ETV Bharat / state

ରେଭେନ୍ସା ବିଶ୍ବବିଦ୍ୟାଳୟର କମାଲ, ମାତ୍ର କେଇ ସେକେଣ୍ଡରେ ଚିହ୍ନଟ ହେବ କ୍ୟାନ୍ସର ! - Portable Cancer Diagnostic Device

Portable Cancer Diagnostic Device: ପୋର୍ଟବଲ କ୍ୟାନ୍ସର ଡାଇଗ୍ନଷ୍ଟିକ ଡିଭାଇସର ଉଦ୍ଭାବନ କଲେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଗବେଷଣାରତ ପ୍ରାଣୀ ବିଜ୍ଞାନୀ ଛାତ୍ରଛାତ୍ରୀ । କିଛି ସେକେଣ୍ଡ ମଧ୍ୟରେ ଚିହ୍ନଟ ହୋଇପାରିବ ରୋଗ । ଦେଖନ୍ତୁ ଏହି ରିପୋର୍ଟ

ପୋର୍ଟବଲ କ୍ୟାନ୍ସର ଡାଇଗ୍ନଷ୍ଟିକ ଡିଭାଇସ
ପୋର୍ଟବଲ କ୍ୟାନ୍ସର ଡାଇଗ୍ନଷ୍ଟିକ ଡିଭାଇସ
author img

By ETV Bharat Odisha Team

Published : Mar 14, 2024, 5:21 PM IST

ପୋର୍ଟବଲ କ୍ୟାନ୍ସର ଡାଇଗ୍ନଷ୍ଟିକ ଡିଭାଇସ

କଟକ: ମଧୁମେହ, ମ୍ୟାଲେରିଆ, ଗର୍ଭ ପରୀକ୍ଷା ଭଳି ଖୁବ କମ୍ ସମୟରେ ଚିହ୍ନଟ ହେବ କର୍କଟ ରୋଗ । ଡାଇଗ୍ନଷ୍ଟିକ ସେଣ୍ଟରକୁ ନଯାଇ ଖୁବ କମ ସମୟରେ ଚିହ୍ନଟ ହେବ କର୍କଟ ରୋଗ । ଏହାକୁ ସମ୍ଭବ କରିବା ପାଇଁ ମାତ୍ର ଅଳ୍ପ ଦୂରରେ ରହିଛି ରେଭେନ୍ସା ବିଶ୍ୱବିଦ୍ୟାଳୟ । ଏକ 'ପୋର୍ଟବଲ କ୍ୟାନ୍ସର ଡାଇଗ୍ନଷ୍ଟିକ ଡିଭାଇସ' ଦ୍ୱାରା ଜାଣିହେବ କ୍ୟାନ୍ସର । ଏଭଳି ଏକ ପୋର୍ଟବଲ ମେସିନର ଉଦ୍ଭାବନ କରିଛି ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗ । ରକ୍ତ, ଲାଳ ଓ ଟିସୁ ନମୁନାରୁ କିପରି କ୍ୟାନ୍ସର ଭଳି ମାରାତ୍ମକ ରୋଗକୁ ସହଜରେ ଓ କମ ସମୟରେ ଜାଣିହେବ ସେଥିପାଇଁ ଗବେଷଣା ଜାରି ରହିଛି । ପ୍ରାଣୀ ବିଜ୍ଞାନ ବିଭାଗର ପ୍ରଫେସର ଡ. ଲୁନା ସାମନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧନରେ 6ଜଣ ପିଏଚଡି ଛାତ୍ର ଏହାର ଗବେଷଣା କରୁଛନ୍ତି । ଡିଭାଇସ ର କାମ 50 ପ୍ରତିଶତ ଶେଷ ହୋଇଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ଏଥିରେ ସଫଳତା ମଧ୍ୟ ମିଳିସାରିଛି । ଏହା ଚିକିତ୍ସା ବିଜ୍ଞାନରେ ଆଉ ଏକ ସଫଳତା କହିଲେ ଅତ୍ୟୁକ୍ତି ହେବ ନାହିଁ ।

