ETV Bharat / state

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ବିଦ୍ୟାର୍ଥୀଙ୍କୁ ରାମୋଜୀ ରାଓ ଛାତ୍ରବୃତ୍ତି - RAMOJI RAO SCHOLARSHIPS

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ୱାଦିକତା ଓ ଗଣଯୋଗାଯୋଗ ବିଭାଗକୁ 50 ବର୍ଷ ପୂରଣ ହୋଇଛି । ସୁବର୍ଣ୍ଣ ଜୟନ୍ତୀରେ 'ଇଟିଭି' ପ୍ରତିଷ୍ଠାତା ସ୍ବର୍ଗତ ରାମୋଜୀ ରାଓଙ୍କ ନାମରେ 2 ଛାତ୍ରଛାତ୍ରୀଙ୍କୁ ଦିଆଗଲା ଛାତ୍ରବୃତ୍ତି ।

RAMOJI RAO SCHOLARSHIPS
RAMOJI RAO SCHOLARSHIPS (ETV BHARAT ODISHA)
author img

By ETV Bharat Odisha Team

Published : Dec 15, 2024, 8:06 AM IST

Updated : Dec 15, 2024, 8:46 AM IST

ବ୍ରହ୍ମପୁର: ପଚାଶ ବର୍ଷରେ ପାଦ ଥାପିଛି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ୱାଦିକତା ଓ ଗଣଯୋଗାଯୋଗ ଶିକ୍ଷା ବିଭାଗ । ଗତକାଲି (ଶନିବାର) ବିଭାଗର ସୁବର୍ଣ୍ଣ ଜୟନ୍ତୀ ପାଳିତ ହୋଇଯାଇଥିବା ବେଳେ ଦୁଇ ବିଦ୍ୟାର୍ଥୀଙ୍କୁ ଦିଆଯାଇଛି ରାମୋଜୀ ରାଓ ଛାତ୍ରବୃତ୍ତି । ଯାହା ଶିକ୍ଷା କ୍ଷେତ୍ରରେ ତାଙ୍କୁ ପ୍ରୋତ୍ସାହିତ କରିବ । ଓଡିଶା ମିଡିଆ ପରିବାର ପକ୍ଷରୁ 5 ହଜାର ଲେଖାଏଁ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି । ସାମ୍ବାଦିକତା କ୍ଷେତ୍ରରେ ରାମୋଜୀ ରାଓଙ୍କ ଅବଦାନ ଅବିସ୍ମରଣୀୟ । ତେଣୁ ତାଙ୍କ ନାମରେ ସାମ୍ୱାଦିକତାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି ।

ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଦୁଇ ବିଦ୍ୟାର୍ଥୀଙ୍କୁ ଦିଆଗଲା ରାମୋଜୀ ରାଓ ଛାତ୍ରବୃତ୍ତି:

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ୱାଦିକତା ଓ ଗଣଯୋଗାଯୋଗ ବିଭାଗ ପାଳନ କରିଛି ତାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ । ଏହି ଅବସରରେ ବିଭାଗରେ ବର୍ତ୍ତମାନ ଅଧ୍ୟୟନରତ ଦୁଇ ଜଣ ବିଦ୍ୟାର୍ଥୀଙ୍କୁ ଦିଆଯାଇଛି 'ଇନାଡୁ'ର ପ୍ରତିଷ୍ଠାତା ତଥା 'ଇଟିଭି' ଏବଂ 'ଇଟିଭି ଭାରତ'ର ପ୍ରତିଷ୍ଠାତା ସ୍ୱର୍ଗତ ରାମୋଜୀ ରାଓଙ୍କ ନାମରେ ଛାତ୍ରବୃତ୍ତି । ଓଡିଶା ମିଡିଆ ପରିବାର ପକ୍ଷରୁ ପ୍ରଦତ୍ତ କରାଯାଇଥିବା ଏହି ଛାତ୍ରବୃତ୍ତିକୁ ବିଶ୍ୱବିଦ୍ୟାଳୟର ସାମ୍ୱାଦିକତା ଓ ଗଣଯୋଗାଯୋଗ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ରୀ ବନୀତା ନିଶିକା ଓ ସିଦ୍ଧାନ୍ତ ସାରକାଙ୍କୁ ୫ହଜାର ଲେଖାଏଁ ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା । ବନୀତାଙ୍କ ଘର ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ମନେଇ ଗୁଡା ଗ୍ରାମରେ ଓ ସିଦ୍ଧାନ୍ତଙ୍କ ଘର ରାୟଗଡା ବ୍ଲକ ଅନ୍ତର୍ଗତ ବି.ଏନ୍.ପୁର ଗ୍ରାମରେ ।

