ETV Bharat / state

ହେରାପଞ୍ଚମୀ ନୀତି; ନନ୍ଦିଘୋଷ ରଥ ଭାଙ୍ଗିଲେ ଅଭିମାନିନୀ ମହାଲକ୍ଷ୍ମୀ - PURI RATH YATRA HERA PANCHAMI

author img

By ETV Bharat Odisha Team

Published : Jul 12, 2024, 11:16 AM IST

HERA PANCHAMI: ହେରାପଞ୍ଚମୀରେ ନନ୍ଦିଘୋଷ ରଥ ଭାଙ୍ଗିଲେ ମହାଲକ୍ଷ୍ମୀ । ଶ୍ରୀଗୁଣ୍ଡିଚା ମନ୍ଦିରରେ ଜଗନ୍ନାଥଙ୍କ ଦର୍ଶନ ନପାଇ ରାଗରେ ଶ୍ରୀମନ୍ଦିର ଫେରିଲେ । ଅଧିକ ପଢନ୍ତୁ

HERA PANCHAMI RITUALS
HERA PANCHAMI RITUALS (ETV BHARAT ODISHA)

ପୁରୀ: ଆଜି ଦକ୍ଷିଣ ମୋଡ ନେବ ଗୁଣ୍ଡିଚା ମନ୍ଦିର ନିକଟରେ ଥିବା ତିନି ରଥ । ଏହା ପୂର୍ବରୁ ଗତକାଲି ମହାଆଡମ୍ବରରେ ମହାପ୍ରଭୁଙ୍କ ହେରାପଞ୍ଚମୀ ନୀତି ସମ୍ପର୍ଣ୍ଣ ହୋଇଛି। ରାଗରେ ଜର୍ଜରିତ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଜଗନ୍ନାଥଙ୍କ ରଥ ଭାଙ୍ଗିଥିଲେ ଅଭିମାନିନୀ ମହାଲକ୍ଷ୍ମୀ । ଗତକାଲି ବିଳମ୍ବିତ ରାତିରେ ମହାଲକ୍ଷ୍ମୀ ପହଞ୍ଚିଲେ ଶ୍ରୀଗୁଣ୍ଡିଚା ମନ୍ଦିରରେ । ମହାପ୍ରଭୁଙ୍କ ଦର୍ଶନ ନପାଇ ମହାଲକ୍ଷ୍ମୀ ରଥଭାଙ୍ଗିଲେ ଓ ଶ୍ରୀମନ୍ଦିରକୁ ଫେରି ଆସିଥିଲେ। ଆଜିଠାରୁ ମହାପ୍ରଭୁଙ୍କ ବାହୁଡା ପ୍ରସ୍ତୁତି ଆରମ୍ଭ ହେବ । ତିନିରଥର ହେବ ଦକ୍ଷିଣ ମୋଡ ।

ରୁକ୍ମଣୀ ହରଣ ଏକାଦଶୀ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ମହାଲକ୍ଷ୍ମୀଙ୍କ ବିବାହ ହୋଇଥିଲା । ଗଇଁଠାଳ ଫିଟି ନ ଥିବା ବେଳେ ମହାପ୍ରଭୁ ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ଚିକିତ୍ସିତ ହେଉଥିଲେ । ସୁସ୍ଥ ହେବା ପରେ ମହାଲକ୍ଷ୍ମୀଙ୍କୁ ଛାଡି ବଡଭାଇ ଓ ଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦୀକୁ ଯାତ୍ରା କରିଛନ୍ତି ତିନି ଠାକୁର । ଦୀର୍ଘଦିନ ଧରି ମହାପ୍ରଭୁଙ୍କ ସହ ମହାଲକ୍ଷ୍ମୀଙ୍କ ସାକ୍ଷାତ ହୋଇନାହିଁ । ସେଥିପାଇଁ ମହାଲକ୍ଷ୍ମୀ ବ୍ଯସ୍ତ ବିବ୍ରତ ହୋଇପଡିଛନ୍ତି । ଗତକାଲି ସଂଧ୍ୟା ଆଳତୀ ପରେ ଏକ ସୁସଜିତ ବିମାନ ପଟୁଆରରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ । ନନ୍ଦିଘୋଷ ରଥ ନିକଟରେ ମହାଲକ୍ଷ୍ମୀ ପହଞ୍ଚିବା ପରେ ପତ୍ତିମହାପାତ୍ର ସେବାୟତ କର୍ପୂର ବନ୍ଦାପନା, ବଳିତା ବନ୍ଦାପନା,ଚାଉଳ ବନ୍ଦାପନା ଇତ୍ୟାଦି କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଆଜି ହେରାପଞ୍ଚମୀ; କାହିଁକି ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭାଙ୍ଗନ୍ତି ଲକ୍ଷ୍ମୀ ଠାକୁରାଣୀ ? - PURI RATH YATRA HERA PANCHAMI

