ETV Bharat / state

କାହିଁକି ଘଟିଗଲା ଏତେବଡ ଅଘଟଣ ? ମୁଣ୍ଡରୁ ଦୋଷ ଖସାଇବାକୁ ସମସ୍ତେ ପ୍ରସ୍ତୁତ, ଗଠନ ହେଲା ତଦନ୍ତ କମିଟି - Puri Adapa Mandap mishap

Puri Adapa Mandap mishap: ସେବାୟତଙ୍କ ଦାୟିତ୍ବହୀନତାକୁ ନେଇ ରାଜ୍ୟବ୍ୟାପୀ ଅସନ୍ତୋଷ । କ୍ଷୁବ୍ଧ ଜଗନ୍ନାଥପ୍ରେମୀ । ଅଶୁଭ ସଙ୍କେତକୁ ନେଇ ବଢିଲା ଚର୍ଚ୍ଚା । ତଦନ୍ତ ପାଇଁ ଗଠନ ହେଲା 3ଜଣିଆ କମିଟି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 10, 2024, 7:52 PM IST

Updated : Jul 10, 2024, 8:05 PM IST

କାହିଁକି ପଡିଗଲେ ବଡଠାକୁର, ଦୋଷ ଖସାଇବାକୁ ସମସ୍ତେ ପ୍ରସ୍ତୁତ, ଗଠନ ହେଲା ତଦନ୍ତ କମିଟି
କାହିଁକି ପଡିଗଲେ ବଡଠାକୁର, ଦୋଷ ଖସାଇବାକୁ ସମସ୍ତେ ପ୍ରସ୍ତୁତ, ଗଠନ ହେଲା ତଦନ୍ତ କମିଟି (ETV Bharat odisha)

ପୁରୀ: ବର୍ଷକରେ ଥରେ ମାନବୀୟ ଲୀଳାରେ ବଡଦାଣ୍ଡକୁ ଓହ୍ଲାନ୍ତି ଚତୁର୍ଦ୍ଧାମୂର୍ତ୍ତି । ବିଶ୍ବର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଜଗନ୍ନାଥପ୍ରେମୀ ଶ୍ରଦ୍ଧାଳୁ ଏହି ଦିବ୍ୟଲୀଳାକୁ ଦେଖିବା ପାଇଁ ଧାଇଁ ଆସିଥାନ୍ତି ଶ୍ରୀକ୍ଷେତ୍ର । ଏହି ଭବ୍ୟ ନବଦିନାତ୍ମକ ଯାତ୍ରାକୁ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ରାଜ୍ୟ ସରକାରଙ୍କଠାରୁ ଆରମ୍ଭ ଶ୍ରୀମନ୍ଦିର ଓ ପୁରୀ ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି ମଧ୍ୟ କରିଥାଆନ୍ତି । ଦେଶର ଅନ୍ୟତମ ବଡ ଆଧ୍ୟାତ୍ମିକ ଯାତ୍ରା ହେଉଛି ଶ୍ରୀକ୍ଷେତ୍ରର ରଥଯାତ୍ରା । ହେଲେ ଆଡପ ପହଣ୍ଡି ବେଳେ ଗତକାଲି ଯେଉଁ ଅଭାବନୀୟ ଘଟଣା ଘଟିଗଲା, ତାହା ବିଶ୍ବର କୋଣ ଅନୁକୋଣରେ ଥିବା କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଶକ୍ତ ଆଘାତ ଦେଇଛି । ରଥରୁ ଆଡପ ପହଣ୍ଡି ବେଳେ ଚାରମାଳ ଉପରେ ଖସିପଡିଲେ ବଡଠାକୁର ଶ୍ରୀ ବଳଭଦ୍ର । କିଛି ସେବାୟତ ଆହତ ମଧ୍ୟ ହେଲେ । ବିଶ୍ବପ୍ରସିଦ୍ଧ ରଥଯାତ୍ରାର ଅନ୍ୟାନ୍ୟ ନୀତିକାନ୍ତି ମଧ୍ୟରୁ ପ୍ରମୁଖ ନୀତି ପହଣ୍ଡିରେ ଏପରି ଅଘଟଣ ବିଶ୍ବବ୍ୟାପୀ ଜଗନ୍ନାଥପ୍ରେମୀଙ୍କୁ ଶକ୍ତି ଆଘାତ ଦେଇଛି । ଏହା ସହ ସୃଷ୍ଟି ହୋଇଛି ବିଭିନ୍ନ ପ୍ରଶ୍ନ ।

