ETV Bharat / state

ଶ୍ରୀକ୍ଷେତ୍ରରେ ଗୁଣ୍ଡିଚା ଓ ମାଉସୀ ମନ୍ଦିରର ମାହାତ୍ମ୍ୟ; କ'ଣ ରହିଛି ଜଗନ୍ନାଥଙ୍କର ସମ୍ପର୍କ - Rath Yatra 2024

author img

By ETV Bharat Odisha Team

Published : Jul 3, 2024, 10:09 PM IST

All About Gundicha and Mausi Maa temple: ନବଦିନାତ୍ମକ ଯାତ୍ରାରେ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ଧରି ଜନ୍ମବେଦୀ ଗୁଣ୍ଡିଚା ମନ୍ଦିର ଯିବେ ମହାପ୍ରଭୁ । ହେଲେ ଆପଣ ଜାଣନ୍ତି କି, ଗୁଣ୍ଡିଚା କିଏ ? ମହାପ୍ରଭୁ ଜଗନ୍ନାଥଙ୍କ ସହ କ'ଣ ରହିଛି ସମ୍ପର୍କ ? କାହିଁକି ପ୍ରତିବର୍ଷ ଭାଇଭଉଣୀକୁ ସାଙ୍ଗରେ ନେଇ ରଥରେ ବସି ଗୁଣ୍ଡିଚା ମନ୍ଦିର ଯାଆନ୍ତି ଜଗନ୍ନାଥ ? ପଢନ୍ତୁ ରଥଯାତ୍ରା ଉପଲକ୍ଷେ ଆମର ଏହି ସ୍ବତନ୍ତ୍ର ଉପସ୍ଥାପନା

ଗୁଣ୍ଡିଚା ଓ ମାଉସୀ ମନ୍ଦିରର ମାହାତ୍ମ୍ୟ
ଗୁଣ୍ଡିଚା ଓ ମାଉସୀ ମନ୍ଦିରର ମାହାତ୍ମ୍ୟ (ETV Bharat Odisha)

ପୁରୀ: ତିନି ଦିନ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ରଥରେ ବସି ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ଯିବେ ମହାପ୍ରଭୁ । ନବଦିନାତ୍ମକ ଯାତ୍ରା ସାରି ବାହୁଡ଼ା ଦଶମୀରେ ପୁଣି ଭାଇଭଉଣୀଙ୍କ ସହ ଶ୍ରୀମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ । ତେବେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ମାନବୀୟ ଲୀଳାରେ କ'ଣ ରହିଛି ଗୁଣ୍ଡିଚା ମନ୍ଦିର ମାହାତ୍ମ୍ୟ ? ଗୁଣ୍ଡିଚା କିଏ ? କାହିଁକି ପ୍ରତିବର୍ଷ ମହାପ୍ରଭୁ ରଥରେ ବସି ସେଠାକୁ ଯାତ୍ରା କରନ୍ତି ? ଫେରିବା ବାଟରେ ମାଉସୀ ମନ୍ଦିରରେ କାହିଁକି ଅଟକନ୍ତି ? ଏହି ବିଷୟରେ ଶାସ୍ତ୍ରରେ ଉଲ୍ଲେଖ ରହିଛି । ଜାଣିବା ପାଇଁ ପଢନ୍ତୁ ରଥଯାତ୍ରା ଉପଲକ୍ଷେ ଆମର ଏହି ସ୍ବତନ୍ତ୍ର ଉପସ୍ଥାପନା ।

ଶ୍ରୀଗୁଣ୍ଡିଚା ମନ୍ଦିର ହେଉଛି ମହାପ୍ରଭୁଙ୍କ ଜନ୍ମସ୍ଥାନ । ମହାପ୍ରଭୁଙ୍କ ଶ୍ରୀବିଗ୍ରହକୁ ଏହି ସ୍ଥାନରେ ନିର୍ମାଣ କରାଯାଇଥିଲା । ରାଜା ଇନ୍ଦ୍ରଦ୍ୟୁମ୍ନ ସହସ୍ର ଅଶ୍ଵମେଧ ଯଜ୍ଞ କରି ମହାପ୍ରଭୁଙ୍କ ଶ୍ରୀବିଗ୍ରହ ନିର୍ମାଣ କରାଇଥିଲେ । ଇନ୍ଦ୍ରଦ୍ୟୁମ୍ନ ପ୍ରଥମେ ମହାପ୍ରଭୁଙ୍କୁ ଏହି ସ୍ଥାନରେ ଦର୍ଶନ କରିଥିଲେ । ଏଣୁ ଏହାକୁ ମହାବେଦୀ ତଥା ଆଡ଼ପ ମଣ୍ଡପ କୁହାଯାଏ ।

