ETV Bharat / state

ହସ୍ପିଟାଲରେ ଭର୍ତ୍ତି ହେଲେ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, କାଳଜୟୀ ରଙ୍ଗବତୀ ଗୀତ ପାଇଁ ଦେଶ ବିଦେଶରେ ପରିଚିତ - Jitendra Haripal Hospitalised

author img

By ETV Bharat Odisha Team

Published : May 14, 2024, 7:17 PM IST

Padma Shri Jitendra Haripal Hospitalised: ଗତକାଲି ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲ ହଠାତ ଅସୁସ୍ଥ ହେବାରୁ ତାଙ୍କୁ ସମ୍ବଲପୁରର ବିକାଶ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅଧିକ ପଢନ୍ତୁ

Padma Shri Jitendra Haripal Hospitalised
Padma Shri Jitendra Haripal Hospitalised (ETV Bharat Odisha)

ସମ୍ବଲପୁର: ବିଶିଷ୍ଟ ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ଅସୁସ୍ଥ । ଗତକାଲି ହଠାତ୍‌ ଅସୁସ୍ଥ ହେବାରୁ ତାଙ୍କୁ ସମ୍ବଲପୁରର ବିକାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ହାର୍ନିଆ ରୋଗରେ ପୀଡିତ ଥିବା ସୂଚନା ମିଳିଛି । ଏକଥା ଜାଣିବା ପରେ ଆଜି ସକାଳେ ବିକାଶ ହସ୍ପିଟାଲ ଯାଇ ତାଙ୍କୁ ସାକ୍ଷାତ କରିଛନ୍ତି ବିଜୁ ଜନତା ଦଳର ସମ୍ବଲପୁର ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀ । ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲଙ୍କୁ ଭେଟି ସେ ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ସେ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି କାମନା କରିଛନ୍ତି ରୋହିତ ।

ସୂଚନା ଯୋଗ୍ୟ ଯେ ଗତକାଲି ସୋମବାର ଦିନ ଜିତେନ୍ଦ୍ର ହରିପାଲ ହଠାତ ଅସୁସ୍ଥ ଅନୁଭବ କରିଥିଲେ । ଫଳରେ ତାଙ୍କୁ ବିକାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଖବର ପ୍ରଚାରିତ ହେବାପରେ ସାରା ଅଞ୍ଚଳରେ ଚହଳ ପଡି ଯାଇଥିଲା । ତେବେ ଡାକ୍ତରଙ୍କ ସୂଚନା ଅନୁଯାୟୀ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି । ତେବେ ତାଙ୍କ ଅସୁସ୍ଥତା ଖବର ସମ୍ବଲପୁରୀ କଳା ଜଗତ ପାଇଁ ଭଲ ଖବର ନୁହେଁ ବୋଲି ରୋହିତ ପୂଜାରୀ କହିଛନ୍ତି ।

କଳା ପ୍ରତି ସ୍ବତନ୍ତ୍ର ଅବଦାନ:- ସୂଚନା ଯୋଗ୍ୟ ଯେ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ଜଣେ ସୁପରିଚିତ କଣ୍ଠଶିଳ୍ପୀ ଅଟନ୍ତି । ସେ ରଙ୍ଗବତୀ ଗୀତରେ କଣ୍ଠଦାନ କରିବା ସହିତ ସାରା ବିଶ୍ବରେ ଶ୍ରୋତାଙ୍କୁ ବିମୋହିତ କରିଥିଲେ । ଏହା ସହ ସେ ଆହୁରି ଅନେକ ଲୋକପ୍ରିୟ ସମ୍ବଲପୁରୀ ଗୀତ ଗାଇଛନ୍ତି । ସମ୍ବଲପୁରୀ କଳା ସଂସ୍କୃତିକୁ ବିଶ୍ବ ଦରବାରରେ ପରିଚିତ କରାଇବାରେ ତାଙ୍କର ପ୍ରମୁଖ ଅବଦାନ ରହିଛି । ତାଙ୍କର ଓଡ଼ିଆ ଛଡା ଭୋଜପୁରୀ, ବଙ୍ଗାଳୀ, ଛତିଶଗଡ଼ ତଥା ଢକିଆ ଭାଷାରେ ମଧ୍ୟ ଅନେକ ଗୀତ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ.. ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ସ୍ବାଧୀନ ପ୍ରାର୍ଥୀଙ୍କ ଆକ୍ରମଣ ! ଉତ୍ତେଜନା ଜାରି - Attack On Pradeep Panigrahi

ଜିତେନ୍ଦ୍ରୀୟଙ୍କ ବ୍ୟକ୍ତିଗତ ଜୀବନ:- ଜିତେନ୍ଦ୍ର ସମ୍ବଲପୁରର ଏକ ଦଳିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ଜିତେନ୍ଦ୍ରଙ୍କ ପିତା ମାନଧାତା ହରିପାଲ ଜଣେ ଲୋକ ସଂଗୀତକାର ଓ ଗାୟକ ଥିଲେ । ଜିତେନ୍ଦ୍ରଙ୍କ ପିତା ମାନଧାତା ହରିପାଳ ଜଣେ ଲୋକ ସଂଗୀତକାର ଓ ଗାୟକ ଥିଲେ । ଅର୍ଥାଭାବ ଯୋଗୁଁ ଜିତେନ୍ଦ୍ର ବିଦ୍ୟାଳୟ ଶିକ୍ଷା ଅଧାରେ ବନ୍ଦ ହୋଇଯାଇଥିଲା । ହେଲେ ସେ ତାଙ୍କ ପିଲା ଦିନରୁ ହିଁ ଗୀତ, ପାରମ୍ପାରିକ ବାଦ୍ୟ ପ୍ରତି ଅତ୍ୟନ୍ତ ଆଗ୍ରହୀ ଥିଲେ । ସଙ୍ଗୀତ ବିଦ୍ୟାଳୟରେ ନା ଲେଖିବାକୁ ଅର୍ଥ ନଥିବାରୁ ସେ ସ୍କୁଲ ବାହାରେ ଛିଡ଼ା ହେଇ ଶିକ୍ଷା ଆହରଣ କରୁଥିଲେ ।

ପରେ ୧୯୭୧ରୁ ସେ ଆକାଶବାଣୀରେ 'ବି' ଗ୍ରେଡ କଳାକାର ଭାବେ ନିଯୁକ୍ତି ପାଇ ଅନେକ ଲୋକ ଗୀତ, କୋଷଳୀ ଆଞ୍ଚଳିକ ଗୀତ ଗାଇଥିଲେ । ରଙ୍ଗବତୀ ୧୯୭୬ରେ ରେକର୍ଡ଼ ହେଇଥିଲେ ମଧ୍ୟ ଅନେକ ବିବାଦ କାରଣରୁ ମୁକ୍ତିଲାଭ ହେଇ ପାରି ନଥିଲା । ପରେ ସେ ଗୀତ ଖୁବ ଲୋକପ୍ରିୟ ହୋଇଥିଲା ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.