Puri Adapa Mandap mishap (ETV Bharat Odisha)

ସେବାୟତଙ୍କ ଭିଡକୁ ଇଙ୍ଗିତ କଲେ ଗଜପତି:-

ସେପଟେ ଏଭଳି ଘଟଣା ଦୁଃଖଦାୟକ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହେବା ପରେ କହିଛନ୍ତି ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ । ଗଜପତି କହିଛନ୍ତି,"ପହଣ୍ଡି ବିଜେ ସମୟରେ ଏପରି ଘଟଣା ଆମ ସମସ୍ତଙ୍କ ପାଇଁ ଦୁଃଖଦାୟକ ଘଟଣା । ଏଥିପାଇଁ ସାରା ଭକ୍ତସମାଜ ଓ ଆମେମାନେ ମଧ୍ୟ ମର୍ମାହତ । ଏଭଳି ଦୃଶ୍ୟ ଆଗରୁ କେବେ ଆମେ ଦେଖିନଥିଲେ । ଏଭଳି ଅଘଟଣ କାହିଁକି ଘଟିଲା, କେମିତି ଘଟିଲା ସେନେଇ ତଦନ୍ତ କରାଯାଇ ଉପଯୁକ୍ତ ପଦକ୍ଷେପ ନିଆଯିବ । ଏହି ଘଟଣାକୁ ନେଇ ସେବାୟତମାନେ ଯାହା ଶିକ୍ଷା ପାଇବା କଥା ପାଇ ସାରିଛନ୍ତି ।" କେତେ ଗୁଡିଏ ମୂଳ ସମସ୍ୟା ମଧ୍ୟ ରହିଛି ବୋଲି ଗଜପତି କହିଛନ୍ତି ।

ସେବାୟତଙ୍କ ଦାୟିତ୍ବହୀନତାକୁ ଦାୟୀ:-

ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ବିଜେ
ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ବିଜେ (ETV Bharat Odisha)

ବିଭିନ୍ନ ମହଲରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରାଯିବା ସହ ବିଭିନ୍ନ କାରଣକୁ ଦାୟୀ କରାଯାଉଛି । କିଏ ସେବାୟତଙ୍କ ଦାୟିତ୍ବହୀନ କାର୍ଯ୍ୟକୁ ଦାୟୀ କରିଛିି, ତ କିଏ ପରିଚାଳନାଗତ ତ୍ରୁଟିକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି । ରଥ ଉପରେ ମାତ୍ରାଧିକ ଅନଭିଜ୍ଞ ଯୁବ ସେବାୟତଙ୍କ ଭଡିକୁ ମଧ୍ୟ କେହି କେହି ଅଘଟଣର ମୁଖ୍ୟ କାରଣ ବୋଲି କରୁଛନ୍ତି । ବୟସ୍କ ତଥା ଅନୁଭବୀ ସେବାୟତଙ୍କ ଅନୁପସ୍ଥିତି । ଫଟୋ ଉଠାଇବାକୁ ଭିଡ । ମୋବାଇଲରେ ସେଲ୍ଫି ନେବା ଓ ମିଡିଆ କଭରେଜରେ ଦେଖାଯିବା ପାଇଁ ଯୁବ ସେବାୟତମାନେ ରଥ ଉପରେ ଚଢୁଛନ୍ତି ବୋଲି ମଧ୍ୟ କିଛି ଶ୍ରଦ୍ଧାଳୁ ଅଭିଯୋଗ କରିଛନ୍ତି । ହେଲେ ଏହାରି ମଧ୍ୟରେ କେହି ଭୁଲ ସ୍ବୀକାର କରିବାକୁ ପ୍ରସ୍ତୁତ ନୁହନ୍ତି ।

ଭାଇରାଲ ହେଉଛି ଏହି ଉଲ୍ଲେଖ
ଭାଇରାଲ ହେଉଛି ଏହି ଉଲ୍ଲେଖ (ETV Bharat Odisha)

ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗକୁ ଆଘାତ ଲାଗିଲେ ପଡିପାରେ ମହାବିପତ୍ତି !