ଶ୍ରୀକ୍ଷେତ୍ରରେ ଗୁଣ୍ଡିଚା ଓ ମାଉସୀ ମନ୍ଦିରର ମହାତ୍ମ୍ୟ; କ'ଣ ରହିଛି ଜଗନ୍ନାଥଙ୍କର ସମ୍ପର୍କ
ଶ୍ରୀକ୍ଷେତ୍ରରେ ଗୁଣ୍ଡିଚା ଓ ମାଉସୀ ମନ୍ଦିରର ମହାତ୍ମ୍ୟ; କ'ଣ ରହିଛି ଜଗନ୍ନାଥଙ୍କର ସମ୍ପର୍କ (ETV Bharat Odisha)

ଗୁଣ୍ଡିଚା କିଏ ଏବଂ କ'ଣ ରହିଛି ମହାପ୍ରଭୁଙ୍କ ସମ୍ପର୍କ: କିମ୍ବଦନ୍ତୀ ଅନୁସାରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ପତ୍ନୀ ନାଁ ଥିଲା ଗୁଣ୍ଡିଚା । ରାଣୀ ଗୁଣ୍ଡିଚାଙ୍କ ନାମରେ ଗୁଣ୍ଡିଚା ମନ୍ଦିର ନାମକରଣ ହୋଇଥିବା ଶ୍ରୀମନ୍ଦିର ସେବାୟତ କହନ୍ତି । ମହାପ୍ରଭୁ ଯେତେବେଳେ ରାଣୀ ଗୁଣ୍ଡିଚାଙ୍କୁ ବର ପ୍ରଦାନ ପାଇଁ କହିଥିଲେ, ରାଣୀ ତାଙ୍କୁ ପ୍ରତିବର୍ଷ ଏହି ସ୍ଥାନକୁ ଆସିବା ପାଇଁ କହିଥିଲେ । ମହାପ୍ରଭୁ ମଧ୍ୟ ତାଙ୍କୁ ଏହି ବଚନ ଦେଇଥିଲେ । ନିଜର ବଚନକୁ ରକ୍ଷା କରି ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ମହାପ୍ରଭୁ ନିଜ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ରଥଯାତ୍ରାରେ ଗୁଣ୍ଡିଚା ମନ୍ଦିର ଯାତ୍ରା କରିଥାନ୍ତି ।

ଆଡ଼ପ ମଣ୍ଡପରେ ମଣିମାଙ୍କ ଦର୍ଶନ: ଶାସ୍ତ୍ରରେ ବର୍ଣ୍ଣନା ଅନୁଯାୟୀ, ଶ୍ରୀମନ୍ଦିର ମହାପ୍ରଭୁଙ୍କୁ ଏକ ସହସ୍ର ଥର ଦର୍ଶନ କରିବା ଯାହା ଗୁଣ୍ଡିଚା ମନ୍ଦିରରେ ଆଡ଼ପ ମଣ୍ଡପ ଥରେ ଦର୍ଶନ କରିବା ସହ ସମାନ । ଏଣୁ ପ୍ରତିବର୍ଷ ରଥଯାତ୍ରାରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଗୁଣ୍ଡିଚା ମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥାଏ । ମହାପ୍ରଭୁ ରଥଯାତ୍ରା ତଥା ନବଦିନାତ୍ମକ ଯାତ୍ରାରେ ଯାଇ 7 ଦିନ ଆଡ଼ପ ମଣ୍ଡପରେ ବିରାଜମାନ କରନ୍ତି । ମହାପ୍ରଭୁଙ୍କ ଅତ୍ୟନ୍ତ ପ୍ରିୟ ସ୍ଥାନ ଗୁଣ୍ଡିଚା ମନ୍ଦିର ବୋଲି ଶାସ୍ତ୍ରରେ ଉଲ୍ଲେଖ ।

ଶ୍ରୀକ୍ଷେତ୍ରରେ ଗୁଣ୍ଡିଚା ଓ ମାଉସୀ ମନ୍ଦିରର ମହାତ୍ମ୍ୟ; କ'ଣ ରହିଛି ଜଗନ୍ନାଥଙ୍କର ସମ୍ପର୍କ (@SJTA_Puri)

