ETV Bharat / state

ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର; ପୁଣି ଚାଉଳ ସହ ମିଳିବ ଗହମ, ବିଜେଡି ସରକାର ଗହମ ବନ୍ଦ କରିନଥିଲା କହିଲେ ପୂର୍ବତନ ମନ୍ତ୍ରୀ - Good news for Ration card holders

author img

By ETV Bharat Odisha Team

Published : Aug 17, 2024, 1:49 PM IST

Updated : Aug 17, 2024, 5:02 PM IST

Ration card holders to get wheat along rice: ପୁଣିଥରେ ରାସନ କାର୍ଡରେ ମିଳିବ ଗହମ । ହିତାଧିକାରୀଙ୍କୁ ଚାଉଳ ସହ ଗହମ ଯୋଗାଇ ଦିଆଯିବ ବୋଲି କହିଲେ ଯୋଗାଣ ମନ୍ତ୍ରୀ । ପଢନ୍ତୁ ପୁରା ଖବର

ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର; ଏଣିକି ଚାଉଳ ସହ ମିଳିବ ଗହମ
ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର; ଏଣିକି ଚାଉଳ ସହ ମିଳିବ ଗହମ (ETV Bharat Odisha)

ଭୁବନେଶ୍ବର: ରାସନକାର୍ଡଧାରୀଙ୍କ ପାଇଁ ଖୁସି ଖବର । ପୁଣିଥରେ ରାସନ କାର୍ଡରେ ମିଳିବ ଗହମ । ହିତାଧିକାରୀଙ୍କୁ ଚାଉଳ ସହ ଗହମ ଦିଆଯିବ । ଏନେଇ ଆଜି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ରାସନ କାର୍ଡ ହିତାଧିକାରୀଙ୍କୁ ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ଦେବାକୁ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ଯୋଗାଣ ମନ୍ତ୍ରୀ ।

ଚାଉଳ ସହ ମିଳିବ ଗହମ:

ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ''ଓଡ଼ିଶା ଲୋକଙ୍କ ଗହମ ପାଇଁ ଚାହିଦାକୁ ଦୃଷ୍ଟିରେ ରଖି କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ପାଖରେ ଦାବି ରଖିଛି । ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ଦିଆଯିବ ।'' ପୂର୍ବରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳୁଥିବା ଗହମକୁ ବନ୍ଦ କରି ଅଧିକ ଚାଉଳ ଦେବା ପାଇଁ କେନ୍ଦ୍ରକୁ ଦାବି କରି ଗହମ ଯୋଗାଣକୁ ବନ୍ଦ କରି ଦିଆଯାଇଥିଲା । ପୂର୍ବ ବିଜେଡି ସରକାର ଗହମକୁ ବନ୍ଦ କରି ରାସନ କାର୍ଡ ହିତାଧିକାରୀଙ୍କୁ କେବଳ ଚାଉଳ ଯୋଗାଇ ଦେଉଥିଲେ ।

ଏହା ମଧ୍ୟ ପଢନ୍ତୁ: ରାଜ୍ୟରେ କଟିବ ୧୬ ଲକ୍ଷରୁ ଅଧିକ ରାସନ କାର୍ଡ ! ଘରେ ଚାଉଳ ପହଞ୍ଚାଇବେ ମୋହନ ସରକାର - Ghost ration card holders in Odisha

ବର୍ତ୍ତମାନ ଖାଦ୍ୟ ଯୋଗାଣ ମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ରାସନ କାର୍ଡ ହିତାଧିକାରୀଙ୍କୁ ପୁଣିଥରେ ପୂର୍ବ ଭଳି ଚାଉଳ ସହ ଗହମ ମିଳିବାକୁ ଯାଉଛି । ଏବେ ହିତାଧିକାରୀଙ୍କୁ ମୁଣ୍ଡ ପିଛା ୫ କେଜି ଲେଖାଏଁ ଚାଉଳ ଦିଆଯାଉଛି । ଆଗକୁ ଚାଉଳର ୨୦ ପ୍ରତିଶଦ ଗହମ ଦିଆଯିବ ।

ଯୋଗାଣ ମନ୍ତ୍ରୀଙ୍କ ବୟାନକୁ ଅଯୁକ୍ତିକର କହିଲେ ପୂର୍ବତନ ଯୋଗାଣ ମନ୍ତ୍ରୀ:

