ETV Bharat / state

DIETରେ ଛାତ୍ରୀଙ୍କୁ ନିର୍ଯାତନା; ଚ୍ୟାମ୍ବରକୁ ଡାକି ଅସଦାଚରଣ କରୁଥିଲେ ପ୍ରିନ୍ସିପାଲ, ଜିଲ୍ଲାପାଳ କହିଲେ ତଦନ୍ତ ହେବ - Harassment allegation on Principal

author img

By ETV Bharat Odisha Team

Published : Aug 3, 2024, 4:40 PM IST

DIET girl students accuse principal of harassment: ରାୟଗଡ଼ା ଶିକ୍ଷକ ତାଲିମ ଅନୁଷ୍ଠାନ (ଡିଆଇଇଟି) ପ୍ରିନ୍ସିପାଲଙ୍କ ନାଁରେ ସାଂଘାତିକ ଅଭିଯୋଗ । ପ୍ରିନ୍ସପାଲଙ୍କ ବିରୋଧରେ ଶାରିରୀକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିଲେ ଛାତ୍ରୀ । ପ୍ରିନ୍ସପାଲ ସେମାନଙ୍କୁ ଚ୍ୟାମ୍ବରକୁ ଡାକି ଅସଦାଚରଣ କରୁଥିବା ଅଭିଯୋଗ କଲେ । ଅଧିକ ପଢନ୍ତୁ

ଶିକ୍ଷକ ତାଲିମ ଅନୁଷ୍ଠାନରେ ଛାତ୍ରୀଙ୍କୁ ନିର୍ଯାତନା
ଶିକ୍ଷକ ତାଲିମ ଅନୁଷ୍ଠାନରେ ଛାତ୍ରୀଙ୍କୁ ନିର୍ଯାତନା (ETV Bharat Odisha)

ରାୟଗଡ଼ା: ଜିଲ୍ଲା ଶିକ୍ଷକ ତାଲିମ ଅନୁଷ୍ଠାନ (DIET)ରେ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ । ଡିଆଇଇଟିର ପ୍ରିନ୍ସିପାଲ ଛାତ୍ରୀଙ୍କୁ ଘରକୁ ଡାକି ଅସଦାଚରଣ କରୁଥିବା ସାଂଘାତିକ ଅଭିଯୋଗ ଆସିଛି । ଏନେଇ ଅନୁଷ୍ଠାନର ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ପ୍ରିନ୍ସିପାଲ ଶରତ ଚନ୍ଦ୍ର ସେଠ ସେମାନଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଭିଯୋଗକାରୀ ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ରାୟଗଡ଼ା ଜିଲ୍ଲାପାଳ । ଏଥିସହ ଏ ସମ୍ପର୍କରେ ବିଭାଗୀୟ ନିର୍ଦ୍ଦେଶକଙ୍କୁ ଅବଗତ କରାଯିବ ବୋଲି ସେ ଜଣାଇଛନ୍ତି ।

ଗାଧୁଆ ଘର ସାମ୍ନାରେ ଲାଗିଥିଲା CCTV:

ଅଭିଯୋଗ ଅନୁସାରେ, ପ୍ରିନ୍ସିପାଲ ଶରତ ଚନ୍ଦ୍ର ଛାତ୍ରୀଙ୍କୁ ବିଭିନ୍ନ ପ୍ରକାର ଅଶୋଭନୀୟ ମେସେଜ୍ ପଠାନ୍ତି । ଏମିତିକି ନିଜ ଘରକୁ ଡାକି ଅସଦାଚରଣ କରିବା ସହିତ ଘରକାମରେ ନିୟୋଜିତ କରନ୍ତି । ପ୍ରତିବାଦ କଲେ ସେ ଅସଭ୍ୟ ଭାଷାରେ ଗାଲିଗୁଲଜ କରନ୍ତି । ଏନେଇ ଛାତ୍ରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗପତ୍ରରେ ଲେଡିଜ ହଷ୍ଟେଲ ଓ ଗାଧୁଆ ଘର ସାମ୍ନାରେ ସିସିଟିଭି ମଧ୍ୟ ଖଞ୍ଜାଯାଇଥିବା ଦର୍ଶାଇଛନ୍ତି ।

ଘରକୁ ଡାକି ଅସଦାଚରଣ କରୁଥିଲେ ପ୍ରିନ୍ସିପାଲ:

