ETV Bharat / state

ଆଜି ଚକାନୟନଙ୍କ ଚକାବିଜେ ନୀତି; ଶ୍ରୀମନ୍ଦିରକୁ ଦଶମୂଳ ମୋଦକ ପ୍ରେରଣ କଲେ ରାଜବୈଦ୍ୟ - Raja Baidya prepare Dasamula Modaka

author img

By ETV Bharat Odisha Team

Published : Jul 1, 2024, 6:31 PM IST

Raja Baidya prepares Dasamula Modaka: ଆଜି ଅଣସର ଦଶମୀ ତିଥିରେ ଶ୍ରୀମନ୍ଦିରକୁ ଗଲା ରାଜବୈଦ୍ୟଙ୍କ ଦ୍ବାରା ଆୟୁର୍ବେଦ ଚେରମୂଳିରେ ପ୍ରସ୍ତୁତ ଦଶମୂଳ ମୋଦକ । ସେପଟେ ଅନୁଷ୍ଠିତ ହେଲା ଚକାନୟନଙ୍କ ଚକାବିଜେ ନୀତି । ଅଧିକ ପଢ଼ନ୍ତୁ

Raja Baidya prepares Dasamula Modaka
Raja Baidya prepares Dasamula Modaka (ETV Bharat Odisha)

ପୁରୀ: ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ କରି ଜ୍ବରରେ ପୀଡିତ ଥିବା ଚତୁର୍ଦ୍ଧାବିଗ୍ରହଙ୍କ ସୁସ୍ଥତା ପାଇଁ ଆଜି ଦଶମୀ ତିଥିରେ ପ୍ରସ୍ତୁତ ହୋଇଛି ଦଶମୂଳ ମୋଦକ । ଶ୍ରୀମନ୍ଦିର ରାଜବୈଦ୍ୟଙ୍କ ଦ୍ବାରା ଆୟୁର୍ବେଦ ଚେରମୂଳିରେ ପ୍ରସ୍ତୁତ ଦଶମୂଳ ସେବନ ପରେ ହିଁ ଜ୍ବରରେ ପୀଡ଼ିତ ଥିବା ବିଗ୍ରହ ସୁସ୍ଥତା ଅନୁଭବ କରିଥାନ୍ତି । ଅତ୍ୟନ୍ତ ନିଷ୍ଠା ଓ ପବିତ୍ରତାର ସହ ରାଜବୈଦ୍ୟଙ୍କ ଘରେ ଏହି ଦଶମୂଳ ପ୍ରସ୍ତୁତ କରି ଆଜି ଅପରାହ୍ନରେ ଶ୍ରୀମନ୍ଦିରରେ ଏହାକୁ ଦିଆଯାଇଛି ।

ତ୍ରୟୋଦଶ ଶତାବ୍ଦୀରେ ଦ୍ବିତୀୟ ଅନଙ୍ଗଭୀମ ଦେବଙ୍କ ସମୟରେ ବୈଦ୍ୟ ଓ ଶାସ୍ତ୍ରବୈଦ୍ୟ ସେବା ସ୍ଥାପିତ ହୋଇଥିଲା । ଅନବସର ଦଶମୀ ସନ୍ଧ୍ୟାରେ ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରଦରେ ଦାଖଲ ହେବା ପରେ ଏକାଦଶୀ ଦିନ ଅନ୍ୟ ଭୋଗ ସହ ମହାପ୍ରଭୁଙ୍କୁ ଏହା ଲାଗି ହୁଏ । ଦେବସ୍ନାନପୂର୍ଣ୍ଣିମା ଦିନ ୧୦୮ କୁମ୍ଭ ସୁବାସିତ ଜଳରେ ଅତ୍ୟଧିକ ସ୍ନାନ ପରେ ଜ୍ବରରେ ପୀଡ଼ିତ ଥିବା ଶ୍ରୀବିଗ୍ରହଙ୍କ ଗୁପ୍ତ ସେବାରେ ଫୁଲୁରି ତେଲ, ଦଶମୂଳ ଔଷଧ ଓ ଅନ୍ୟାନ୍ୟ ଉପଚାର ପରେ ପ୍ରଭୁ ସଂପୂର୍ଣ୍ଣ ସୁସ୍ଥ ହୋଇ ନବଯୌବନ ଦର୍ଶନ ଦିନ ଭକ୍ତଙ୍କୁ ଦର୍ଶନ ଦେବାର ବିଧି ରହିଛି । ଗମ୍ଭାରୀ, ବେଲ, ପାଟଳୀ, କୃଷ୍ଣପର୍ଣ୍ଣି, ଶାଳପର୍ଣ୍ଣୀ, ଅଙ୍କରାନ୍ତି, ଗୋଖରା ପରି ୧୦ ପ୍ରକାରର ଆୟୁର୍ବେଦ ଚେରମୂଳ ସଂଗ୍ରହ କରି ଦେବସ୍ନାନ ପୂର୍ଣ୍ଣିମାରୁ ହିଁ ଦଶମୂଳ ମୋଦକର ପ୍ରସ୍ତୁତି ଆରମ୍ଭ ହୋଇଥାଏ ।

