ETV Bharat / state

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ; ମନ୍ଦିରରେ ଭକ୍ତଙ୍କ ସମାଗମ - Spiritual Ambience in Balangir

Pran Prathistha Celebration in Balangir: ଅଯୋଧ୍ୟା ରେ ଆଜି ପ୍ରଭୁ ରାମଲାଲା ଙ୍କ ବିଗ୍ରହର ହୋଇଛି ପ୍ରାଣ ପ୍ରତିଷ୍ଠା । ଏହି କ୍ରମରେ ବଲାଙ୍ଗୀରରେ ଦେଖାଦେଇଛି ଭକ୍ତିମୟ ପରିବେଶ । ଅଧିକ ପଢନ୍ତୁ

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ; ବଲାଙ୍ଗୀରରେ ମନ୍ଦିରରେ ଭକ୍ତଙ୍କ ସମାଗମ

author img

By ETV Bharat Odisha Team

Published : Jan 22, 2024, 7:38 PM IST

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ; ବଲାଙ୍ଗୀରରେ ମନ୍ଦିରରେ ଭକ୍ତଙ୍କ ସମାଗମ

ବଲାଙ୍ଗୀର: ଆଜି ଅଯୋଧ୍ୟା ରେ ମର୍ଯ୍ୟାଦା ପୁରୁଷ ଶ୍ରୀ ରାମ ମହାପ୍ରଭୁଙ୍କ ହୋଇଛି ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏହାକୁ ନେଇ ଦେଶ ବିଦେଶ ରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ଦେଶ ର କୋଣ ଅନୁକୋଣରେ ଥିବା ଲୋକ ମାନେ ରାମ ଭକ୍ତିରେ ହୋଇଛନ୍ତି ଲୀନ । ଏହି କ୍ରମ ରେ ରାଜ୍ୟର ବଲାଙ୍ଗୀର ଜିଲ୍ଲାରେ ସୃଷ୍ଟି ହୋଇଛି ରାମମୟ ପରିବେଶ । ଯେଉଁଥିରେ ଗାଁ ଠୁ ଆରମ୍ଭ କରି ସହର ଗଲିକନ୍ଦି ସବୁଠି ରାମ ନାମ ପ୍ରକମ୍ପିତ ହେଉଛି । ତେବେ ସବୁଠି ପୂଜା ଯଜ୍ଞ ଓ ଭଜନର ଆୟୋଜନ ହେଉଛି । ସେହିପରି ଗାଁ ମାନଙ୍କରେ ସମସ୍ତ ଗ୍ରାମ ବାସୀ ଗୋଟିଏ ସ୍ଥାନରେ ଏକାଠି ହୋଇ ପୂଜା କୀର୍ତ୍ତନ କରୁଛନ୍ତି । ସମାନ ଭାବରେ ସହରରେ ମଧ୍ୟ ପ୍ରତ୍ୟେକ ପଡା ଓ ଗଳିରେ ରାମ ଭକ୍ତଙ୍କ ଦ୍ବାରା ପୂଜା ପାଠ କରାଯିବା ସହ ଅନ୍ନ ଭୋଗ ବଣ୍ଟନ କରାଯାଉଛି ।

ସେହିଭଳି ବଲାଙ୍ଗୀର ଶ୍ରୀରାମ ଚରିତ ମାନସ ମନ୍ଦିରରେ ମଧ୍ୟ ଭକ୍ତଙ୍କ ଆଜି ସକାଳୁ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଭକ୍ତମାନେ ଦୀପ ଜାଳି ଶ୍ରୀରାମ ଙ୍କ ଆରାଧନା କରୁଛନ୍ତି । ସେପଟେ ବଲାଙ୍ଗୀରର କିଛି କଳାକାର ତାଙ୍କ ନିପୁଣ କଲା ମାଧ୍ୟମରେ ରାମଭକ୍ତି ପ୍ରକାଶ କରିଛନ୍ତି । ଯେଉଁଥିରେ ବଲାଙ୍ଗୀର ଗାନ୍ଧୀନଗର ପଡାର ଯୁବ କଳାକାର ସଚ୍ଚିଦାନନ୍ଦ ନାୟକ ଏକ ଲକ୍ଷ 53 ହଜାର 364 ଅରୁଆ ଚାଉଳରେ ଶ୍ରୀ ରାମଙ୍କ ଫୋଟୋ ଚିତ୍ର ତିଆରି କରିଛନ୍ତି । ତେବେ ଲୋକଙ୍କର ପାଞ୍ଚ ଶହ ବର୍ଷ ପୁରୁଣା ସ୍ବପ୍ନ ଏବେ ପୂରଣ ହୋଇଥିବାରୁ ସେ ଏହି କଳାକୃତି ପ୍ରସ୍ତୁତ କରିଥିବା କଥା ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ଭବ୍ୟ ମନ୍ଦିର, ଦିବ୍ୟ ମୂର୍ତ୍ତି: ରାମଲାଲାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କଲେ ମୋଦି

ତେବେ ତାଙ୍କର ଏହି କଳାକୃତି କୁ ଅଯୋଧ୍ୟା ପଠାଇବା ପାଇଁ ଉଦେଶ୍ୟ ଥିଲା । କିନ୍ତୁ ସମୟ ଅଭାବରୁ ସେ ଏହାକୁ ପଠାଇ ପାରି ନ ଥିବା ବେଳେ ଏହାକୁ ବଲାଙ୍ଗୀର ଶ୍ରୀରାମ ଚରିତ ମାନସ ମନ୍ଦିରରେ ସ୍ଥାପିତ କରିଥିବା କଥା କହିଛନ୍ତି ମନ୍ଦିର ସଭାପତି ସନ୍ତୋଷ କୁମାର ଅଗ୍ରୱାଲ । ତେବେ ଭକ୍ତଙ୍କ ଦର୍ଶନ ସୁବିଧା ପାଇଁ ସୁବ୍ୟବସ୍ଥା କରାଯାଇଥିବା ବେଳେ ମନ୍ଦିରରେ ପୂଜା ପାଠ ଯଜ୍ଞ ଓ ଭକ୍ତଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା କରା ଯାଇଥିବାର ସେ କହିଛନ୍ତି । ସେପଟେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ସକାଶେ ମନ୍ଦିରରେ ପ୍ରବଳ ଭିଡ ଜମିଛି ଏବଂ ଏମାନେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସୁବ୍ୟବସ୍ଥା କରିଥିବାର କହିଛନ୍ତି ମନ୍ଦିର ସଭାପତି ସନ୍ତୋଷ କୁମାର ଅଗ୍ରୱାଲ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.