ETV Bharat / state

ନିହାଣ ମୁନରେ କମ୍ପୁଛି ରଥ ଖଳା, ମହାପ୍ରଭୁଙ୍କ ରଥର ଦଣ୍ଡା ନିର୍ମାଣ ଅନୁକୂଳ - RATHA YATRA 2024

author img

By ETV Bharat Odisha Team

Published : Jun 6, 2024, 5:35 PM IST

Updated : Jun 6, 2024, 8:11 PM IST

Ratha Khala Halchal: ରଥଯାତ୍ରା ପାଇଁ ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ଆଜି ତିନି ରଥର ଦଣ୍ଡା ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଛି । ଅଧିକ ପଢନ୍ତୁ

RATHA YATRA 2024
RATHA YATRA 2024 (ETV Bharat Odisha)

ପୁରୀ: ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ତେବେ ଆଜି ତିନି ରଥର ଦଣ୍ଡା ନିର୍ମାଣ ଅନୁକୂଳ ହୋଇଛି । ତିନି ରଥର ୪୨ଟି ଚକ ମଧ୍ୟରୁ ୩୯ ଗୋଟି ଚକ ନିର୍ମାଣ ଶେଷ ହେବା ସହ ତିନି ରଥର ୨୧ଟି ଅଖ ନିର୍ମାଣ ଶେଷ ହୋଇଛି । ଏଥିସହ ତିନି ରଥର ବିଭିନ୍ନ ଅଂଶ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ରଥର ନିର୍ମାଣ ଶେଷ ହୋଇଥିବା ଆଗ, ପଛ ଦୁଇଟି ଲେଖାଏଁ ମୁହାଁଟର ଅନୁକୂଳ ପୂଜା ହୋଇ ବିନ୍ଧ କାର୍ଯ୍ୟ ଆରମ୍ଭ ହେଇଛି । ଏଥିସହ ତିନି ରଥର ପାଞ୍ଚଦଣ୍ଡାର ଅନୁକୂଳ ପୂଜା ହୋଇ ଦଣ୍ଡାଗୁଡ଼ିକର ଚଉପଟ କାର୍ଯ୍ୟ ଆରମ୍ଭ ମଧ୍ୟ ହୋଇଛି ।

RATHA YATRA 2024 (ETV Bharat Odisha)

ତାଳଧ୍ଵଜ ରଥର ୧୧ଟି ଚକର ନିର୍ମାଣ ଶେଷ ହୋଇ ୧୨ତମ ଏବଂ ୧୩ ତମ ଚକର ତୁମ୍ବରେ ପଇ ସଂଯୋଗ ପରେ ପଇକୁ ବାନ୍ଧି ରଖିବା ପାଇଁ ପଇ ସଂଯୋଗ ସ୍ଥଳର ଘାଟି ପ୍ରସ୍ତୁତି ବା କଳଶା କାର୍ଯ୍ୟ ଜାରି ରହିଛି । ଏତତ୍ ବ୍ୟତୀତ ତାଳଧ୍ଵଜ ରଥର ତିନି ଭୂଇଁ ପାଇଁ ନିର୍ମାଣ ପାଇଁ ଆବଶ୍ୟକ ୧୨ଟି ୧୮ ଫୁଟିଆ ଭୂଇଁ ଚଉତାରୁ ପ୍ରଥମ ଭୂଇଁର ୪ଟି ଭୂଇଁ ଚଉତାକ୍ର ଚଉପଟ କାର୍ଯ୍ୟ ଶେଷ ହୋଇଛି । ତାଳଧ୍ଵଜ ରଥର ୭ଟି ଅଖର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଏଥିସହ ତାଳଧ୍ଵଜ ରଥର ପୋଲ ଗୟଳର ଚିରଟ୍ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦର୍ପଦଳନ ରଥର ମୋଟ ୬ଟି ଅଖର ନିର୍ମାଣ କାର୍ଯ୍ୟ ଶେଷ ହୋବା ସହ ୧୧ତମ ଚକର ପଇ କଳଶ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ସେହିପରି ଦର୍ପଦଳନ ରଥର ଚାରି ଗୋଟି ପ୍ରଥମ ଭୂଇଁ ଚଉପଟ କାର୍ଯ୍ୟ ଶେଷ ହୋଇଅଛି । ଦର୍ପଦଳନ ରଥର ପାଞ୍ଚ ଦଣ୍ଡା ଅନୁକୂଳ ପୂଜା ହୋଇ ଚଉପଟ କାର୍ଯ୍ୟ ଆରମ୍ଭ ହେଇଛି । ନନ୍ଦିଘୋଷ ରଥର ୧୬ଟି ଚକ ମଧ୍ୟରୁ ୧୪ଟି ଚକ ନିର୍ମାଣ ଶେଷ ହୋଇଛି । ୧୫ ତମ ଚକର ତୁମ୍ବ ସିଙ୍ଗଡାରେ ପଇ ପିନ୍ଧା ପରେ ପଇ କଳସା ଜାରି ରହିଛି । ଏଥିସହ ନନ୍ଦିଘୋଷ ରଥର ୮ଟି ଅଖର ନିର୍ମାଣ ଶେଷ ହୋଇ ୧୨ ଗୋଟି ଭୂଇଁ ଚଉତାରୁ ପ୍ରଥମ ଭୂଇଁର ୪ଟି ଭୂଇଁ ଚଉତା କାଠର ଚଉପଟ ଶେଷ ହୋଇଛି । ଦ୍ୱିତୀୟ ଭୂଇଁର ୪ଗୋଟି ଭୂଇଁ ଚଉତାର ଚଉପଟ କାର୍ଯ୍ୟ ଜାରି ରହିଛି । ନନ୍ଦିଘୋଷ ରଥର ପାଞ୍ଚ ଦଣ୍ଡାର ଅନୁକୂଳ ପୂଜା ହୋଇ ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି ।

ଏହା ମଧ୍ୟ ପଢନ୍ତୁ....ରଥଖଳା ହାଲଚାଲ: ଚାଲିଛି ଜୋରସୋରରେ ରଥ ନିର୍ମାଣ କାର୍ଯ୍ୟ - Ratha Construction Work

ତିନି ରଥର ରୂପକାର ସେବକମାନେ କୋଣ ଗୁଜାରେ ସିଂହ ବିରାଳ ରୂପ ଖୋଦେଇ ଜାରି ରଖିଥିବା ବେଳେ ଶେଷ ହୋଇଥିବା ରୂପ ଗୁଡ଼ିକର ପଲିସ କାର୍ଯ୍ୟ ସହ ରୂପ ଗୁଡ଼ିକରେ ଅଳଙ୍କାର ପକା କାର୍ଯ୍ୟ ଜାରି ରହିଛି । ଦୋଳ ବେଦୀ ଅସ୍ଥାୟୀ କମାର ଶଳରେ ଓଝା ସେବକମାନେ ତିନି ରଥର ଯୋକା କଣ୍ଟା, ଦଣ୍ଡାକଣ୍ଟା, ଅଗ ପତେଳି କଣ୍ଟା ସହ ବିଡ଼ିଆ କଣ୍ଟା ନିର୍ମାଣ ଜାରି ରଖିଛନ୍ତି ।

ଇଟିିଭି ଭାରତ,ପୁରୀ

Last Updated : Jun 6, 2024, 8:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.