RAMOJI RAO SCHOLARSHIPS (ETV BHARAT ODISHA)

ବନୀତା ନିଶିକା କହିଛନ୍ତି, ''ନଭେମ୍ବର 16ରେ ରାମୋଜୀ ରାଓଙ୍କ ଜନ୍ମ ଦିବସରେ ଓଡ଼ିଶା ମିଡିଆ ପରିବାର କ୍ଷେତ୍ରରୁ ଆର୍ଥିକ କ୍ଷେତ୍ରରେ ମୋତେ ଚୟନ କରି 5 ହଜାର ଟଙ୍କା ସହାୟତା କରିଥିବାରୁ ମୁଁ ନିଜକୁ ଧନ୍ୟମନେ କରୁଛି । ''

ସିଦ୍ଧାନ୍ତ ସାରକା କହିଛନ୍ତି, ''ରାମୋଜୀ ରାଓଙ୍କ ଜୟନ୍ତୀ ଉପଲକ୍ଷେ ମୋତେ ଓଡ଼ିଶା ମିଡିଆ ପରିବାର ପକ୍ଷରୁ ମୋତେ ଛାତ୍ରବୃତ୍ତି ପ୍ରଦାନ ନେଇ ଚୟନ କରାଯାଇଥିଲା । ଆର୍ଥୀକ କ୍ଷେତ୍ରରେ ମୋତେ 5 ହଜାର ଟଙ୍କା ପ୍ରଦାନ କରାଯାଇଛି । ''

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ୱାଦିକତା ଓ ଗଣଯୋଗାଯୋଗ ବିଭାଗର ସୁବର୍ଣ୍ଣ ଜୟନ୍ତୀ:

berhamapur university
berhamapur university (ETV BHARAT ODISHA)

୧୯୭୪ ମସିହାରେ ଓଡିଶାର ଗଣମାଧ୍ୟମ ଜଗତରେ ବୈପ୍ଲବିକ ପରିବର୍ତ୍ତନ ଆଣିବା କ୍ଷେତ୍ରରେ ପ୍ରୟାସ ଆରମ୍ଭ କରିଥିଲା ବିଶ୍ୱବିଦ୍ୟାଳୟ । ସେହି ସମୟରେ ଆମ ରାଜ୍ୟରେ ଖବରକାଗଜ ପ୍ରକାଶିତ ହେଉଥିଲେ ମଧ୍ୟ କୌଣସି ସ୍ଥାନରେ ନଥିଲା ସାମ୍ବାଦିକତା ପାଠ୍ୟକ୍ରମ ଶିକ୍ଷାଦାନ । ଯାହାକି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ (ଭଂଞ୍ଜବିହାର) ପ୍ରତିଷ୍ଠା ହେବାର ୭ ବର୍ଷ ପରେ ଆରମ୍ଭ ହୋଇଥିଲା ସାମ୍ୱାଦିକତା ଓ ଗଣ ଯୋଗାଯୋଗ ବିଭାଗର ସ୍ନାତକ ପାଠ୍ୟକ୍ରମ । ଯାହାକୁ ବିଜେଏମ୍‌ସି(BJMC) ଭାବରେ ପରିଚିତ ରହିଥିଲା । ଆଉ ଏକ ମୁହର୍ତ୍ତରେ ରାଜ୍ୟର ପ୍ରଥମ ବିଶ୍ୱବିଦ୍ୟାଳୟ ଭାବରେ ପଦକ୍ଷେପ ନେଇଥିଲା ଭଂଞ୍ଜବିହାର । ଏହାରି ମଧ୍ୟରେ ରାଜ୍ୟ ତଥା ଦେଶରେ ସାମ୍ୱାଦିକ ଗଢିବା ଠାରୁ ଆରମ୍ଭ କରି ଗଣମାଧ୍ୟମ ପ୍ରତିଷ୍ଠାନର ପ୍ରମୁଖ ବ୍ୟକ୍ତିତ୍ୱ , ବୈଦ୍ୟୁତିକ ଗଣମାଧ୍ୟମ ଠାରୁ ରେଡିଓ , ଡିଜିଟାଲ, ଆର୍ଡ ଏଜେନ୍ସି ଦେଶର ପ୍ରମୁଖ ଅନୁଷ୍ଠାନର ପବ୍ଲିକ ରିଲେସନ୍ ଅଫିସର୍ ଠାରୁ ଆରମ୍ଭ କରି ଉଭୟ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ କାର୍ଯ୍ୟରତ ଅଧିକାରୀ ମାନେ ଏହି ଅନୁଷ୍ଠାନର ପୁରାତନ ବିଦ୍ୟାର୍ଥୀ ବୋଲି ଗର୍ବ କରନ୍ତି । ଏଭଳି ସମୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ୱାଦିକତା ଓ ଗଣଯୋଗାଯୋଗ ଶିକ୍ଷା ବିଭାଗ ପାଳନ କରିଛି ତାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ।