ସାଧାରଣତଃ ଶରୀରରେ କ୍ୟାନ୍ସର ଲକ୍ଷଣ ଦେଖାଦେଲେ ଚିହ୍ନଟ ହେବା ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଖର୍ଚ୍ଚ ଅଧିକା ସହିତ ସମୟ ସାପେକ୍ଷ ମଧ୍ୟ ହୋଇଥାଏ । ଏପରିକି କର୍କଟ କେନ୍ଦ୍ର ହେଉ କିମ୍ବା ଅନ୍ୟାନ୍ୟ ଡାଇଗ୍ନଷ୍ଟିକ ସେଣ୍ଟରରେ ଅନେକ ଦିନ ପର୍ଯ୍ୟନ୍ତ ରିପୋର୍ଟ ଅପେକ୍ଷାରେ ରହିବାକୁ ପଡିଥାଏ । ଏଭଳି ପରିସ୍ଥିତିରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ନୂଆ ସମ୍ଭାବନା ଅନେକଙ୍କ ପାଇଁ ବରଦାନ ସଦୃଶ୍ୟ । 4 ବର୍ଷ ପୂର୍ବରୁ ଏହାର ଗବେଷଣା ଆରମ୍ଭ ହୋଇଥିଲା । ବାୟୋସେନ୍ସର ଏବଂ ମାଇକ୍ରୋଫ୍ଲୁଇଡିକର ବ୍ୟବହାର କରି କ୍ୟାନ୍ସରର ବିଭିନ୍ନ ମାର୍କରକୁ ଚିହ୍ନଟ କରିବା ଯେପରି ସହଜ ହେବ ସେହିଭଳି ରୁପରେ ଏହି ଡିଭାଇସକୁ ତିଆରି କରାଯାଉଥିବା ଗବେଷଣାରତ ଛାତ୍ରୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଟାଟା ଇନଷ୍ଟିଚ୍ୟୁଟର ଦାବି, 100 ଟଙ୍କାରେ ହେବ କ୍ୟାନ୍ସର ଚିକିତ୍ସା

ପ୍ରତି ରୋଗୀଙ୍କ ପାଖରେ କମ ସମୟରେ କମ ଖର୍ଚରେ କିଭଳି ସମସ୍ତ ଚିକିତ୍ସା ସେବା ଓ ପରୀକ୍ଷଣ ହୋଇ ପାରିବ ସେ ନେଇ ଜାରି ରହିଛି ଗବେଷଣା । ବର୍ତ୍ତମାନ ଭାରତ ସରକାରଙ୍କ ଠାରୁ ରାଜ୍ୟ ସରକାର କ୍ୟାନ୍ସର ରୋଗ ସଚେତନତା ଓ ଏହାର ନିରାକରଣ ପାଇଁ ଅନେକ ପଦକ୍ଷେପ ନେଉଛନ୍ତି ।କିନ୍ତୁ ରାଜ୍ୟରେ ଏପରି ଅନେକ ସ୍ଥାନ ରହିଛି ଯେଉଁଟି କ୍ୟାନ୍ସର ପରୀକ୍ଷା ବ୍ୟବସ୍ଥା ସହଜରେ ଉପଲବ୍ଧ ହୋଇପାରି ନାହିଁ । ସେଭଳି କ୍ଷେତ୍ରରେ ଏହି ଡିଭାଇସ ବେଶ ସହାୟକ ହୋଇପାରିବ ବୋଲି କହିଛନ୍ତି ଗବେଷଣା କରୁଥିବା ଛାତ୍ର ଛାତ୍ରୀ ।

ତେବେ 2024 ଶେଷ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ କରି ଏହାର କ୍ଲିନିକାଲ ଟ୍ରାଏଲ କରିବାକୁ ଯୋଜନା ରଖାଯାଇଛି । ଡିଭାଇସର କାର୍ଯ୍ୟ 50 ପ୍ରତିଶତ ଶେଷ ହୋଇଥିବା ବେଳେ ଖୁବଶୀଘ୍ର ଏହା ସମ୍ପୂର୍ଣ୍ଣ ହେବ। ଯାହା କର୍କଟ ରୋଗ ଚିହ୍ନଟ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ଆଶା ରଖିଛି ରେଭେନ୍ସା ବିଶ୍ୱବିଦ୍ୟାଳୟ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.