ETV Bharat / state

ଜନ୍ମବେଦୀରେ ଦାରୁବ୍ରହ୍ମ: ଗୁଣ୍ଡିଚା ମନ୍ଦିରରେ ପ୍ରବଳ ଭିଡ, ଆଡ଼ପ ଅବଢ଼ା ପାଇଲେ ଭକ୍ତ - Jagannath Adapa Mandap Darshan

author img

By ETV Bharat Odisha Team

Published : Jul 10, 2024, 8:14 AM IST

Updated : Jul 10, 2024, 7:22 PM IST

Adapa abadha available at Shree Gundiacha Temple Puri from Today: ଶ୍ରୀମନ୍ଦିର ଛାଡି ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀଜିଉ । ରତ୍ନବେଦୀ ଛାଡି ଜନ୍ମବେଦୀକୁ ଆସିଛନ୍ତି ତିନିଠାକୁର । ଆଜିଠୁ ଆଡ଼ପ ମଣ୍ଡପରେ ରହି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଦାରୁବ୍ରହ୍ମ । ସେପଟେ ଆଜିଠୁ ମିଳିଲା ଆଡ଼ପ ଅବଢା । ଅଧିକ ପଢନ୍ତୁ

Adapa abadha available at Shree Gundiacha Temple
Adapa abadha available at Shree Gundiacha Temple (ETV Bharat Odisha)

ପୁରୀ: ଜନ୍ମବେଦୀରେ ଦାରୁବ୍ରହ୍ମ । ଆଡପ ମଣ୍ଡପରେ ରହି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ହଜାର ହଜାର ଭକ୍ତ ଭଗବାନଙ୍କ ଦର୍ଶନ ପାଇବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ସକାଳୁ ସକାଳୁ ଭିଡ ଜମାଇଥିବା ଦେଖିବାକୁ ମିଳିଥିଲା । ସେପଟେ ଆଜି(ବୁଧବାର)ଠୁ ଭକ୍ତମାନଙ୍କୁ ମିଳିଛି ଆଡ଼ପ ଅବଢ଼ା । ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅବଢ଼ା ପାଇବାରୁ ଲକ୍ଷାଧିକ ଭକ୍ତ ଉତ୍କଣ୍ଠାର ସହ ଚାହିଁ ରହିଥିଲେ । ଭକ୍ତମାନେ ଶୃଙ୍ଖଳିତ ଭାବେ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ତେବେ ଆଜି ପ୍ରଥମ ଦିବସରେ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପାଇଁ ବାହାରିଛି ଆଡ଼ପ ଅବଢ଼ା ।

Adapa abadha (ETV Bharat Odisha)

ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରୁଥିବାବେଳେ ଯେଉଁ ଅବଢ଼ା ବାହାରିଥାଏ ତାହାକୁ ଆଡ଼ପ ଅବଢ଼ା କୁହାଯାଏ । ଏହାକୁ ପାଇବାକୁ ଭକ୍ତଙ୍କ ବେଶ ଆଗ୍ରହ ଦେଖିବାକୁ ମିଳିଥାଏ । ନିଜ ପିତୃ ପୁରୁଷଙ୍କ ଆତ୍ମା ଶାନ୍ତି ପାଇଁ ଏହି ଆଡ଼ପ ଅବଢ଼ା ବ୍ରାହ୍ମଣ ଭୋଜନ ଦିଆଯାଏ । ତେବେ ଏହି ଆଡ଼ପ ଅବଢ଼ା ପାଇ ଭକ୍ତମାନେ ବେଶ ଖୁସି ପ୍ରକଟ କରିଛନ୍ତି । ତେବେ ଶୃଙ୍ଖଳିତ ଦର୍ଶନ ପାଇଁ ବାରିକେଡ ବ୍ୟବସ୍ଥା ସହ ପୋଲିସ ଫୋର୍ସ ମୁତୟନ କରାଯାଇଛି । ତେବେ ସକାଳୁ ମହାପ୍ରଭୁଙ୍କ ମହାସ୍ନାନ ନୀତି ପରେ ଭକ୍ତମାନଙ୍କ ପାଇଁ ଦର୍ଶନ ଆରମ୍ଭ ହୋଇଥଲା । ମହାପ୍ରଭୁଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ ପାଇ ଭକ୍ତ ଭାବ ବିହ୍ଵଳିତ ହୋଇଛନ୍ତି । କାରଣ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଭକ୍ତଙ୍କୁ ୧ ବର୍ଷ ଅପେକ୍ଷା କରିବାକୁ ପଡ଼ିଥାଏ ।