ଏହା ମଧ୍ୟ ପଢନ୍ତୁ-ସ୍ମୃତିରେ ମିଡିଆ ମହାନାୟକ ରାମୋଜୀ ରାଓ, ମନେ ପକାଇଲେ ଓଡିଶା ମିଡିଆ ପରିବାର - TRIBUTE TO RAMOJI RAO - TRIBUTE TO RAMOJI RAO

ଏହା ମଧ୍ୟ ପଢନ୍ତୁ-ମିଡିଆ ଟାଇକୁନ ରାମୋଜୀ ରାଓ, 'ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟ ଓ ଅବଦାନ ପାଇଁ ସ୍ମରଣୀୟ ରହିବେ' - Media Tycoon Ramoji Rao - MEDIA TYCOON RAMOJI RAO

ପଚାଶ ବର୍ଷରେ ସାମ୍ବାଦିକତା ଶିକ୍ଷାଦାନ:

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ୱାଦିକତା ଓ ଗଣ ଯୋଗାଯୋଗ ବିଭାଗରେ ଆରମ୍ଭ ହୋଇଥିବା ସ୍ନାତକ ପାଠ୍ୟକ୍ରମ ଚାଲିଥିଲା ୧୯୮୬ ପର୍ଯ୍ୟନ୍ତ ଜାରି ରହିଥିଲା । ଏହା ପରେ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହୋଇଥିଲା ସ୍ନାତକୋତ୍ତର ଶିକ୍ଷାଦାନ । ସେହି ସମୟରେ ସ୍ନାତକ ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀ ମାନେ ଏକ ପରୀକ୍ଷା ଦେଇ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇପାରୁଥିଲେ । ଇତିମଧ୍ୟରେ କେବଳ ଆମ ରାଜ୍ୟ କାହିଁକି ସାରା ଦେଶର ହାଇଦ୍ରାବାଦ ଠାରୁ ଆରମ୍ଭ କରି ମୁମ୍ୱାଇ, ଦିଲ୍ଲୀ ଓ ଭୁବନେଶ୍ୱରରେ ଏଠାକାର ବିଦ୍ୟାର୍ଥୀ ମାନେ ବେଶ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହି ଆସିଥିବା ଏବଂ ସେମାନଙ୍କୁ ଦେଖିବା ସମୟରେ ବେଶ ଖୁସି ଅନୁଭବ ହୋଇଥାଏ ବୋଲି କହିଛନ୍ତି ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଜେ.ଶେଷଗିରି ରାଓ । ସେ ବିଶ୍ୱବିଦ୍ୟାଳୟର ତୃତୀୟ ବ୍ୟାଚର ବିଦ୍ୟାର୍ଥୀ ରହିଥିବା ବେଳେ ପରବର୍ତ୍ତୀ ସମୟରେ ୧୯୮୩ ରେ ପ୍ରଧ୍ୟାପକ ଭାବରେ ଯୋଗ ଦେଇଥିଲେ ।

ଗୋଟିଏ କକ୍ଷରୁ ଆରମ୍ଭ ହୋଇଥିଲା ଶିକ୍ଷାଦାନ:

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୧୯୭୪ ମସିହାରୁ ଆରମ୍ଭ ହୋଇଥିବା ବେଳେ ଏଠାରେ ୧୯୮୨ ମସିହାରେ ଶିକ୍ଷାଦାନ ପାଇଁ ନାମ ଲେଖାଇଥିବା ପୁରାତନ ଛାତ୍ର ହୃଷିକେଶ ପାଣିଗ୍ରାହୀ କହିଛନ୍ତି, '' ଭଂଞ୍ଜବିହାରର ସାମ୍ୱାଦିକତା ଓ ଗଣ ଯୋଗାଯୋଗ ବିଭାଗ ଗୋଟିଏ କକ୍ଷରୁ ଆରମ୍ଭ ହୋଇଥିଲା । କିନ୍ତୁ ପାଠ ପଢିବା ଏବଂ ପଠାଇବାର ବହୁତ ଆନନ୍ଦ ଥିଲା । ସେହି ସମୟରେ ପ୍ରାଟିକାଲ ପାଇଁ ବିଭାଗରେ ରହିଥିଲା ଟାଇପ୍ ରାଇଟର୍ ମେସିନ୍ । ଏପରିକି ପ୍ରେସ୍ ଟ୍ରଷ୍ଟ୍ ଅଫ୍ ଇଣ୍ଡିଆ(ପିଟିଆଇ)ର ଏକ ଶାଖା ରହିଥିବା ବେଳେ ସେହି ସମୟରେ ପ୍ରଫେସର ଚିନ୍ତାମଣି ମହାପାତ୍ର , ଡ. ଦାଶରଥି ମିଶ୍ର, ଡ. ସୁନାଲକାନ୍ତ ବେହେରା , ଡ. ପ୍ରଦୀପ ମହାପାତ୍ର ଓ ଡ. ଜେ. ଶେଷଗିରି ରାଓ ଙ୍କ ଭଳି ବ୍ୟକ୍ତିତ୍ୱ ଶିକ୍ଷାଦାନ କରୁଥିଲେ ।