କୌଣସି କାରଣରୁ ଯଦି ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀବିଗ୍ରହକୁ ଆଘାତ ଲାଗେ, ତେବେ ରାଜ୍ୟରେ ମହାବିପତ୍ତି ଆସିବା ନେଇକିଛି ଗ୍ରନ୍ଥରେ ଉଲ୍ଲେଖ ଥିବା କଥା ଏବେ ଭାଇରାଲ ହେଉଛି । ଜଗନ୍ନାଥପ୍ରେମୀ ହରିଶଙ୍କର ମିଶ୍ର କହିଛନ୍ତି,‘‘ଗତବର୍ଷ ମଧ୍ୟ ଜଗନ୍ନାଥଙ୍କ ମୂର୍ତ୍ତି ସାମାନ୍ୟ ଢଳି ଯାଇଥିଲା । ଫଳସ୍ବରୂପ ୨୪ବର୍ଷର ସରକାର ଗଡ଼ିଗଲା । ହେଲେ ଏଥର ବଳଭଦ୍ର ମହାପ୍ରଭୁ ପଡ଼ିଯିବା ଏକ ଭୟଙ୍କର ସଙ୍କେତ ଦେଉଛି । ନିଳାଦ୍ରୀ ମହୋଦୟ ତଥ୍ୟ ଅନୁଯାୟୀ ଏହା ରାଜ୍ୟର ବହୁ କ୍ଷତି କରିବ । ଦୁର୍ଭିକ୍ଷ ଓ ଅନାଟନ ପଡ଼ିବ । ବିଶେଷତଃ ରାଣୀଙ୍କର ମୃତ୍ୟୁ ହେବ ବୋଲି ଉଲ୍ଲେଖ ରହିଛି । ତେବେ ଯାହା ସବୁ ସମ୍ପୂର୍ଣ୍ଣ ରୂପେ ସେବାୟତଙ୍କ ଖାମଖିଆଲି ମନୋଭାବ, ଅହଙ୍କାର ଓ ମାତ୍ରାଧିକ ଉପସ୍ଥିତି ଯୋଗୁଁ ଘଟିଛି । ବିଶେଷ କରି ସେମାନେ ଅନଭିଜ୍ଞ ଓ ଅଯୋଗ୍ୟ ଥିଲେ । ସେମାନେ ନିଜକୁ ବିଜ୍ଞାପିତ କରିବାକୁ ଲାଗିଲେ । ଫଳ ସ୍ବରୂପ ଏପରି ଅଘଟଣ ଘଟିଲା ।"

ଅଶୁଭ ସଙ୍କେତ ବୋଲି ଚର୍ଚ୍ଚା:-

ଶ୍ରୀଗୁଣ୍ଡିଚା ସମ୍ମୁଖ ଶରଧାବାଲିରେ ଦଣ୍ଡାୟମାନ ତିନିରଥ
ଶ୍ରୀଗୁଣ୍ଡିଚା ସମ୍ମୁଖ ଶରଧାବାଲିରେ ଦଣ୍ଡାୟମାନ ତିନିରଥ (ETV Bharat Odisha)

ଶାସ୍ତ୍ର ତଥା ନିଳାଦ୍ରୀ ମହୋଦୟରେ ଏହି ସମ୍ପର୍କରେ ଉଲ୍ଲେଖ ରହିଥିବା କଥାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଉକ୍ତ ଲେଖା‌ ଅନୁସାରେ ରାଜାଙ୍କୁ ନିର୍ଦ୍ଦେଶ ରହିଛି ଯେ, ଅସାବଧାନତା ହେତୁ ଯଦି ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ତଳେ ପଡିଯାନ୍ତି, ତେବେ ରାଜାଙ୍କର ଏବଂ ରାଜ୍ୟର ମହାଅନିଷ୍ଠ ହେବ । ଏଥିସହ ଦୁର୍ଭିକ୍ଷ ଏବଂ ମହାମାରୀ ବାରମ୍ବାର ପଡ଼ିବ । ଠାକୁର ପଡିଗଲେ ରାଣୀଙ୍କର ମୃତ୍ୟୁ ମଧ୍ୟ ହେବା ନେଇ ଉଲ୍ଲେଖ ରହିଛି । ତେଣୁ ବିଷ୍ଣୁଙ୍କର ପ୍ରୀତି ଉଦ୍ଦେଶ୍ୟରେ ଶାନ୍ତି ବିଧାନ କରିବାକୁ ହେବ । ତେବେ ନିଳାଦ୍ରୀ ମହୋଦୟରେ ଉଲ୍ଲେଖ ଥିବା କଥାବସ୍ତୁ ଏବେ ସୋସିଆଲ ମିଡିଆରେ ପ୍ରବଳ ମାତ୍ରାରେ ଭାଇରାଲ୍ ହେଉଥିବା ଦେଖିବାକୁ ମିଳିଛି । ହେଲେ ଏସମ୍ପର୍କରେ ସଠିକ ବ୍ୟାଖ୍ୟା କରାଯାଇପାରିନି ।

