ETV Bharat / state

ବିକ୍ରମଙ୍କ ବଦଳରେ କହିଦେଲେ ପ୍ରଦୀପ; ସୋସିଆଲ୍ ମିଡିଆରେ ଟ୍ରୋଲ୍ ପରେ ମାଗିଲେ କ୍ଷମା - ବ୍ରହ୍ମପୁର

Ramesh Chandra Chyau Patnaik Apologied: ବିକ୍ରମ ପଣ୍ଡାଙ୍କ ବଦଳରେ ପ୍ରଦୀପ ପାଣିଗ୍ରାହୀଙ୍କ ନାମ କହିଦେଲେ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ । ଭିଡିଓ ବାର୍ତ୍ତା ଜାରି କରି ମାଗିଲେ କ୍ଷମା । ଅଧିକ ପଢନ୍ତୁ

କ୍ଷମା ମାଗିଲେ ଚ୍ୟାଉ ପଟ୍ଟନାୟକ
କ୍ଷମା ମାଗିଲେ ଚ୍ୟାଉ ପଟ୍ଟନାୟକ
author img

By ETV Bharat Odisha Team

Published : Feb 7, 2024, 2:27 PM IST

କ୍ଷମା ମାଗିଲେ ଚ୍ୟାଉ ପଟ୍ଟନାୟକ

ବ୍ରହ୍ମପୁର: କହୁ କହୁ କହିଦେଲେ ବ୍ରହ୍ମପୁରର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ । ବିକ୍ରମ ପଣ୍ଡାଙ୍କ ନାମ ବଦଳରେ କହିଦେଲେ ପ୍ରଦୀପ ପାଣିଗ୍ରାହୀଙ୍କ ନାମ । ଏହାକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ୍ ହେଲା ପରେ ଭିଡିଓ ବାର୍ତ୍ତା ଜାରି କରି ମାଗିଲେ କ୍ଷମା । ଗଞ୍ଜାମ ଜିଲ୍ଲା ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିବା ବେଳେ ବିକ୍ରମ ପଣ୍ଡାଙ୍କ ବଦଳରେ ପ୍ରଦୀପ ପାଣିଗ୍ରାହୀଙ୍କ ନାମ ନେଇଥିଲେ ।

ଗତ ୨ ତାରିଖ ଦିନ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ରାଜଧାନୀ ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ତେବେ ଏହାର ଜବାବ ଦେବା ପାଇଁ ଗଞ୍ଜାମ ଜିଲ୍ଲା ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ବିକ୍ରମ ପଣ୍ଡାଙ୍କ ବଦଳରେ ଗୋପାଳପୁରର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ରହିଥିବା ନେଇ କହି ଦେଇଥିଲେ ପୂର୍ବତନ ବିଧାୟକ ତଥା ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ । ଏହି ଭିଡିଓ ଗତ ଦୁଇ ଦିନ ଧରି ସୋସିଆଲ ମିଡିଆରେ ଟ୍ରୋଲ ହୋଇଥିଲା । ଏହାପରେ ଏକ ଭିଡିଓ ବାର୍ତ୍ତା ଜାରି କରି କ୍ଷମା ମାଗିଛନ୍ତି ଚ୍ୟାଉ ପଟ୍ଟନାୟକ ।

ଏହା ମଧ୍ୟ ପଢନ୍ତୁ: ଆଗକୁ ଓଡ଼ିଶାରେ ଅରେଞ୍ଜ ଲହର ଆସିବାକୁ ଯାଉଛି: ପ୍ରଦୀପ ପାଣିଗ୍ରାହୀ

ଚ୍ୟାଉ ପଟ୍ଟନାୟକ କ୍ଷମା ପ୍ରାର୍ଥନା କରି କହିଛନ୍ତି, " ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋପାଳପୁର ନିର୍ବାଚନ ମଣ୍ଡଳୀର ଦାୟିତ୍ବ ବିକ୍ରମ ପଣ୍ଡାଙ୍କୁ ଦେଇଛନ୍ତି । ସେ ସମସ୍ତ ପ୍ରକାର ଉନ୍ନତିମୂଳକ କାର୍ଯ୍ୟ କରୁଛନ୍ତି । ତାଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଗାଢ ବିଶ୍ବାସ ରହିଛି । ମୁଁ ବିକ୍ରମ ପଣ୍ଡାଙ୍କ ନାମ ବଦଳରେ ପ୍ରଦୀପ ପାଣିଗ୍ରାହୀଙ୍କ ନାମ ନେଇ ଯାଇଛି । ଆପଣ ଦୟାକରି ଭୁଲ ବୁଝନ୍ତୁ ନାହିଁ । ମୁଁ ଜନସାଧାରଣଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି ।"

ଏହା ମଧ୍ୟ ପଢନ୍ତୁ: ଡିପଫେକରେ ପରିଣତ ହୋଇଛି ଓଡିଶା: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ପ୍ରାପ୍ତ ସୂଚନାନୁଯାୟୀ, ପ୍ରଦୀପଙ୍କ ସାମ୍ୱାଦିକ ସମ୍ମିଳନୀର କାଉଣ୍ଟର ଆଟାକ୍ କରିଥିଲେ ଉଭୟ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଏବଂ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଚ୍ୟାଉ ପଟ୍ଟନାୟକ । ସେ କହିଥିଲେ, "ପ୍ରଦୀପ ବହୁତ୍ ଭୁଲ କରିଛନ୍ତି । ତାଙ୍କ ମୁଣ୍ଡ ଆଉ କାମ କରୁନାହିଁ । ସେ ଅନ୍ୟ ଏକ ଦଳକୁ ଯିବା ପାଇଁ କହୁଥିବା ବେଳେ ବାରମ୍ବାର ତାରିଖ ପରିବର୍ତ୍ତନ କରୁଛନ୍ତି । ଯେଉଁ ଦଳକୁ ସେ ଯିବେ ବୋଲି ପ୍ରଚାର ହେଉଛି ତାହାକୁ ବି ଓଡ଼ିଶାବାସୀ ପ୍ରତ୍ୟାଖ୍ୟାନ କରି ଦେଲଣି ।" ଉଭୟ ନେତା କହିଥିବା ବେଳେ ପରବର୍ତ୍ତୀ ସମୟରେ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା ଟ୍ରୋଲ ହେବାର ଦୁଇ ଦିନ ପରେ ଏପରି ବିବୃତ୍ତି ଦେବା ପୁଣି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.