ପୂର୍ବ ସରକାର କେନ୍ଦ୍ରରେ ଦାବି କରି ଗହମ ଯୋଗାଣକୁ ବନ୍ଦ କରି କେବଳ ଚାଉଳ ଯୋଗାଇଥିବା ମନ୍ତ୍ରୀଙ୍କ ମନ୍ତବ୍ୟକୁ ଅଯୁକ୍ତିକର ବୋଲି କହିଛନ୍ତି ପୂର୍ବତନ ଯୋଗଣ ମନ୍ତ୍ରୀ ପ୍ରତାପ ଦେବ । ସେ କହିଛନ୍ତି, "ବାରମ୍ବାର ଭୁଲ କଥା କହୁଛନ୍ତି ବର୍ତ୍ତମାନର ଯୋଗାଣ ମନ୍ତ୍ରୀ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA)ରେ ଗହମ ଓ ଚାଉଳର ମିଶାମିଶି କଥା ରହିଛି । ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ(SFSA)ରେ କେବଳ ଚାଉଳ ରହିଛି । ଓଡ଼ିଶା ଗହମ ଉତ୍ପାଦକ ନୁହେଁ, ଚାଉଳ ଉତ୍ପାଦକ ରାଜ୍ୟ । ତେଣୁ ଏଥିରେ କେବଳ ଚାଉଳ ରହିଛି । ଗହମ କାଟିଦେଲୁ କେଉଁଠି ? ଯୋଗାଣ ମନ୍ତ୍ରୀ ଜାଣିବା ଦରକାର, ଆମେ ଓଡ଼ିଆ ହେଉଛୁ ଭାତ ଖିଆ । ଆମର ମୁଖ୍ୟ ଖାଦ୍ୟ ହେଉଛି ଭାତ । ଆସ୍ତେ ଆସ୍ତେ ପିଡ଼ିଏସ ବ୍ୟବସ୍ଥାରେ ଗହମର ପ୍ରଚଳନ ଅଧିକ କରିବେ ତେବେ ଗୋଟେ ସମୟରେ ଚାଉଳର ଚାହିଦା କମିଯିବ । ଚାହିଦା ବଦଳିବା ସହ ଖାଦ୍ୟ ଅଭ୍ୟାସ ପରିବର୍ତ୍ତନ ହେଲେ ଏହାର କୁପ୍ରଭାବ ଚାଷୀଙ୍କ ଉପରେ ପଡିବ । ଏହା ଏକ ଦୀର୍ଘ ମିଆଦୀ ଓ ଦୂରଗାମୀ ଚିନ୍ତାଧାରା ।"

ପୂର୍ବତନ ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, "ମୁଁ ବିଧାୟକ ଓ ଯୋଗାଣ ମନ୍ତ୍ରୀ ଥିବା ସମୟରେ ଏ କଥାକୁ ନେଇ କେନ୍ଦ୍ର ନିକଟରେ ପ୍ରତିବାଦ କରିଛି । ଆମେ ସେତେବେଳେ ଏକଥା ଉଠାଇଥିଲୁ । ଓଡ଼ିଶାରେ ଯେତିକି ଗୋଦାମ ରହୁଥିଲା, ସେଥିରେ କେନ୍ଦ୍ର ସରକାରଙ୍କର ଏଫସିଆଇ ଏଠିକାର ଚାଉଳ ରଖୁନଥିଲା । ଏହା ବଦଳରେ ପଞ୍ଜାବ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ହରିଆଣାର ଗହମ ଆଣି ଗଚ୍ଛିତ କରି ରଖିବା ଆରମ୍ଭ କଲେ । ସେତେବେଳେ ଆମେ ପ୍ରତିବାଦ କରିଥିଲୁ । ଆମ ଚାଉଳ ବାହାରେ ଅଥଚ ବାହାର ରାଜ୍ୟର ଗହମ ଗୋଦାମ ଭିତରେ ରହୁଥିଲା । ସେ ସମୟରେ ୟୁପିଏ ସରକାର ଥିଲା । ପ୍ରତିବାଦ ଫଳରେ ପ୍ୟାକ୍ସ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ଯାହାଦ୍ବାରା କେନ୍ଦ୍ର ଓ ରାଜ୍ୟ ଭାଗିଦାରୀରେ ଗୋଦାମ ତିଆରି ହେବ ଓ ରାଜ୍ୟର ଜିନିଷ ରଖିବାକୁ ସୁଯୋଗ ମିଳିବ ।"

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଛି ଗହମ:

ସେ ଆହୁରି ମଧ୍ୟ କହିଛନ୍ତି, "ଗହମ ଗତ ସରକାର କାଟି ଦେଲେ ବୋଲି ଯୋଗାଣ ମନ୍ତ୍ରୀ ରଖିଥିବା ପ୍ରତିକ୍ରିୟା ସମ୍ପୂର୍ଣ୍ଣ ଭାବେ ଅଯୁକ୍ତିକର ଓ ଭିତ୍ତିହୀନ । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଗହମ ମିଳୁଛି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ 2 କେଜି ଗହମ ଓ 3 କେଜି ଚାଉଳ ମିଳୁଛି । କିନ୍ତୁ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ହିତାଧିକାରୀ କେବଳ 5 କେଜି ଚାଉଳ ପାଉଛନ୍ତି ।"

ଏହା ମଧ୍ୟ ପଢନ୍ତୁ: ଆରମ୍ଭ ହେଲାଣି ରାସନକାର୍ଡ ଧରପଗଡ଼; ଜାଣନ୍ତୁ କାହାକୁ ମିଳିବ, କାହାର କଟିବ ? ଜାଲି ହିତାଧିକାରୀ ଛାନିଆ - Ration card holders in fear

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 17, 2024, 5:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.