ବାହୁଡ଼ା ଦଶମୀରେ ମହାପ୍ରଭୁ ଭାଇଭଉଣୀଙ୍କ ସହ ଶ୍ରୀମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରନ୍ତି । ଗୁଣ୍ଡିଚା ମନ୍ଦିରରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦିଅଁ ଗଢ଼ା ହୋଇଥିବାରୁ ଏହାକୁ ଶ୍ରୀଜିଉମାନଙ୍କ ଜନ୍ମସ୍ଥାନ ବୋଲି କୁହାଯାଇଥାଏ । ଗୁଣ୍ଡିଚା ମନ୍ଦିର ମନ୍ଦିରରେ ମହାପ୍ରଭୁ ଥିବା ସମୟରେ ଯେଉଁ ପ୍ରସାଦ ହୁଏ, ତାକୁ ଆଡ଼ପ ଅବଢ଼ା କୁହାଯାଏ ।

କିଏ ଜଗନ୍ନାଥଙ୍କ ମାଉସୀ ମା': ବଡଦାଣ୍ଡର ବଳଗଣ୍ଡି ଛକରେ ରହିଛି ମାଉସୀ ମା' ମନ୍ଦିର । ଏହାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାଉସୀ ଘର ବୋଲି କୁହାଯାଏ । ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡିବା ବେଳେ ତାଙ୍କର ନନ୍ଦିଘୋଷ ରଥ ସହ ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥ ଏଠାରେ କିଛି ସମୟ ଅଟକିଥାଏ । ପରମ୍ପରା ଅନୁଯାୟୀ ମାଉସୀ ମା'ଙ୍କ ହାତରେ ତିଆରି ଦିବ୍ୟ ପୋଡ ପିଠା ଖାଇ ମହାପ୍ରଭୁଙ୍କ ସହ ଭାଈଭଉଣୀ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହା ମାଉସୀ ଘର ବୋଲି କିମ୍ବଦନ୍ତୀ ରହିଛି ।

ଯେତେବେଳେ ପୃଥିବୀରେ ଜଳପ୍ରଳୟ ହେଇଥିଲା ଶ୍ରୀକ୍ଷେତ୍ର ମଧ୍ୟ ଜଳାର୍ଣ୍ଣବ ହୋଇଥିଲା । ଦେବୀ ଅର୍ଦ୍ଧାସିନି ଶ୍ରୀକ୍ଷେତ୍ରରୁ ଜଳ ଅଧା ଶୋଷଣ କରି ଶ୍ରୀକ୍ଷେତ୍ରକୁ ଜଳପ୍ରଳୟରୁ ରକ୍ଷା କରିଥିଲେ । ଦେବୀ ଅର୍ଦ୍ଧାସିନି ଅଧା ଜଳ ଶୋଷି ଶ୍ରୀକ୍ଷେତ୍ରକୁ ରକ୍ଷା କରିଥବାରୁ ସେ ସମସ୍ତଙ୍କର ମାତୃ ତୁଲ୍ୟ । ଏଣୁ ମହାପ୍ରଭୁଙ୍କ ମାତୃ ତୁଲ୍ୟ ହୋଇଥିବାରୁ ଦେବୀ ଅର୍ଦ୍ଧାସିନିଙ୍କୁ ମହାପ୍ରଭୁଙ୍କ ମାଉସୀ ବୋଲି କୁହାଯାଏ । ତେବେ ମା' ସବୁବେଳେ ନିଜ ପୁଅକୁ ବହୁତ ଭଲ ପାଇଥାଏ । ବହୁ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ନିଜ ପୁଅକୁ ପଠେଇ ଦେଇଥାଏ । ଏହା ମା'ର ଆନନ୍ଦର କଥା ।

ଯେହେତୁ ନିଜ ପୁଅ ତଥା ପୁତୁରା କାଳିଆ, ବଳିଆ ଶ୍ରୀମନ୍ଦିରରୁ ବାହାରି ରଥଯାତ୍ରାରେ ଯାଇଥାନ୍ତି । ବାହୁଡାରେ ଫେରିଲା ବେଳେ ମାଉସୀ ମା' ସୁସ୍ଵାଦୁ ପୋଡ଼ ପିଠା ଖୋଇ ଦେଇଥାଏ ନିଜ ପ୍ରିୟ କାଳିଆ, ବଳିଆ ଓ ସୁଭଦ୍ରାଙ୍କୁ । ମାଉସୀ ମା'ଙ୍କ ପୂଜକ ଏହି ସୁସ୍ୱାଦୁ ପୋଡ଼ ପିଠା ସ୍ଵତନ୍ତ୍ର ଭାବେ ଘିଅରେ ପ୍ରସ୍ତୁତ କରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଲାଗି କରିଥାନ୍ତି । ଏହାକୁ ମହାପ୍ରଭୁଙ୍କ ମାନବୀୟ ଲୀଳାର ଏକ ଅଂଶବିଶେଷ ବୋଲି ସେବାୟତ କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.