ରଥାରୂଢ ପ୍ରଭୁ ବଳଭଦ୍ର
ରଥାରୂଢ ପ୍ରଭୁ ବଳଭଦ୍ର (ETV Bharat Odisha)

ଶ୍ରୀମନ୍ଦିରର ରତ୍ନ ସିଂହାସନରେ ମହାପ୍ରଭୁଙ୍କୁ 10 ବର୍ଷ ଦର୍ଶନ କରିବା ଯାହା ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ମାତ୍ର ଥରେ ଦର୍ଶନ କଲେ ସୁଫଳ ମିଳିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି । ତେବେ ଆଜି(ବୁଧବାର) ଅପରାହ୍ନରେ ମହାପ୍ରଭୁଙ୍କ ପ୍ରଥମ ଆଡ଼ପ ଅବଢ଼ା ମହାପ୍ରସାଦ ବାହାରିବାକୁ ନେଇ ଭକ୍ତମାନେ ଉତ୍କଣ୍ଠା ସହ ଅପେକ୍ଷାରେ ଥିଲେ । ଗତକାଲି ସନ୍ଧ୍ୟା ୭ଟା ପରେ ରଥାରୂଢ ଦାରୁବ୍ରହ୍ମଙ୍କୁ ଗୋଟି ପହଣ୍ଡିରେ ନେଇ ଶ୍ରୀଗୁଣ୍ଡିଚା ମନ୍ଦିରର ଆଡପ ମଣ୍ଡପରେ ବିଜେ କରାଇଛନ୍ତି ସେବାୟତ । ରଥାରୂଢ ଶ୍ରୀଜିଉ ଜନ୍ମବେଦୀକୁ ଯାତ୍ରା କରିଛନ୍ତି । ଅନ୍ୟପଟେ ବନକଲାଗି ନୀତି ଯୋଗୁ ଆଜି ସନ୍ଧ୍ୟାରେ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ଥିବା ଜଣାପଡିଛି ।

ରଥାରୂଢ ମାଆ ସୁଭଦ୍ରା
ରଥାରୂଢ ମାଆ ସୁଭଦ୍ରା (ETV Bharat Odisha)

ଏହାମଧ୍ୟ ପଢନ୍ତୁ.. ଆଡ଼ପ ପହଣ୍ଡି ବେଳେ ବଡ଼ ଅଘଟଣ; ଖସିପଡ଼ିଲେ ବଡ଼ ଠାକୁର, ଅନେକ ଆହତ - Lord Balabhadra slipped

ଶ୍ରୀ ଜଗନ୍ନାଥଙ୍କ ଆଡପ ମଣ୍ଡପ ବିଜେ ପହଣ୍ଡି
ଶ୍ରୀ ଜଗନ୍ନାଥଙ୍କ ଆଡପ ମଣ୍ଡପ ବିଜେ ପହଣ୍ଡି (ETV Bharat Odisha)

ଚଳିତ ବର୍ଷ ୨ ଦିନ ରଥଯାତ୍ରା ପଡିଥିବା ବେଳେ ୩ ଦିନ ରଥ ଉପରେ ରହିଥିଲେ ତିନିଠାକୁର । ରବିବାର ରଥଟଣା ଆରମ୍ଭ ହୋଇଥିବା ବେଳେ କିଛି ବାଟ ଯିବା ପରେ ସୂର୍ଯ୍ୟାସ୍ତ ହେବାରୁ ଅଧାରୁ ରଥଟଣା ବନ୍ଦ ରହିଥିଲା । ଏହାପରେ ସୋମବାର ଦିନ ପୂର୍ବାହ୍ନରେ ତିନି ରଥ ଶରଧାବାଲିରେ ଲାଗିଥିଲା । ସୋମବାର ପୂର୍ବାହ୍ନରୁ ମଙ୍ଗଳବାର ଅପରାହ୍ନ ପର୍ଯ୍ୟନ୍ତ ଶରଧାବାଲିରେ ରଥାରୂଢ ଭଗବାନଙ୍କୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗିଥିଲା। କାଳିଆ ସାଆନ୍ତେଙ୍କୁ ପାଖରେ ପାଇ ଭାବବିହ୍ୱଳ ହୋଇପଡିଥିଲେ ଭକ୍ତ । ଭଜନ କୀର୍ତ୍ତନରେ ପ୍ରକମ୍ପିତ ହୋଇଥିଲା ଗଗନପବନ । ଦାରୁଦିଅଁଙ୍କୁ ଦୀପ ଦାନ କରି ନିଜର ସୁଖ ଦୁଃଖ ଜଣାଇଥିଲା ଭକ୍ତ ।

ଇଚିଭି ଭାରତ, ପୁରୀ

Last Updated : Jul 10, 2024, 7:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.