ରାୟଗଡ଼ା ଡିଆଇଇଟିର ଜଣେ ଛାତ୍ରୀ କହିଛନ୍ତି, ''ପ୍ରିନ୍ସିପାଲ୍ ସାର୍ ଆମକୁ ଘରକୁ ଡାକି ଶ୍ରମିକଙ୍କ ଭଳି ଖଟାନ୍ତି । ଚ୍ୟାମ୍ବରକୁ ଡାକି ଅସଦାଚରଣ କରନ୍ତି । କଥା ନ ଶୁଣିଲେ ଖରାପ ଭାଷାରେ ଗାଳିଗୁଲଜ କରନ୍ତି । ସାର୍ ଆମକୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଛନ୍ତି । ଏଥିରେ ଅତିଷ୍ଠ ହୋଇ ଜଣେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏଥିସହ ଲେଡିଜ ବାଥରୁମ ଉପରେ ସିସିଟିଭି କ୍ୟାମେରା ଲାଗିଛି । ଯେଉଁଥିପାଇଁ ଆମେ ଅସୁରକ୍ଷିତ ମଣୁଛୁ । ଏଥିପାଇଁ ଆମେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛୁ ।

ଅଭିଯୋଗକୁ ଖଣ୍ଡନ କଲେ ପ୍ରିନ୍ସପାଲ:

ଅନ୍ୟପଟେ ଛାତ୍ରଛାତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ତାଲିମ କେନ୍ଦ୍ରର ଅଧ୍ୟକ୍ଷ ଶରତ ଚନ୍ଦ୍ର ସେଠ । ସେ କହିଛନ୍ତି, ''ଦ୍ଵିତୀୟ ବର୍ଷରେ ପଢୁଥ‌ିବା ୭୫ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୧୫ଜଣ ନିୟମିତ କ୍ଲାସ୍ କରି ୮୦%ରୁ ଊର୍ଦ୍ଧ୍ବ ଉପସ୍ଥାନ ରଖିଥିବାବେଳେ ଅନ୍ୟ ୬୦ ଜଣ ତା'ଠାରୁ କମ୍ ଉପସ୍ଥାନ ରଖିଛନ୍ତି । ବୋର୍ଡର ନିର୍ଦ୍ଦେଶ ପ୍ରକାରେ, ଯେଉଁମାନେ ଶତକଡ଼ା ୮୦% ଉପସ୍ଥାନ ରଖିଥ‌ିବେ ସେମାନେ ପରୀକ୍ଷା ପାଇଁ ଫର୍ମପୂରଣ କରିପାରିବେ । ତେଣୁ କମ୍ ଉପସ୍ଥାନ ରଖୁଥିବା ଛାତ୍ରୀଛାତ୍ର ପରୀକ୍ଷା ଫର୍ମ ପୂରଣରୁ ବଞ୍ଚିତ ରହିଥ‌ିବାରୁ ସେମାନେ ଏଭଳି ମିଥ୍ୟା ଅଭିଯୋଗ କରିଛନ୍ତି ।''

ଏହା ମଧ୍ୟ ପଢନ୍ତୁ: ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କଲେ ୩ ନାବାଳକ, ହତ୍ୟା କରି କେନାଲରେ ଫିଙ୍ଗିଲେ - Minor girl gang raped

ତଦନ୍ତ କମିଟି ଗଠନ କଲେ ଜିଲ୍ଲାପାଳ:

ତେବେ ଛାତ୍ରଛାତ୍ରୀଙ୍କ ଅଭିଯୋଗ ପରେ ଜିଲ୍ଲା ଶିକ୍ଷାକାରୀ ବସନ୍ତ କୁମାର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରତିମା ପ୍ରଧାନ, ଶିଶୁ ସୁରକ୍ଷା ଅଧିକାରୀ ବିଚିତ୍ରା ସେଠୀ ଓ ସହକାରୀ ଜିଲ୍ଲାପାଳ ସୂର୍ଯ୍ୟମଣି ଭୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଛାତ୍ରୀମାନଙ୍କ ସହିତ ପ୍ରାୟ ୧ ଘଣ୍ଟା ଧରି ଆଲୋଚନା କରିଥିଲେ । ଡିଆଇଇଟି ଅଧ୍ୟକ୍ଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଛାତ୍ରୀଛାତ୍ର ଦାବି କରିଥିଲେ । ଅଭିଯୋଗ ପରେ ଜିଲ୍ଲାପାଳ ଏକ ତଦନ୍ତ କମିଟି ଗଠନ କରିଛନ୍ତି ଏବଂ କମିଟିଠାରୁ ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.