ETV Bharat / state

୨୦ରେ ବାଚସ୍ପତି ନିର୍ବାଚନ, ରଣେନ୍ଦ୍ର ପ୍ରତାପ ସ୍ବାଇଁ ହେଲେ କାମଚଳା ବାଚସ୍ପତି - PRO TEM SPEAKER RANENDRA SWAIN

author img

By ETV Bharat Odisha Team

Published : Jun 13, 2024, 10:17 PM IST

Updated : Jun 13, 2024, 10:23 PM IST

Odisha Assembly Speaker Election: କାମଚଳା ବାଚସ୍ପତି ଭାବେ ନିଯୁକ୍ତ ହୋଇଛନ୍ତି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଆସନ୍ତାକାଲି ସେ ସ୍ୱଳ୍ପକାଳୀନ ବାଚସ୍ପତି ଭାବେ ଶପଥ ନେବେ । ଅଧିକ ପଢନ୍ତୁ

Odisha Assembly Speaker Election
Odisha Assembly Speaker Election (ETV Bharat Odisha)

ଭୁବନେଶ୍ବର: ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ କାମଚଳା ବାଚସ୍ପତି ଭାବେ ନିଯୁକ୍ତ ହୋଇଛନ୍ତି । ସେ ସ୍ୱଳ୍ପକାଳୀନ ବାଚସ୍ପତି (PRO-TEM speaker) ଭାବେ ଦାୟିତ୍ବ ତୁଲାଇବେ । ଆସନ୍ତାକାଲି (ଶୁକ୍ରବାର) ସେ ସ୍ୱଳ୍ପକାଳୀନ ବାଚସ୍ପତି ଭାବେ ଶପଥ ନେବେ । ସେହିପରି ସେ ନିର୍ବାଚିତ ବିଧାୟକଙ୍କୁ ଆସନ୍ତା 18 ଓ 19 ତାରିଖରେ ଶପଥ ପାଠ କରାଇବେ । ଆସନ୍ତା 20 ତାରିଖରେ ସ୍ଥାୟୀ ବାଚସ୍ପତିଙ୍କ ନିର୍ବାଚନ ଅନୁଷ୍ଠିତ ହେବ । ଓଡିଶାରେ ବିଜେପି ନେତୃତ୍ୱରେ ନୂଆ ସରକାର ଗଠନ ହୋଇଛି । କିନ୍ତୁ ନୂଆ ବାଚସ୍ପତି ନିର୍ବାଚିତ ହୋଇନାହାନ୍ତି ।

ବାଚସ୍ପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବା ଲାଗି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ତେଣୁ ଆଜି ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ କାମଚଳା ବା ସ୍ୱଳ୍ପକାଳୀନ ବାଚସ୍ପତି (PRO-TEM speaker) ଭାବେ ନିଯୁକ୍ତି ମିଳିଛି । ସେ ଆସନ୍ତାକାଲି ସ୍ୱଳ୍ପକାଳୀନ ବାଚସ୍ପତି ଭାବେ ଶପଥ ନେବେ । ରାଜ୍ୟରେ ନିର୍ବାଚିତ ବିଧାୟକ ମାନେ ଆସନ୍ତା 18 ଓ 19 ତାରିଖରେ ଶପଥ ଗ୍ରହଣ କରିବେ । ତାଙ୍କୁ ସ୍ୱଳ୍ପକାଳୀନ ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ଶପଥ ପାଠ କରାଇବେ ରାଜ୍ୟପାଳ । ସେହିପରି ଆସନ୍ତା 20 ତାରିଖରେ ସ୍ଥାୟୀ ବାଚସ୍ପତିଙ୍କ ନିର୍ବାଚନ ଅନୁଷ୍ଠିତ ହେବ ।

ଏହା ବି ପଢନ୍ତୁ...୨୬ରେ ଲୋକସଭା ବାଚସ୍ପତି ନିର୍ବାଚନ, ୨୭ରେ ଉଭୟ ଗୃହକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ

ଏହା ବି ପଢନ୍ତୁ...କେତେ କ୍ଷମତାଶାଳୀ 'ବାଚସ୍ପତି' ? କେଉଁ ଆଧାରରେ ହୁଏ ଚୟନ ଜାଣନ୍ତୁ - Role Of Lok sabha Speaker
ଏହା ବି ପଢନ୍ତୁ...ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଶିଷ୍ଟ ବ୍ୟକ୍ତି ଓ ସଚିବ; ଜଣାଇଲେ ଶୁଭେଚ୍ଛା

ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ ସଂସଦୀୟ ବ୍ୟାପାର ପ୍ରମୁଖ ଶାସନ ସଚିବ ଜି. ମାଥିଭାତାନନଙ୍କ ସମେତ ବିଧାନସଭା ସଚିବ ଦାଶରଥି ଶତପଥୀ ଓ ବିଧାନସଭାର ଅଧିକାରୀ । ରାଜ୍ୟ ଅତିଥି ଭବନରେ ନିର୍ବାଚିତ ବିଧାୟକଙ୍କ ଶପଥ ନେଇ ଆଲୋଚନା ହୋଇଥିଲା । ଏହାପରେ ବିଧାନସଭା ପକ୍ଷରୁ ରାଜଭବନକୁ ସ୍ୱଳ୍ପକାଳୀନ ବାଚସ୍ପତିଙ୍କୁ ନିଯୁକ୍ତି ନେଇ ଅନୁରୋଧ କରାଯାଇଥିଲା । ଏହା ପରେ ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ସ୍ୱଳ୍ପକାଳୀନ ବାଚସ୍ପତି ଭାବେ ନିଯୁକ୍ତି ମିଳିଛି । 2019 ରେ ମଧ୍ୟ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସ୍ୱଳ୍ପକାଳୀନ ବାଚସ୍ପତି ଭାବେ ନିଯୁକ୍ତ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 13, 2024, 10:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.