ସେପଟେ ଗୁଣ୍ଡିଚା ମନ୍ଦିରକୁ ମହାଲକ୍ଷ୍ମୀ ଯିବାବେଳେ ମହାପ୍ରଭୁଙ୍କ ଠାରୁ ମୁଖଚୁମ୍ବିତ ଅଧରମାଳା ମହାଲକ୍ଷ୍ମୀଙ୍କୁ ପ୍ରଦାନ କରାଯାଇଥିଲା । ସେହି ସମୟରେ ସଂଧ୍ୟାଧୂପ ଚାଲିଥିବାରୁ ଟେରା ପଡିଥିବା କାରଣରୁ ମହାପ୍ରଭୁଙ୍କ ଭେଟ ନ ପାଇ ରାଗରେ ଅଭିମାନ କରିଥିଲେ ମା’ ମହାଲକ୍ଷ୍ମୀ। ରାଗ ଜର୍ଜରିତ ଅଭିମାନୀନି ମହାଲକ୍ଷ୍ମୀ ନାକଚଣା ଦ୍ୱାର ଦେଇ ପ୍ରସ୍ଥାନ କରିବା ସମୟରେ ଭିତରଚ୍ଛ ମହାପାତ୍ର ଦହିପଟି ମଣୋହି ନୀତି କରିଥିଲେ । ଏହାପରେ ମହାଲକ୍ଷ୍ମୀ ନନ୍ଦିଘୋଷ ରଥର ଚକ ଭାଙ୍ଗି ବଡଦାଣ୍ଡ ଓ ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିରକୁ ପ୍ରସ୍ଥାନ କରିଥିଲେ । ବିଳମ୍ବିତ ରାତ୍ରିରେ ଅନୁଷ୍ଠିତ ମହାପ୍ରଭୁଙ୍କ ଏହି ନୀତିକାନ୍ତି ଦେଖିବା ପାଇଁ ଗୁଣ୍ଡିଚା ମନ୍ଦିର ଓ ଶରଧାବାଲି ଅଂଚଳରେ ଭକ୍ତ ରୁଣ୍ଡ ହୋଇଥିଲେ।

ରଥଭଙ୍ଗା ନିତି ସାରି ସିଂହଦ୍ଵାର ଦେଇ ମନ୍ଦିରକୁ ପ୍ରବେଶ କରିଥିଲେ ମାଆ ଲକ୍ଷ୍ମୀ । ମହାପ୍ରଭୁ ଓ ମହାଲକ୍ଷ୍ମୀଙ୍କ କଳି ଭକ୍ତଙ୍କୁ ବେଶ୍ରୋମାଞ୍ଚିତ କରିଥିଲା। କେବଳ ଯେ ପ୍ରତି ପରିବାରରେ ଯେଉଁ କଳି ଝଗଡା ଲାଗେ ତାହା ନୁହେଁ ମହାପ୍ରଭୁଙ୍କ ପରିବାରରେ ମଧ୍ୟ ଏହି ସମସ୍ଯା ରହିଥାଏ। ଭକ୍ତ ମାନେ ରାତି ଉଜାଗର ରହି ମହାପ୍ରଭୁଙ୍କ ଲିଳା ଦର୍ଶନ କରିଥିଲେ । ମହାଲକ୍ଷ୍ମୀ ରାଗରେ ଫେରିଯିବା ଖବର ପାଇବା ପରେ ମହାପ୍ରଭୁ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପରମ୍ପରା ଆଧାରରେ ଆଜି ତିନିରଥର ଦକ୍ଷିଣ ମୋଡ କରାଯିବ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.