ETV Bharat / state

ରଥଖଳା ହାଲଚାଲ: ଚାଲିଛି ଜୋରସୋରରେ ରଥ ନିର୍ମାଣ କାର୍ଯ୍ୟ - Ratha construction work - RATHA CONSTRUCTION WORK

Ratha construction work: ରଥଯାତ୍ରା ୨୦୨୪ । ଚାଲିଛି ଜୋରସୋରରେ ରଥ ନିର୍ମାଣ କାର୍ଯ୍ୟ । ତିନି ରଥର ୩୪ ଗୋଟି ଚକ ନିର୍ମାଣ ଶେଷ ହୋଇ ଦଣ୍ଡା ନିର୍ମାଣ ପାଇଁ ରଥ ଖଳାରେ ତିନି ରଥର ପାଞ୍ଚ ଦଣ୍ଡା କାଠ ପଡ଼ିଛି । ଅଧିକ ପଢନ୍ତୁ

Ratha construction work
Ratha construction work (ETV Bharat Odisha)
author img

By ETV Bharat Odisha Team

Published : Jun 4, 2024, 8:13 AM IST

ପୁରୀ:ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନେଇ ଚଳଚଞ୍ଚଳ ପୁରୀ ଶ୍ରୀମନ୍ଦିର ରଥଖଳା । ଚାଲିଛି ଜୋରସୋରରେ ରଥ ନିର୍ମାଣ କାର୍ଯ୍ୟ । ତିନି ରଥର ୩୪ ଗୋଟି ଚକ ନିର୍ମାଣ ଶେଷ ହୋଇ ଦଣ୍ଡା ନିର୍ମାଣ ପାଇଁ ରଥ ଖଳାରେ ତିନି ରଥର ପାଞ୍ଚ ଦଣ୍ଡା କାଠ ପଡ଼ିଛି । ଏଥିସହ ତିନି ରଥର ଅନ୍ୟାନ୍ୟ ଅଂଶ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ରଥ ନିର୍ମାଣକାରୀ ସେବକମାନେ ସମାନ୍ତରାଳ ଭାବେ ନିର୍ମାଣ କାର୍ଯ୍ୟ ଆଗେଇ ନେଉଛନ୍ତି । ତିନି ରଥର ଓରା, ଓରାଖମ୍ବି, ଭୂଇଁ ଚଉତା ଆଦିର ଚଉପଟ କାର୍ଯ୍ୟ ଶେଷ ହୋଇଛି ।

Ratha construction work (ETV Bharat Odisha)

ଏଥିସହ ରଥ ଖଳାରେ ତିନି ରଥର ଦୁଇଟି ଲେଖାଏଁ ସାନ ଉଛୁଳା ଅଖର ଗୋଲେଇ କାର୍ଯ୍ୟ ଶେଷ ହୋଇ ବାକି ଅଖ ଗୁଡ଼ିକର ଉଭୟ ପାର୍ଶ୍ଵ ଗୋଲେଇ କାର୍ଯ୍ୟ ମହାରଣା ସେବକ ମାନେ ଜାରୀ ରଖିଛନ୍ତି । ଏଥିସହ ତିନି ରଥର ଚକ ସଂଖ୍ୟକ ଯୋକା କାଠର ଚଉପଟ କାର୍ଯ୍ୟ ଜାରି ରହିଛି । ତିନି ରଥର ଦଣ୍ଡା ନିର୍ମାଣ ପାଇଁ ରଥ ଅମୀନ ତିନି ରଥ ଖଳାକୁ ୩ଟି ଲେଖାଏଁ ୪୦ ଫୁଟିଆ ସାହାଜ କାଠ ଏବଂ ୨ ଟି ଲେଖାଏଁ ୪୦ ଫୁଟିଆ ଧଉରା କାଠ ଯୋଗାଇ ଦିଆଯାଇଛି । ଅନୁକୂଳ ପୂଜା ପରେ ତିନି ରଥର ଦଣ୍ଡା ଚଉପଟ କାର୍ଯ୍ୟ ଆରମ୍ଭ ହେବ ।