ଶ୍ରୀମନ୍ଦିର ରାଜବୈଦ୍ୟ ସ୍ବର୍ଗତ ବିନାୟକ ମିଶ୍ର ଓ ଲବଣିଖିଆ ଛକ ନିକଟରେ ଥିବା ରାଜବୈଦ୍ୟ ରୁଦ୍ରନନ୍ଦନ ମିଶ୍ରଙ୍କ ଘରେ ଦଶମୀ ଦିନ ଦଶମୂଳ ମୋଦକ ପ୍ରସ୍ତୁତ ହୋଇଥାଏ । ଅତି ନିଷ୍ଠା ଓ ପବିତ୍ରତାର ସହ ଚୁଲି ବସାଇ ପାଗ ହେବା ପରେ ପ୍ରସ୍ତୁତ ଚେରମୂଳ ଗୁଣ୍ଡକୁ ସେଥିରେ ପକାଯାଇ ଘଣ୍ଟାଯାଏ ଓ ଥଣ୍ଡା ହେବାପରେ ମୋଦକ ପ୍ରସ୍ତୁତ ହୁଏ । କାହିଁ କେଉଁ କାଳରୁ ଏହି ପରମ୍ପରା ଚାଲି ଆସୁଛି । ଜ୍ବରରେ ପୀଡ଼ିତ ଥିବା ମହାପ୍ରଭୁଙ୍କ ସୁସ୍ଥତା ପାଇଁ ଗଜପତି ମହାରାଜଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀମନ୍ଦିର ରାଜବୈଦ୍ୟ ଦଶମୂଳ ମୋଦକ ପ୍ରସ୍ତୁତ କରିଥାନ୍ତି । ଦଇତା ଏବଂ ପତି ମହାପାତ୍ର ସେବାୟତମାନେ ଏହି ମୋଦକ ମହାପ୍ରଭୁଙ୍କୁ ଲାଗି କରିବା ପରେ ମହାପ୍ରଭୁ ସୁସ୍ଥ ହେଉଥିବାର ପରମ୍ପରା ରହିଛି । ଭାଗ୍ୟରେ ଥିଲେ ମହାପ୍ରଭୁଙ୍କ ରାଜବୈଦ୍ୟ ସେବା ମିଳିଥାଏ ବୋଲି କୁହନ୍ତି ରାଜବୈଦ୍ୟ ପରିବାର ।

ଏହା ମଧ୍ୟ ପଢ଼ନ୍ତୁ...ଜ୍ବରରେ କମ୍ପୁଛନ୍ତି ମହାପ୍ରଭୁ, ଲାଗି ହୁଏ ସ୍ଵତନ୍ତ୍ର ପଣା ଭୋଗ - Pana Bhoga of Lord Jagannath

ଦଶମୂଳ ମୋଦକ ସେବନ ଦ୍ବାରା ସର୍ବ ରୋଗହାରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୋଗ ଓ ପୀଡ଼ା ଦୂର ହେଉଥିବାର ବିଶ୍ବାସ ଓ ପରମ୍ପରା ଚାଲି ଆସିଛି । ଏଣୁ ଭାରତର ଆୟୁର୍ବେଦ ଚିକିତ୍ସା ପଦ୍ଧତି ସାରା ବିଶ୍ଵରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିବାବେଳେ ଏଥିରୁ ଭାରତର ପୁରାତନ ଚିକିତ୍ସା ପଦ୍ଧତି କେତେ ଉନ୍ନତ ଥିଲା, ତାହା ପ୍ରମାଣିତ । ସେପଟେ ଆଜି ଅଣସର ଦଶମୀ ତିଥିରେ ମହାପ୍ରଭୁଙ୍କ ଚକାବିଜେ ନୀତି ରହିଛି । ଆସନ୍ତାକାଲି ଅଣସର ଏକାଦଶୀ ମହାପ୍ରଭୁ ଦଶମୂଳ ମୋଦକ ସେବନ କରିବା ପରେ ଧିରେ ଧିରେ ସୁସ୍ଥ ହେବେ । ପରେ ଗଜପତି ମହାରାଜଙ୍କୁ ମହାପ୍ରଭୁଙ୍କ ସୁସ୍ଥତା ଖବର ଦିଆଯିବ । ଗଜପତି ମହାରାଜଙ୍କ ନିର୍ଦ୍ଦେଶକ୍ରମେ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହେବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.