ETV Bharat / state

ଦିନକ ପରେ ରାକ୍ଷୀ ପୂର୍ଣ୍ଣିମା, ସ୍ନେହର ଡୋରି ତିଆରି କରୁଛନ୍ତି ଭିନ୍ନକ୍ଷମ ଛାତ୍ରଛାତ୍ରୀ - DISABLED STUDENTS MADE RAKHI

author img

By ETV Bharat Odisha Team

Published : Aug 17, 2024, 11:53 AM IST

Updated : Aug 17, 2024, 3:32 PM IST

Raksha Bandhan 2024: ଶାରୀରିକ ଭାବେ ଅକ୍ଷମ କିନ୍ତୁ ମନୋବଳ ତାଙ୍କ ସକ୍ଷମ । ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାକ୍ଷୀ ତିଆରି କରୁଛନ୍ତି ଭିନ୍ନକ୍ଷମ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

DISABLED STUDENTS MADE RAKHI
DISABLED STUDENTS MADE RAKHI (ETV Bharat Odisha)

ରାଉରକେଲା: ଆଉ ଦିନକ ପରେ ରାକ୍ଷୀ ପୂର୍ଣ୍ଣିମା । ଭାଇ ହାତରେ ସେନହର ଡୋରି ବାନ୍ଧିବ ଭଉଣୀ । ଏଥିପାଇଁ ରାକ୍ଷୀ ବଜାରରେ ଭଉଣୀ ମାନଙ୍କ ଭିଡ ଲାଗିଛି । କିଏ କଣ୍ଡେଇ ରାକ୍ଷୀ କିଣୁଛି ତ ଆଉ କିଏ ଭଗବାନଙ୍କ ମୂର୍ତ୍ତି ରାକ୍ଷୀ ପୁଣି କିଏ ମାଳି, ଚୁମିକି ରାକ୍ଷୀ କିଣୁଛି । ଗୋଟିଏ ପଟେ ରେଡିମେଡ ରାକ୍ଷୀ ବିକ୍ରି ହେଉଥିବା ବେଳେ ଅନ୍ୟ ପଟେ ହ୍ୟାଣ୍ଡମେଡ ସେନହର ଡୋରି ବିକ୍ରି ବଟା ଚାଲିଛି । ରାକ୍ଷୀ ପୂର୍ଣ୍ଣିମା ପାଇଁ ରାକ୍ଷୀ ତିଆରି କରୁଛନ୍ତି ଭିନ୍ନକ୍ଷମ ଛାତ୍ରଛାତ୍ରୀ । ତାଙ୍କ ଶରୀରକୁ ଭଗବାନ ସିନା ଅକ୍ଷମ କରିଦେଇଛନ୍ତି କିନ୍ତୁ ମନୋବଳ ସକ୍ଷମ । ତାଙ୍କ ପ୍ରତିଭା ସାମ୍ନାରେ ହାର ମାନିଛି ଭିନ୍ନକ୍ଷମ ଅବସ୍ଥା । ଆମେ କହୁଛୁ ରାଉରକେଲା ସହରର ଭିନ୍ନକ୍ଷମଙ୍କ କଥା । ଶ୍ରଦ୍ଧା ଅନୁଷ୍ଠାନର ଛାତ୍ରଛାତ୍ରୀ ହାତରେ ସୁନ୍ଦର ସୁନ୍ଦର ରାକ୍ଷୀ ତିଆରି କରିଛନ୍ତି ।

ଦିନକ ପରେ ରାକ୍ଷୀ ପୂର୍ଣ୍ଣିମା (ETV Bharat Odisha)

ରାକ୍ଷୀ ତିଆରି କରୁଛନ୍ତି ଭିନ୍ନକ୍ଷମ ଛାତ୍ରଛାତ୍ରୀ:

ଛାତ୍ରଛାତ୍ରୀମାନେ ବିଭିନ୍ନ ସାମଗ୍ରୀ ବ୍ୟବହାର କରି ନିଜର ପ୍ରତିଭା ଦେଖାଇ ପ୍ରସ୍ତୁତ କରୁଛନ୍ତି ରାକ୍ଷୀ । ଯେପରିକି ଷ୍ଟୋନ, ଫୋମ, ଗ୍ରୀଟିଙ୍ଗ କାର୍ଡ ଏବଂ ଫୁଲ, ମାଳି ବ୍ୟବହାର କରି ରାକ୍ଷୀ ତିଆରି କରିଛନ୍ତି । ରାକ୍ଷୀ ଗୁଡିକ ଦେଖିବାକୁ ବେଶ ଆକର୍ଷଣୀୟ ହୋଇଥିବା ବେଳେ ଏହି ରାକ୍ଷୀ ଭାଇ ଭଉଣୀଙ୍କ ମଧ୍ୟରେ ଥିବା ପବିତ୍ର ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି ସେମାନେ ଆଶା ରଖିଛନ୍ତି । ଶିକ୍ଷୟତ୍ରୀ ଥରେ ଶିଖାଇବା ପରେ ଖୁବ ସୁନ୍ଦର ଭାବରେ ରକ୍ଷୀ ତିଆରି କରିଛନ୍ତି ସଭିଏଁ ।