ଏପରିକି ରାଜ୍ୟର ପ୍ରଥମ ସାମ୍ୱାଦିକତା ଓ ଗଣ ଯୋଗାଯୋଗ ବିଭାଗର ସ୍ୱର୍ଣ୍ଣପଦକ ପ୍ରାପ୍ତ ବିଦ୍ୟାର୍ଥୀ ରହିଥିବା ପୁରାତନ ଛାତ୍ର ହୃଷିକେଶ ପାଣିଗ୍ରାହୀ କୁହନ୍ତି, ସେତେବେଳେ ସର୍ବଭାରତୀୟ ସ୍ତରରେ କିପରି ନାମ କରିବେ ସେ ନେଇ ସଦାସର୍ବଦା ଆହ୍ୱାନ କରାଯାଉଥିଲା । ସେହିପରି ପୁରାତନ ଛାତ୍ର ଲକ୍ଷ୍ମୀ ଚରଣ ମହାପାତ୍ରଙ୍କ କହିବା କଥା, ସେ ୧୯୯୨ -୯୩ ରେ ଶିକ୍ଷାଦାନ କରୁଥିଲେ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ୱାଦିକତା ଓ ଗଣ ଯୋଗାଯୋଗ ବିଭାଗର ବିଦ୍ୟାର୍ଥୀ ମାନେ ସାରା ଦେଶର ଯେଉଁ ସ୍ଥାନକୁ ଗଲେ ପାଇପାରିବେ ବୋଲି କହିବା ସହିତ ସେ ମଧ୍ୟ ଏଠାରୁ ଶିକ୍ଷା ଶେଷ ପରେ ଦେଶର ବହୁ ବଡ ପ୍ରତିଷ୍ଠାନରେ କାର୍ଯ୍ୟ କରିଥିବା କୁହନ୍ତି ।

ଖୁବ୍ ଶ୍ରୀଘ୍ର ନୂତନ ଡିଜିଟାଲ ଷ୍ଟୁଡିଓ, ଲ୍ୟାବର ହେବ ଶୁଭାରମ୍ଭ:

ରାଜ୍ୟର ସର୍ବପୁରାତନ ସାମ୍ୱାଦିକତା ଓ ଗଣ ଯୋଗାଯୋଗ ବିଭାଗ ଇତି ମଧ୍ୟରେ ୫୦ ବର୍ଷରେ ପଦାପର୍ଣ କରିଛି । ଏହି ଅବସରରେ ଆୟୋଜିତ ତିନି ଦିନିଆ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ୱାଦିକ ସୌମ୍ୟରଞ୍ଜନ ପଟ୍ଟନାୟକ, ମନିପାଲ ବିଶ୍ୱବିଦ୍ୟାଳୟର ବରିଷ୍ଠ ଶିକ୍ଷାବିତ୍ ପ୍ରଫେସର ବି.ପି.ସଞ୍ଜୟଙ୍କ ଭଳି ବ୍ୟକ୍ତିତ୍ୱ ଏଠାରେ ଯୋଗଦାନ କରିଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳୟର ଏହି ବିଭାଗ ପାଇଁ ନୂତନ ଡିଜିଟାଲ ଷ୍ଟୁଡିଓ, ଲ୍ୟାବ ପ୍ରତିଷ୍ଠା ହୋଇଥିବା ବେଳେ ଏହାର ଖୁବ୍ ଶ୍ରୀଘ୍ର ଆଗାମୀ ଦିନରେ ଶୁଭାରମ୍ଭ ହେବ ବୋଲି କହିଛନ୍ତି ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Dec 15, 2024, 8:46 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.