ତଦନ୍ତ ପାଇଁ ଗଠନ ହେଲା କମିଟି:-

ତେବେ ଆଜି ବସିଥିବା ଶ୍ରୀମନ୍ଦିରର ପରିଚାଳନା କମିଟି ବୈଠକରେ ଏହି ଘଟଣାର ତଦନ୍ତ ପାଇଁ ଏକ 3ଜଣିଆ କମିଟି ଗଠନ କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ କହିଛନ୍ତି, "ଘଟଣା ସମୟର ଭିଡିଓକୁ ଅନୁଶୀଳନ କରାଯିବ । ପହଣ୍ଡି ସମୟରେ କିଏ ସବୁ ରହିଥିଲେ, ସେମାନଙ୍କର କୌଣସି ଆବଶ୍ୟକତା ଥିଲା କି ନାହିଁ, ସେସବୁ ଅନୁଧ୍ୟାନ କରାଯିବ । ଏହି ୩ଜଣିଆ କମିଟି ‘ନିଳାଦ୍ରୀ ବିଜେ’ର ୧୦ଦିନ ମଧ୍ୟରେ ରିପୋର୍ଟ ଦେବେ । ଏହାପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।" କମିଟିରେ ଅତିରିକ୍ତ ଜିଲ୍ଲାପାଳ, ଉନ୍ନୟନ ପ୍ରଶାସକ, ଡେପୁଟି କମାଣ୍ଡାଣ୍ଟ ସଦସ୍ୟ ରହିଛନ୍ତି । କମିଟି ରିପୋର୍ଟ ପ୍ରଦାନ କରିବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳ ।

ଶ୍ରୀକ୍ଷେତ୍ରରେ ଅବ୍ୟବସ୍ଥା ଓ ବିଭ୍ରାଟର ଲମ୍ବା ତାଲିକା:-

2015 ମସିହାରେ ନବକଳେବର ବେଳେ ବ୍ରହ୍ମବିଭ୍ରାଟ ଦେଖିବାକୁ ମିଳିଥିଲା । ବନଜାଗ ଯାତ୍ରାରେ ଶ୍ରୀବଗ୍ରହଙ୍କ ପାଇଁ ଦାରୁ ଚୟନରେ ଫିକ୍ସିଂ ହୋଇଥିବା ଅଭିଯୋଗ ହୋଇଥିଲା । ସେହିପରି ନିଶାର୍ଦ୍ଧରେ ହେବାକୁ ଥିବା ‘ବ୍ରହ୍ମ ପରିବର୍ତ୍ତନ ନୀତି’ ସ୍ପଷ୍ଟ ଦିବାଲୋକରେ ହୋଇଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଶ୍ରୀମନ୍ଦିରରେ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଦାନ ଦକ୍ଷିଣାକୁ ନେଇ ବିବାଦ କାରଣରୁ ବିଭିନ୍ନ ସମୟରେ ନୀତି ବିଳମ୍ବ ଓ ମହାପ୍ରଭୁ ଉପବାସ ରହିବା, ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ, ଶ୍ରୀମନ୍ଦିରର ଭିତର ଫଟୋ ଭାଇରାଲ ହେବା ଆଦି ଘଟଣା ଜଗନ୍ନାଥପ୍ରେମୀଙ୍କୁ ବହୁବାର ବ୍ୟଥିତ କରିଛି । ସଂସ୍କାରମୂଳକ ନିର୍ଦ୍ଦେଶାବଳି, କଡା କାର୍ଯ୍ୟାନୁଷ୍ଠାନ ନେଇ ଦାବି ଉଠିଛି । ଏବେ ପହଣ୍ଡିରେ ଶ୍ରୀବିଗ୍ରହ ତଳେ ପଡିଯିବା ଘଟଣା ସେସବୁ ଅବ୍ୟବସ୍ଥାକୁ ବଳିଯାଇଛି ।

ଇଟିଭି ଭାରତ, ପୁରୀ

Last Updated : Jul 10, 2024, 8:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.