ଏହା ମଧ୍ୟ ପଢନ୍ତୁ-ରାକ୍ଷୀ ପାଇଁ ଶ୍ରୀମନ୍ଦିରରେ ପ୍ରସ୍ତୁତି ଜୋରଦାର: କେଉଁ ରଙ୍ଗର ରାକ୍ଷୀ ପିନ୍ଧନ୍ତି ମହାପ୍ରଭୁ, ଜାଣନ୍ତି କି ? - Puri Srimandir Rakhi Preparation

ଜଣେ ଛାତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, '' ଆମେ ମାନେ ଏଠାରେ ରାକ୍ଷୀ ତିଆରି କରୁଛୁ । ସବୁ ଛାତ୍ରଛାତ୍ରୀ ଏକାଠି ହୋଇ ରାକ୍ଷୀ ତିଆରି କରୁଥିବାରୁ ବହୁତ ଭଲ ଲାଗୁଛି । ଯିଏ ଯିଏ ଏହି ରାକ୍ଷୀ ଦେଖୁଛନ୍ତି ବା କିଣୁଛନ୍ତି ସେମାନେ ଆମ ଖୁସି ହେଉଛନ୍ତି ଏବଂ ଆମକୁ ଧନ୍ୟବାଦ ଜଣାଉଛନ୍ତି । ଯାହାକୁ ନେଇ ଆମେ ମଧ୍ୟ ଖୁସି ଅନୁଭବ କରୁଛି। ''

ଶିକ୍ଷୟତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ''ସମସ୍ତ ଛାତ୍ରଛାତ୍ରୀ ମନ ଧ୍ୟାନ ଦେଇ ରାକ୍ଷୀକୁ ତିଆରି କରୁଛନ୍ତି । ବିଭିନ୍ନ ପ୍ରକାର ମୋତି,ଷ୍ଟୋନ ସହ ସୂତା ଏବଂ ବିଭିନ୍ନ ଡିଜାଇନ କରି ରାକ୍ଷୀ ତିଆରି କରୁଛନ୍ତି । ଭିନ୍ନକ୍ଷମ ହୋଇ ମଧ୍ୟ ପରିସ୍ଥିତି ଆଗରେ ହାର ନମାନି ନିଜକୁ ସ୍ୱାବଲମ୍ବୀ କରିବାକୁ ଚେଷ୍ଟା କରୁଛନ୍ତି । ବର୍ତ୍ତମାନ ରାକ୍ଷୀ ପୂର୍ଣ୍ଣିମାକୁ ନେଇ ସମସ୍ତ ଛାତ୍ରଛାତ୍ରୀ ଉତ୍ସାହିତ ଅଛନ୍ତି, ଥରେ ଶିଖାଇ ଦେଲେ ଆପେ ଆପେ ସେମାନେ ରାକ୍ଷୀ ତିଆରି କରୁଛନ୍ତି । ନିଜର ସୃଜନଶୀଳତା ଓ କଠିନ ପରିଶ୍ରମ ବଳରେ ସେମାନେ କେବଳ ରାକ୍ଷୀ ତିଆରି କରୁନାହାନ୍ତି ବରଂ ସମାଜରେ ନିଜର ସ୍ଥାୟୀତ୍ୱ ଗଠନ ପାଇଁ ବାଟ ଫିଟାଉଛନ୍ତି । ଛାତ୍ରଛାତ୍ରୀମାନେ ସେମାନଙ୍କ ସାମର୍ଥ୍ୟ ଓ ପ୍ରତିଭାକୁ ଏକାଠି କରି ବ୍ୟକ୍ତିଗତ ଭାବେ ଯାହା ହାସଲ କରିପାରୁଛନ୍ତି, ତା'ଠାରୁ ଅଧିକ ସୁନ୍ଦର କିଛି ସୃଷ୍ଟି କରିବା ପାଇଁ କାର୍ଯ୍ୟ କରୁଛନ୍ତି। ''

ଇଟିଭି ଭାରତ, ସୁନ୍ଦରଗଡ

Last Updated : Aug 17, 2024, 3:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.