ETV Bharat / state

ବିନା ଯନ୍ତ୍ରପାତିରେ ବିଶାଳ ରଥ ନିର୍ମାଣ; ମାତ୍ର 20 ଇଞ୍ଚ ମାପକାଠିରେ ତିଆରି ହୁଏ ବଡ଼ଦିଅଁଙ୍କ ରଥ, ଜାଣନ୍ତୁ ପୁରା ରହସ୍ୟ - Ratha Yatra 2024

author img

By ETV Bharat Odisha Team

Published : Jun 24, 2024, 5:24 PM IST

Puri Ratha Yatra 2024: ମହାପ୍ରଭୁଙ୍କ ରଥ ନିର୍ମାଣ ଶୈଳୀ ଯେତିକି ନିଆରା ସେତିକି ରହସ୍ୟମୟ । ବିଶାଳକାୟ ରଥ ନିର୍ମାଣ ସମୟରେ ମାପଚୁପ ପାଇଁ ବ୍ୟବହାର ହୁଏ ନାହିଁ କୌଣସି ଯନ୍ତ୍ରପାତି । ମାତ୍ର ୨୦ ଇଞ୍ଚର ମାପକାଠି ସାହଯ୍ୟରେ ରଥ ନିର୍ମାଣ ହୁଏ । ଅଧିକ ପଢ଼ନ୍ତୁ

Ratha Yatra 2024
Ratha Yatra 2024 (ETV Bharat Odisha)

ପୁରୀ: ପାଖେଇ ଆସୁଛି କାଳିଆର ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା । ସେ କାଳିଆ ବଡ଼ ଛଳିଆ । ତାର ଲୀଳା ସମସ୍ତଙ୍କୁ ଅଗୋଚର । ମାନବୀୟ ଲୀଳାଖେଳା ପାଇଁ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦିରରୁ ବାହାରି ଆସନ୍ତି ବଳିଆର ଭୁଜ । ଆଉ ଏଥିପାଇଁ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ମହାପ୍ରଭୁଙ୍କ ରଥ ନିର୍ମାଣ ଶୈଳୀ ଯେତିକି ନିଆରା ସେତିକି ରହସ୍ୟମୟ । ବିଶାଳକାୟ 3ଟି ରଥ ନିର୍ମାଣରେ ବ୍ୟବହାର କରାଯାଏ ନାହିଁ କୌଣସି ଯନ୍ତ୍ରପାତି । ୨୦ ଇଞ୍ଚର ହାତକାଠି ମାପରେ ତିଆରି ହୁଏ ମହାପ୍ରଭୁଙ୍କ ବିଶାଳ ରଥ । ଆଉ ରଥ ନିର୍ମାଣ ବେଳେ ଚଳଚଞ୍ଚଳ ହୋଇଉଠେ ରଥଖଳା ।

Ratha Yatra 2024 (ETV Bharat Odisha)

ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା । ମହାପ୍ରଭୁଙ୍କ ତିନି ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡିଛନ୍ତି ବିଶ୍ଵକର୍ମା ମହାରଣା । ରଥ ପାଇଁ ପାରମ୍ପରିକ ନିର୍ମାଣକାରୀ ସାମଗ୍ରୀ ଯଥା ନିହାଣ, ମୁଗୁର, ବାରିସୀରେ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ । ତେବେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ମହାପ୍ରଭୁଙ୍କ ବିଶାଳ ରଥ ନିର୍ମାଣ ଏହି ଛୋଟିଆ ୨୦ ଇଞ୍ଚ ହାତ କାଠିରେ ମାପ ନିଆଯାଇ ତିଆରି କରାଯାଉଛି । ବିନା କୌଣସି ଆଧୁନିକ ଯନ୍ତ୍ରପାତିରେ ମାପଚୁପ କରାନଯାଇ କେଉଁ ଆବାହମାନ କାଳରୁ ଏହି ୨୦ ଇଞ୍ଚ ହାତକାଠି ସାହାଯ୍ୟରେ ତିଆରି ହୋଇଆସୁଛି ମହାପ୍ରଭୁଙ୍କ ରଥ । ଏହି ହାତକାଠିରେ ରଥ ନିର୍ମାଣ କରାଯାଉଥିଲେ ହେଁ ଆଜି ପର୍ଯ୍ୟନ୍ତ କୌଣସି ତ୍ରୁଟି ପରିଲକ୍ଷିତ ହୋଇନାହିଁ ।

ଏହା ମଧ୍ୟ ପଢ଼ନ୍ତୁ... ରଥଯାତ୍ରା 2024: କାଳିଆ ସାଅନ୍ତଙ୍କ ରଥ ନିର୍ମାଣରେ କୁନି କୁନି ସେବକ - chariot work by Child Servitors

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ପାଇଁ ବିଶ୍ବକର୍ମା ମହାରଣାଙ୍କ ପାଖରେ ରହିଛି ତିନୋଟି ହାତ କାଠି । ଏହାର ଅନ୍ୟ ଏକ ନାମ କୁହୁକ ବାଡ଼ି । ହାତ କାଠି ବା କୁହୁକ ବାଡ଼ିର ନିର୍ଦ୍ଦେଶରେ ହିଁ ତିନୋଟି ବିଶାଳକାୟ ରଥ ନିର୍ମାଣ ହେଉଛି । ହାତକାଠିରେ ରହିଛି ଆଙ୍ଗୁଳି ସହ ଟିପ ଚିହ୍ନ । ଏଥିରେ ଲୁଚିଛି ରଥ ନିର୍ମାଣର ପୁରା କୌଶଳ । ଚକର ତୁମ୍ବ ଅନୁକୂଳ ଠାରୁ ଆରମ୍ଭ କରି ଅଖ, ଦଣ୍ଡା, ନିରାଡି, ପାର୍ଶ୍ବ ମୁହାଣ୍ଟ, ଚକ ଓ ଅଖ ପର୍ଯ୍ୟନ୍ତ ସବୁକିଛି ଏହି ହାତକାଠି ମାପରେ ନିର୍ମାଣ ହୋଇଥାଏ‌ । ଏହି ହାତକାଠିର ଯାଦୁଗାରୀ ଶକ୍ତିରେ ରଥର‌ ଚକ ଠାରୁ ଦଧିନଉତି ପର୍ଯ୍ୟନ୍ତ ତିଆରି ହୋଇଥାଏ । ବିଶ୍ଵକର୍ମା ମହାରଣାଙ୍କ କହିବାକଥା ରଥ କାର୍ଯ୍ୟ ଶେଷ ପର୍ଯ୍ୟନ୍ତ ଏହି ହାତକାଠି ନିର୍ଦ୍ଦେଶରେ ସବୁକିଛି ସମ୍ପନ୍ନ ହୋଇଥାଏ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.