ତାଳଧ୍ଵଜ ରଥର ୧୧ ନମ୍ୱର ଚକର ଗୋଟିଏ ପଇ ବଦଳା ଯିବାକୁ ଥିବା ବେଳେ ୧୨ ନମ୍ବର ଚକର ତୁମ୍ବରେ ସିଙ୍ଗଡ଼ା ବାଡ଼ିଆ ଶେଷ ହୋଇଅଛି । ତାଳଧ୍ଵଜ ରଥର ବାକି ଅଂଶ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଜାରି ରହିଛି । ତାଳଧ୍ଵଜ ରଥର ଆଗ, ପଛ ଏବଂ ଦୁଇ ପାର୍ଶ୍ଵ ମୁହାଁଟ ଚଉପଟ କାର୍ଯ୍ୟ ଶେଷ ହୋଇଛି । ଆଠ ଗୋଟି ଭୂଇଁ ଖାମ୍ବୀର ଚଉପଟ ସହ ସାଲ କାର୍ଯ୍ୟ ଶେଷ ହୋଇଛି । ତାଳଧ୍ଵଜ ରଥର ୧୬ଟି ଯୋକା ମଧ୍ୟରୁ ଆଜି ସୁଦ୍ଧା ୭ ଗୋଟି ଯୋକାର ନିର୍ମାଣ ଶେଷ ହୋଇ ବାକି ଯୋକା ଗୁଡ଼ିକର ଚଉପଟ କାର୍ଯ୍ୟ ଜାରି ରହିଛି । ରଥର ଗୋଟିଏ ନାହାକା ଅଖ, ଦୁଇଟି ସାନ ଉଛୁଳା ଅଖର ଦୁଇ ପାର୍ଶ୍ଵ ଗୋଲେଇ କାର୍ଯ୍ୟ ଶେଷ ହେବାପରେ, ବାକି ତିନୋଟି ଅଖର ଉଭୟ ପାର୍ଶ୍ଵ ଗୋଲେଇ ପାଇଁ ଚଉପଟ କାର୍ଯ୍ୟ ଜାରି ରହିଛି । ଓରାର ଚଉପଟ କାର୍ଯ୍ୟ ଶେଷ ହୋଇଛି ।

ଏହାମଧ୍ୟ ପଢନ୍ତୁ.. ରଥ ଖଳା ହାଲଚାଲ: ସରିଲା ତିନି ରଥର 32 ଚକ ନିର୍ମାଣ - Puri Ratha Construction Work

ଦର୍ପଦଳନ ରଥର ୧୦ଟି ଚକ ନିର୍ମାଣ ଶେଷ ହୋଇ ୧୧ନମ୍ୱର, ଚକ ତୁମ୍ବରେ ସିଙ୍ଗଡ଼ା ବାଡ଼ିଆ ଶେଷ ହୋଇଛି । ଦର୍ପଦଳନ ରଥର ବାକି ଅଂଶ ଗୁଡ଼ିକ ମଧ୍ୟରୁ ଚାରିଗୋଟି ଓରାର ଚଉପଟ ଶେଷ ହୋଇଛି । ଦୁଇଟି ସାନ ଉଛୁଳା ଅଖର ଚଉପଟ ଶେଷ ହୋଇ ବାକି ୪ଟି ଅଖର ଉଭୟ ପାର୍ଶ୍ଵ ଗୋଲେଇ ପାଇଁ ଚଉପଟ କାର୍ଯ୍ୟ ଜାରି ରହିଛି । ଦର୍ପଦଳନ ରଥର ୧୨ଟି ଯୋକା ମଧ୍ୟରୁ ୧୦ଟି ଯୋକା ଶେଷ ହୋଇ ଶେଷ ଦୁଇଟି ଯୋକାର ଆଂଶ ମରା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ନନ୍ଦିଘୋଷ ରଥର ୧୪ ଗୋଟି ଚକର ନିର୍ମାଣ ଶେଷ ହୋଇ ୧୫ ନମ୍ୱର ଚକର ତୁମ୍ବରେ ସିଙ୍ଗଡ଼ା ବାଡିଆ ଶେଷ ହୋଇଛି । ରଥର ବାକି ଅଂଶ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଚାରୋଟି ମୁହାଣ୍ଟ ଚଉପଟ ଶେଷ ହୋଇଛି । ନିର୍ମାଣ ଶେଷ ପରେ ବାକି ୧୧ଟି ଜୋକାର ଚଉପଟ ଜାରି ରହିଛି । ଚାରୋଟି ଓରାର ଚଉପଟ ଶେଷ ହୋଇ ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ଦୁଇଟି ସାନ ଉଛଳା ଅଖର ଉଭୟ ପଟ ଗୋଲେଇ ଶେଷ ପରେ ବାକି ୫ଟି ଅଖର ଉଭୟ ପାର୍ଶ୍ଵ ଗୋଲେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରୂପକାର ସେବକମାନେ ତିନି ରଥର ସାରଥି ଗୁଜରେ ରୂପ ଖୋଦେଇ କାର୍ଯ୍ୟ କରିବା ସହ ଖୋଦେଇ ଶେଷ ହୋଇଥିବା ରୂପ ଗୁଡ଼ିକର ପଲିସ କାର୍ଯ୍ୟ ଜାରି ରଖିଛନ୍ତି ।
ଦୋଳ ବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ତିନି ରଥର ଅଖ ଦଣ୍ଡା ବିଡିଆ ଏବଂ ଚଉରସ କଣ୍ଟା ସହ ଯୋଖା କଣ୍ଟା ନିର୍ମାଣ ଜାରି ରଖିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.