଙ୍ଗ ହେଲେ ଅବିନାଶ ଗମାଙ୍ଗଙ୍କ ବାପା ଏବଂ ଅବିନାଶ ଗମାଙ୍ଗ କୋରାପୁଟ ଲୋକସଭା ଆସନ ପାଇଁ ସ୍ଵାଧୀନ ଭାବେ ଲଢୁଛନ୍ତି ।

ସେପଟେ ଆଜି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଏକ ପ୍ରେସ ବାର୍ତ୍ତାରେ ଅବିନାଶ ଗମାଙ୍ଗ ସମେତ ଗୁଡାରିର ଭାସ୍କର ଜାଗରଙ୍ଗା,ବିଷମକଟକର ଚନ୍ଦ୍ର ଶେଖର ବେହେରା,ଅଶୋକ ଆଚାର୍ଯ୍ୟ , ନୀଳମାଧବ ଉଲାକା, କଲ୍ୟାଣସିଂହପୁରର ରାମି ତ୍ରିପାଠୀ , ରାୟଗଡାର ପୂର୍ଣ୍ଣ ଚନ୍ଦ୍ର ମାଝି ଏବଂ ରାଜେନ୍ଦ୍ର ନାୟକଙ୍କୁ କଂଗ୍ରେସର ପ୍ରାଥମିକ ସଦସ୍ୟରୁ ବହିଷ୍କାର କରାଯାଇଥିବା ସୂଚନା ଦେଇଛନ୍ତି । ନୀଳମାଧବ ଉଲକା ବିଷମକଟକ ନିର୍ବାଚନ ମଣ୍ଡଳୀରେ ବିଧାୟକ ପାର୍ଥୀ ଭାବେ ସ୍ଵାଧୀନରେ ଲଢୁଛନ୍ତି ଏବଂ ସେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲକାଙ୍କୁ ପୁଅ ।

ଏହା ମଧ୍ୟ ପଢନ୍ତୁ......ବିଜେପି ଛାଡ଼ିଲେ କୋରେଇ ପୂର୍ବତନ ବିଧାୟକ ପ୍ରାର୍ଥୀ ବିଶ୍ବଜିତ - BISWAJEET NAYAK QUITS BJP

ସେହିଭଳି ପୂର୍ଣ୍ଣଚନ୍ଦ୍ର ମାଝୀ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ବରିଷ୍ଠ ନେତା ସ୍ଵର୍ଗତ ଅନନ୍ତ ରାମ ମଝିଙ୍କ ପୁଅ ତଥା ବର୍ତ୍ତମାନ ରାୟଗଡା ବିଧାନସଭାରେ ଲଢୁଥିବା ଅନୁସୟା ମାଝିଙ୍କ ବଡଭାଇ । ଏମାନଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ପ୍ରାଥମିକ ସଦସ୍ୟତାରୁ ବହିଷ୍କାର କରାଯାଇଥିବା ସୂଚନା ଦିଆଯାଇଛି ।

ଇଟିଭି ଭାରତ,ରାୟଗଡା

Last Updated : May 8, 2024, 9:52 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.